କନକ ବ୍ୟୁରୋ : ଏମକେସିଜି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ତୁ ତୁ ମେ ମେ ଭିତରେ ଜେଲ ଫେରିଛନ୍ତି ବିକ୍ରମ ପଣ୍ଡା । ଅନୁମତି ନଥିବାରୁ ଅସ୍ତ୍ରୋପଚାର ନ କରି ଜେଲ ଫେରାଇ ଦେଇଛି ହସ୍ପିଟାଲ । ଯାହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବିକ୍ରମଙ୍କ ଓକିଲ । ପିଟିସନ ଦାଖଲ କରି ପୂରା ଘଟଣା ବାବଦରେ କୋର୍ଟକୁ ଅବଗତ କରିଛନ୍ତି । ଆସନ୍ତା ୨୪ରେ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ବିନା ଅପରେସନରେ ଡିସଚାର୍ଜ କରିବା ଘଟଣାରେ ସୋମବାର ଏମକେସିଜିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ ବିକ୍ରମଙ୍କୁ ତରବରିଆ ଭାବେ ଜେଲ୍ ଫେରାଇଦେଇଥିବା ଅଭିଯୋଗ ହୋଇଥିଲା । ଏବେ ଏହି ପ୍ରସଙ୍ଗ କୋର୍ଟ ରୁମରେ ପହଞ୍ଚିଛି । ଅପରେସନ ପାଇଁ ସହମତି ପତ୍ର ଆଣି କୋର୍ଟରେ ଦାଖଲ କରିବାକୁ ବୁଧବାର ଜେଲକୁ ଯିବେ ବିକ୍ରମଙ୍କ ଓକିଲ । ଏହାସହ ବିକ୍ରମଙ୍କ ପକ୍ଷରୁ ୨ଟି ପିଟିସନ ଦାଖଲ କରି ଓକିଲ କହିଛନ୍ତି, ବିକ୍ରମଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ମିଳୁ । ହତ୍ୟା ମାମଲାରେ ଜବତ ହୋଇଥିବା ବିଭିନ୍ନ ତଥ୍ୟ ପ୍ରମାଣର କପି ପ୍ରଦାନ କରାଯାଉ । ଆସନ୍ତା ୨୪ ସୁଦ୍ଧା ମାମଲାର ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ଜଟିଳ ହେଉଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼
ବିକ୍ରମଙ୍କ ପକ୍ଷରୁ ଯେଉଁ ଅଭିଯୋଗ ଆସିଛି ତାହାକୁ ଖଣ୍ଡନ କରିଛନ୍ତି ଏମକେସିଜି ମେଡିକାଲ ଅଧୀକ୍ଷକ । ଗଲ୍ବ୍ଲାଡର ଷ୍ଟୋନ୍ ଅପରେସନ୍ ପାଇଁ ବିକ୍ରମଙ୍କୁ ପରାମର୍ଶ ଦେଇଥିଲେ ଡାକ୍ତରୀ ଟିମ୍ । ଓଟି ପ୍ରସ୍ତୁତ ଥିଲା । ହେଲେ ବିକ୍ରମ ଅନୁମତି ନଦେବାରୁ ଅପରେସନ ନକରି ମେଡିସିନ୍ ଖାଇବାକୁ କୁହାଯାଇଛି । ଏମିତିରେ ଜେଲ ମାନୁଆଲ ଅନୁଯାୟୀ, କୌଣସି ଅସ୍ତ୍ରୋପଚାର ପୂର୍ବରୁ ଜେଲ୍ କର୍ତ୍ତୃପକ୍ଷ ଓ କଏଦୀଙ୍କ ଅନୁମତି ଡାକ୍ତରଖାନା ରେଜିଷ୍ଟରରେ ପଞ୍ଜୀକୃତ ହେବ । ଯାହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିନଥିଲା ।
ଏସବୁ ଭିତରେ ସ୍ୱାସ୍ଥ୍ୟଗତ କାରଣ ପାଇଁ ବିକ୍ରମ ଶୁଣାଣି ସମୟରେ ଭିସିରେ ଅନୁପସ୍ଥିତ ଥିବାରୁ ମଙ୍ଗଳବାର ବି ଚାର୍ଜଫ୍ରେମ୍ ଦାଖଲ ହୋଇପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/bikram-panda-2026-02-17-21-25-12.jpg)