ନିଲମ୍ବିତ ବିଧାୟକଙ୍କ ମୁଣ୍ଡରେ ଅଠା ବୋଳିଲା ବିଜେଡି ; ଜବାବ ରଖିଲେ ଅରବିନ୍ଦ

Advertisment

ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି, ମିଡ଼୍ ଡେ ଅପରେସନ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଯାହା ବି ଅଭିଯୋଗ ଆଣୁଛନ୍ତି ତାହାକୁ ପ୍ରମାଣିତ କରନ୍ତୁ ।

ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି, ମିଡ଼୍ ଡେ ଅପରେସନ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଯାହା ବି ଅଭିଯୋଗ ଆଣୁଛନ୍ତି ତାହାକୁ ପ୍ରମାଣିତ କରନ୍ତୁ ।

Arabinda Mohapatra

Arabinda Mohapatra Photograph: (Kanak news)

କନକ ବ୍ୟୁରୋ : ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ ନେଇ ବଡ଼ ବୟାନ ଦେଇଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ମିଡ଼୍ ନାଇଟ ଅପରେସନ ଭଳି ମିଡ୍‌ ଡେ ଅପରେସନ ମଧ୍ୟ ଫେଲ୍ ହୋଇଛି । ଦଳକୁ ଦୁର୍ବଳ କରିବାକୁ ଷଡ୍‌ ଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର,  ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଅଂଶ ବିଶେଷ ଥିଲେ । ଗତ କିଛି ମାସ ହେବ ଏମାନେ ଷଡଯନ୍ତ୍ରରେ ସାମିଲ୍ ଥିଲେ । କିଏ ବ୍ୟାକଅପ୍ ଦେବ, କିଏ ସଙ୍ଗଠିତ କରିବ ଆଉ କିଏ କାର୍ଯ୍ୟକାରୀ କରିବ ସେ ଦାୟିତ୍ବ ତିନି ଜଣଙ୍କ ଭିତରେ ବଣ୍ଟାଯାଇ ଥିଲା । ମାସ ମାସ ଧରି ବିଚାର କରିବା ପରେ ପ୍ରମାଣିତ ହୋଇଥିଲା, ତାପରେ ସଭାପତି କାର୍ଯ୍ୟାନୁଷ୍ଠାନ ନେଲେ ବୋଲି କହିଛନ୍ତି ଲେନିନ ମହାନ୍ତି । 

ଅନ୍ୟପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି, ମିଡ଼୍ ଡେ ଅପରେସନ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଯାହା ବି ଅଭିଯୋଗ ଆଣୁଛନ୍ତି ତାହାକୁ ପ୍ରମାଣିତ କରନ୍ତୁ । ସନା ମହାକୁଡଙ୍କ ସହ କେବେ ବି ବସି ଆଲୋଚନା କରିନି । ବାରମ୍ବାର ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । କିନ୍ତୁ ଏହାକୁ ପ୍ରମାଣ କରିପାରିବେନି । ମୁଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିନି । ମିଡ୍ ନାଇଟ ଅପରେସନ ବାବଦରେ ଶୁଣିଥିଲୁ । ମିଡ୍ ଡେ ଅପରେସନ କଣ,  କାହାକୁ ନେଇ ହୋଇଥିଲା,କେବେ ହୋଇଥିଲା ତାହା ଜାଣିନି । 

ଅଧିକ ପଢ଼ନ୍ତୁ---ବିଜେଡିରୁ ୨ ବିଧାୟକ ନିଲମ୍ବିତ ପରେ ସରଗରମ ରାଜ୍ୟ ରାଜନୀତି, ନବୀନଙ୍କୁ ଅରବିନ୍ଦ ପଚାରିଲେ ନିଲମ୍ବନର କାରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe