କନକବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚଳିତ ବର୍ଷର ପ୍ରଥମ ମିଶନରେ ବିଫଳ ହୋଇଛି। ୨୬୦ ଟନ୍ ବିଶିଷ୍ଟ ପିଏସ୍ଏଲ୍ଭି-ଡିଏଲ୍ ଶ୍ରେଣୀର ରକେଟ ୧୬ ଟି ଉପଗ୍ରହ ସହିତ ସୋମବାର ସକାଳ ୧୦ଟା ୧୭ ମିନିଟରେ ଉତ୍କ୍ଷେପଣ କରାଯାଇଥିଲା। ୨୦୨୬ରେ ଏହା ଇସ୍ରୋର ପ୍ରଥମ ଅର୍ବିଟାଲ ମିଶନ ଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ପିଏସ୍ଏଲ୍ଭି-ସି୬୨ ରକେଟର ଉତକ୍ଷେପଣ କରିଥିବାବେଳେ ଉତକ୍ଷେପଣ ପରେ ଏହା ଉପଗ୍ରହଠାରୁ ନିୟନ୍ତ୍ରଣ ହରାଇଛି। ଫଳରେ ପିଏସ୍ଏଲ୍ଭି-ସି୬୨ରେ ଥିବା ୧୬ ଟି ଉପଗ୍ରହ ସନ୍-ସିଙ୍କ୍ରୋନସ୍ ପୋଲର ଅର୍ବିଟରେ ମୁତୟନ ହୋଇପାରିନାହିଁ। ତୃତୀୟ ପର୍ଯ୍ୟାୟ ଇଗ୍ନିସନ୍ ପରେ କୌଣସି ଟେଲିମେଟ୍ରି ଅପଡେଟ୍ ବିନା, ଗତବର୍ଷର ପିଏସଏଲଭି-ସି୬୧ ବିପର୍ଯ୍ୟୟ ପରି କକ୍ଷପଥ ପ୍ରବେଶ ବିଫଳ ରହିଥିବା ଜଣାପଡ଼ିଛି।
ପିଏସ୍ଏଲ୍ଭି-ସି୬୨ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍ ରୁ ରକେଟ୍ ଉଡ଼ାଣ କରିଥିଲା, ଯେଉଁଥିରେ ଇଓଏସ୍-ଏନ୍୧ (ଅନ୍ବେଶା) ପୃଥିବୀ ଓ ସାମୁଦ୍ରିକ ପର୍ଯ୍ୟବେକ୍ଷଣ ଉପଗ୍ରହ ସହିତ ୧୫ ଟି ଅନ୍ୟ ଉପଗ୍ରହ ରହିଥିଲା। ଲଞ୍ଚ ପ୍ରୟାସର କିଛି ଘଣ୍ଟା ପରେ ଇସ୍ରୋ ସୂଚିତ କରିଥିଲା ଯେ ମିଶନର ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ (ପିଏସ୍ଏଲ୍ଭି) ର ଏହା ୬୪ତମ ଉଡ଼ାଣ ଥିଲା। ଅନ୍ବେଶା ବ୍ୟତୀତ ୧୫ଟି ଅନ୍ୟ ଉପଗ୍ରହ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍ , ବିଶ୍ବବିଦ୍ୟାଳୟ ଓ ସ୍ପେନର କେଷ୍ଟ୍ରେଲ ଇନିସିଆଲ ଡେମୋନଷ୍ଟ୍ରେଟର ପରି ଅନ୍ୟ ଆର୍ନ୍ତଜାତିକ ସହଯୋଗୀଙ୍କ ରକେଟ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/pslv-2026-01-12-13-13-47.jpg)