କନକ ବ୍ୟୁରୋ :  ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଇଭିଏମରେ ସିଲ ହୋଇଛି ୧୩ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ୱର ୧୧ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ  ମତଦାନ । ପ୍ରଥମ ପର୍ଯ୍ୟାୟ   ମତଦାନରେ ୧୮ ଜିଲ୍ଲାର ୧୨୧ ଆସନରେ ୬୪.୬୯ ପ୍ରତିଶତ ମତଦାନ ହୋଇଛି । ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଭୋଟିଂ ବୋଲି କୁହାଯାଉଛି  । ୨୦୨୦ ମସିହା ତୁଳନାରେ ୮ ପ୍ରତିଶତ ଅଧିକ ମତଦାନ ହୋଇଛି । କୁହାଯାଉଛି ବିହାର ଭୋଟିଂ ପ୍ୟାଟର୍ଣ୍ଣ ଅନୁସାରେ ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ରାଜନୈତିକ ଚମକ ଦେଖିବାକୁ ମିଳିଥାଏ । ୬୦ ପ୍ରତିଶତରୁ କମ ମତଦାନ ହେଲେ ନୀତିଶ କୁମାରଙ୍କ ସପକ୍ଷରେ ଫଳାଫଳ ଯାଏଥାଏ । କିନ୍ତୁ ୬୦ ପ୍ରତିଶତରୁ ଅଧିକ ମତଦାନ ହେଲେ ଫଳାଫଳ ଲାଲୁ ଯାଦବଙ୍କ ରାଜନୀତିର ଚମତ୍କାର ଦେଖିବାକୁ ମିଳିଥାଏ। ପ୍ରଥମ ପର୍ଯ୍ୟାୟ   ନିର୍ବାଚନରେ ଏଥର ମତଦାନ ୬୦ ପ୍ରତିଶତ ଟପିଥିବାରୁ ଜନାଦେଶ କାହା ସପକ୍ଷରେ ଯିବ ତା ଉପରେ ସାରା ଦେଶରେ ନଜର ରହିଛି। ବିହାର ରାଜନୀତି ଉପରେ ତୀକ୍ଷଣ ନଜର ରଖିଥିବା ରାଜନୈତିକ ସମୀକ୍ଷକ ଏହି ବମ୍ପର ଭୋଟିଂକୁ ନେଇ ଫଳାଫଳର ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ଏହି  ଉତ୍ସାହଜନତ ମତଦାନକୁ ନେଇ ଲାଭକ୍ଷତିର ହିସାବ କଷୁଛନ୍ତି ରାଜନୈତିକ ଦଳ । ଆସନ୍ତୁ ଗତ ୩୫ ବର୍ଷର ଭୋଟିଂ ପ୍ୟାଟର୍ଣ୍ଣରୁ ବିହାରର ରାଜନୈତିକ ଖେଳ ବୁଝିବାକୁ ଚେଷ୍ଟା କରିବା  

Advertisment

ନଭେମ୍ବର ଆରମ୍ଭରୁ ବଢ଼ିଲାଣି ଶୀତ, ପାଣିପାଗ ବିଭାଗର ପୂର୍ବାନୁମାନ, ୪ ରୁ ୫ ଦିନ ମଧ୍ୟରେ ଥରିବ ଓଡ଼ିଶା

  • ୨୦୦୦ ମସିହାରେ ବିହାରରେ ସର୍ବାଧିକ ମତଦାନ ସାମ୍ନାକୁ ଆସିଥିଲା 
  • ୨୦୦୦ରେ ବିହାରରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା 
  • ଲାଲୁ ଯାଦବଙ୍କ ଆରଜେଡି ସରକାର ଗଠନ କରିଥିଲା 
  • ୨୦୦୫ରେ ବିହାରରେ ମତଦାନ ହାର ୪୫.୮୫ ପ୍ରତିଶତ 
  • ମତଦାନ ୬୦%ରୁ ତଳକୁ ଖସିବାରୁ କ୍ଷମତାରୁ ଆରଜେଡି ବାହାର ହେଲା 
  • ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ କ୍ଷମତାର ସ୍ୱାଦ ଚାଖିଲା 
  • ୨୦୧୦ରେ ୫୨.୭୩% ଭୋଟ ସହ ଦ୍ୱିତୀୟ ଥର ସରକାର ଗଢ଼ିଲା ଏନଡିଏ 
  • ୨୦୧୫ରେ ବିହାରରେ ୫୬.୯୧% ଭୋଟ ହୋଇଥିଲା 
  • ନୀତିଶଙ୍କ ନେତୃତ୍ୱରେ ଏନଡିକୁ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା 
  • ୨୦୨୦ରେ ୫୭.୨୯% ଭୋଟ ସହ ଏନଡିଏ ବହୁମତ ହାସଲ କରିଥିଲା 
  • କିନ୍ତୁ ମହାମେଣ୍ଟ ଏନଡିଏକୁ କଡ଼ା ଟକ୍କର ଦେଇଥିଲା 
  • ଏଥର ପ୍ରଥମ ପର୍ୟ୍ୟାୟରେ ମତଦାନ ହାର ୬୦% ଟପିଛି 
  • ତେଣୁ ବିହାରରେ ଆରଜେଡିର ଭଲ ଦିନ ଫେରୁଥିବା ଚର୍ଚ୍ଚା ହେଉଛି