ନୂଆପଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ : ଗତକାଲି ନୂଆପଡ଼ା ଗସ୍ତରେ ଥିଲେ ନବୀନ

ବିଜେଡି ସୁପ୍ରିମୋଙ୍କ ବିମାନ ଯାଞ୍ଚ । ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ନବୀନ ପଟ୍ଟନାୟକ ।  

36

Photograph: (KANAKNEWS)

କନକବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହୋଇଥିବାର ଖବର ଆଜି ମିଳିଛି। ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ନବୀନ ପଟ୍ଟନାୟକ।  ଏହି ସମୟରେ ଆଦର୍ଶ ଆଚରଣ ବିଧି ଆଧାରରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌।  ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ଫ୍ଲାଇଂ ସ୍କ୍ବାଡ୍‌ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଯାଞ୍ଚ କରିଥିଲେ ।

ସୂଚନା ଅନୁଯାୟୀ ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ଜୟ । କହିଛନ୍ତି, ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ବାପାଙ୍କୁ ଦେଖିବା ପାଇଁ କେବେ ଆଗରୁ ଆସିନଥିଲେ । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କ୍ଷୋଭ ଭରା ସ୍ବରରେ କହିଛନ୍ତି ଜୟ ଢୋଲକିଆ ।

ନବୀନ, ସଞ୍ଜୟଙ୍କୁ ଜୟ ଢୋଲକିଆଙ୍କ ଜବାବ : ବ୍ୟକ୍ତିଗତ ସ୍ତରରେ ନୂଆପଡ଼ା ରାଜନୀତି

ଅଧିକ ପଢନ୍ତୁ  ..... 

ଏପଟେ ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା । କହିଛନ୍ତି, ବିଜେଡିରୁ ତିନି ତିନିଥର ବିଧାୟକ ହୋଇଛନ୍ତି ଓ ମନ୍ତ୍ରୀ ପରିଷଦରେ ସ୍ଥାନିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତାଙ୍କ ବିଚାରଧାରାକୁ ହତ୍ୟା କରି ସେ ବିଜେପି ଗଲେ । ସେ ନିଜେ କହିଥିଲେ ବିଜେଡ଼ି ପ୍ରାର୍ଥୀ ହେବେ । 

ମମତା, ସୁଜିତଙ୍କ ପରେ ଅମର : ଆଗକୁ ଆଉ କିଏ ଛାଡ଼ିବେ?

ଅଧିକ ପଢନ୍ତୁ ..

ତାପରେ ଦିଲ୍ଲୀରେ କଣ ଡିଲ୍‌ ହେଲା ସେ ବିଜେପି ପଳାଇଲେ । ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ମରଶରୀର କିପରି ଚେନ୍ନାଇରୁ ଆସିବ ସେଥିପାଇଁ ଚାର୍ଟର ଫ୍ଲାଇଟ୍‌ ବ୍ୟବସ୍ଥା କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ସମସ୍ତ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ ।  ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲ୍‌ରେ ଯୋଗ ଦେଇଥିଲେ । ହେଲେ ଏବେ ଜୟ ଢୋଲକିଆ କିନ୍ତୁ ସବୁ ଭୁଲି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । 
ସେପଟେ ସଞ୍ଜୟ ଦାସ ବର୍ମାଙ୍କ କଥାକୁ ଖଣ୍ଡନ କଲେ ଜୟ ଢୋଲକିଆ ।

ନୂଆପଡ଼ା: ବ୍ୟକ୍ତିଗତ ସ୍ତରକୁ ଗଲାଣି ରାଜନୀତି, ଲୋକଙ୍କ ପ୍ରସଙ୍ଗ ଛାଡ଼ି ପରସ୍ପର କଥା କଟାକଟି

ଅଧିକ ପଢନ୍ତୁ .... 

କହିଲେ ମୋ ବାପାଙ୍କ ଏୟାରଲିଫ୍ଟିଂ ର ଖର୍ଚ୍ଚ ମୋ ପରିବାର କରିଛି । ବିଜେଡି ଟଙ୍କାଟେ ସାହାଯ୍ୟ କରିନି । ମୁଁ ଭଲ ପୁଅ ମୋ ପରିବାର ପାଇଁ । ବାପାଙ୍କ ଚିକିତ୍ସା ଚାଲିଥିବା ବେଳେ ନବୀନଙ୍କୁ ସାହାଯ୍ୟ ମାଗିଥିଲି । ହେଲେ ତାଙ୍କ ପାଖରେ ସମୟ ନଥିଲା ଟିକେ କଥା ହେବା ପାଇଁ । ବାପାଙ୍କ ଦେହାନ୍ତ ପରେ ଯାଇ ନବୀନଙ୍କ ଫୋନ ଆସିଥିଲା ।

 ବାପା ହସ୍ପିଟାଲରେ ଥିଲା ବେଳେ ୧୦ଥର ଫୋନ କରିଥିଲି ନବୀନଙ୍କୁ । ଫୋନ ଉଠେଇଲେନି, ଆଉ ସାହାଯ୍ୟ କଣ ଟା କରିବେ  ।  ମୁଁ ମୋ ବାପାଙ୍କ ଆଦର୍ଶରେ ଅଛି । ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ନୂଆପଡା ରେ । ମାମୁଁଘର କୁ ୫ବର୍ଷରେ ଥରେ ଆସିନଥିଲେ ସ୍ନେହାଙ୍ଗିନୀ । ଏବେ ମନେ ପଡିଗଲା । ମୁଖ୍ୟମନ୍ତ୍ରୀ ଡେଲି ଫୋନ କରି ନୂଆପଡା କଥା ବୁଝୁଛନ୍ତି । ମୋ ପାଇଁ କଷ୍ଟକର ନୁହଁ ନୂଆପଡା । ନୂଆପଡା ମାଟି ଆସନ୍ତା ୧୪ରେ ତାର ଉତ୍ତର ଦେବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe