‘ଥିଲା ୫୧ ହେବ ୫୦’

ବିଜେପି ନୂଆପଡ଼ାରେ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଟ । ଯଦି ଏଠାରେ ବିଜେପି ବିଜୟୀ ହେଉଛି ତେବେ ବିଜେଡି ହାତରୁ ଗୋଟିଏ ବିଧାନସଭା ସିଟ୍ ଖସିଯିବ । ଏବେ ବିଜେଡି ପାଖରେ ୫୧ଟି ବିଧାନସଭା ସିଟ୍ ରହିଛି, ଆଉ ପରାଜୟ ପରେ ଏହା ୫୦କୁ ଖସି ଆସିବ ।

BJD

BJD Photograph: (Kanak News)

କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନରେ ବର୍ତ୍ତମାନ ବିଜେପି ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛି । ଯାହାକୁ ଟପିବା ବର୍ତ୍ତମାନ ବିରୋଧୀ ଦଳ ପକ୍ଷେ ଅସମ୍ଭବ । କହିବାକୁ ଗଲେ ବିଜେପି ନୂଆପଡ଼ାରେ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଟ । ଯଦି ଏଠାରେ ବିଜେପି ବିଜୟୀ ହେଉଛି ତେବେ ବିଜେଡି ହାତରୁ ଗୋଟିଏ ବିଧାନସଭା ସିଟ୍ ଖସିଯିବ । ଏବେ ବିଜେଡି ପାଖରେ ୫୧ଟି ବିଧାନସଭା ସିଟ୍ ରହିଛି, ଆଉ ପରାଜୟ ପରେ ଏହା ୫୦କୁ ଖସି ଆସିବ । ଯାହା ଦଳ ପାଇଁ ଏକ ବଡ଼ କ୍ଷତି ହେବ । 

ଆହୁରି ପଢ଼ନ୍ତୁ... NUAPADA RESULT : ୩୦ ହଜାରରୁ ଅଧିକ ଭୋଟରେ ଜୟ ଢୋଲକିଆ ଆଗୁଆ, ବିଜେଡି ବହୁ ପଛରେ...

ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହେଉଛି । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । 

ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ସପ୍ତମ ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ୩୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେପି । ନୂଆପଡ଼ା ଉପନିର୍ବାଚନର ପଞ୍ଚମ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୫ ହଜାର ୧୯୫ ଭୋଟରେ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ବିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ୍ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ଚାଲିଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗଣତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe