nitish and modi Photograph: (KANAK NEWS)
କନକ ବ୍ୟୁରୋ: ବିହାରରେ ନୂଆ ସରକାର ଗଠନ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏବେ ଦିଲ୍ଲୀରୁ ଆରମ୍ଭ କରି ପାଟନା ପର୍ଯ୍ୟନ୍ତ ସବୁଠି ଚାଲିଛି ମିଟିଂ । କେବେ ଶପଥ ଗ୍ରହଣ ହେବ? ସରକାରରେ କାହାର କେତେ ଭାଗିଦାରୀ ରହିବ? କାହାକୁ କେଉଁ ବିଭାଗ ମିଳିବ ତାକୁ ନେଇ ଏବେ ଜୋରଦାର ଚାଲିଛି ଚର୍ଚ୍ଚା । ଆଉ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୧୯ କିମ୍ବା ୨୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ଏଥିପାଇଁ ବିହାରର ଗାନ୍ଧୀ ମୈଦାନକୁ ପ୍ରସ୍ତୁତ କରାଯାଉଛି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ ।
ଆହୁରି ପଢ଼ନ୍ତୁ : Bihar News : ଲାଲୁଙ୍କ ପରିବାର ଭାଙ୍ଗିଲା; ପ୍ରଥମେ ବଡ଼ ପୁଅ, ଏବେ ଝିଅ
ଆଜି ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ବିହାରର ରାଜ୍ୟପାଳଙ୍କୁ ବିହାର ନିର୍ବାଚନର ରେଜଲ୍ଟ ନେଇ ସୂଚନା ଦେବେ । ଏହାପରେ ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଲାଗୁଥିବା ଆଦର୍ଶ ଆଚରଣ ବିଧି ଶେଷ ହେଇଯିବ । ଏହାପରେ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ କ୍ୟାବିନେଟ୍ ବୈଠକ କରିବେ, ଯେଉଁଠି ୧୭ତମ ବିଧାନସଭାକୁ ଭଙ୍ଗ କରିବାକୁ ପ୍ରସ୍ତାବ ପାରିତ ହେବ । ଏହାପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେବେ । ଆଉ ନୂଆ ସରକାର ଗଠନ ହେବା ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହେଇଯିବ ।
ନୀତୀଶ କୁମାରଙ୍କ ଇସ୍ତଫା ପରେ ଏନଡିଏର ସବୁ ଦଳକୁ ନେଇ ବୈଠକ ବସିବ । ଏହି ବୈଠକରେ ଏନଡିଏର ବିଧାୟକମାନେ ନିଜର ନେତା ବାଛିବେ । ଏନଡିଏ ବିଧାୟକଙ୍କ ବୈଠକରେ ନେତା ବଛାଯିବା ପରେ, ରାଜ୍ୟପାଳଙ୍କ ପାଖରେ ଏନଡିଏର ନେତା ସରକାର ଗଠନ ନେଇ ଦାବି ଜଣାଇବେ । ଆଉ ତା ପରେ ଶପଥ ଗ୍ରହଣ ସମାରୋହର ତାରିଖ ଆସିବ ବୋଲି କୁହାଯାଉଛି ।
ଆହୁରି ପଢ଼ନ୍ତୁ : ରସିକିଆ ରିକ୍ସାବାଲାର ୩ହଜାର ଗର୍ଲଫ୍ରେଣ୍ଡ, ଟାର୍ଗେଟ୍ ହାଇପ୍ରୋଫାଇଲ ଯୁବତୀ
ଚର୍ଚ୍ଚା ଅନୁସାରେ, ବିହାରର ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଜେପି ଶାସିତ ତମାମ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ । ଏଥିପାଇ ଅତିଥିମାନଙ୍କ ଏକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରାଯାଉଛି ।
Follow Us