Photograph: (KANAKNEWS)
କନକବ୍ୟୁରୋ : ଚାଇନିଜ୍ ମାଞ୍ଜା ଉପରେ କଟକଣା ସତ୍ତ୍ବେ ବିଭିନ୍ନ ଦୋକାନ ବଜାରରେ ଏହା ବିକ୍ରି ହେଉଛି। ମକର ସଂକ୍ରାନ୍ତି ପୂର୍ବରୁ ମଧ୍ୟପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ଚାଇନିଜ୍ ମାଞ୍ଜା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ରବିବାର ଇନ୍ଦୋରରେ ଚାଇନିଜ୍ ମାଞ୍ଜା ଯୋଗୁ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।
ପିଏସ୍ଏଲ୍ଭି-ସି୬୨ ଉତ୍କ୍ଷେପଣ ବିଫଳ
ଇନ୍ଦୋରର ତିଲକ ନଗର ପୁଲିସ ଷ୍ଟେସନ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଟାଇଲ ଠିକାଦାର ରଘୁବୀର ଧାକଡ (୪୫) ତାଙ୍କ ଘରକୁ ମୋଟର ସାଇକେଲରେ ଫେରୁଥିବା ସମୟରେ ଖଜରାନା ଓ ବେଙ୍ଗଲି ଛକ ମଧ୍ୟରେ ତାଙ୍କ ବେକ ଧାରୁଆ ଚାଇନିଜ ମାଞ୍ଜା ଗୁଡ଼ି ସୂତା ସଂସ୍ପର୍ଶରେ ଆସି କଟି ଯାଇଥିଲା। ତାଙ୍କ ବେକରେ ୨ ଇଞ୍ଚର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତିନି ମାସରୁ କମ୍ ସମୟ ମଧ୍ୟରେ ଚାଇନିଜ ମାଞ୍ଜା ଗୁଡ଼ି ସୂତାରେ ବେକ କଟି ମୃତ୍ୟୁ ହେବାର ଏହା ଦ୍ବିତୀୟ ଘଟଣା। ନଭେମ୍ବର ୩୦ରେ ଜଣେ ୧୬ ବର୍ଷୀୟ ବାଳକଙ୍କର ଗୁଡ଼ି ସୂତାରେ ବେକ କଟି ମୃତ୍ୟୁ ହୋଇଥିଲା ।
Follow Us