କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ ଲଣ୍ଠନ ଜଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ରେଜଲ୍ଟରେ କିନ୍ତୁ ତାହା ଦେଖିବାକୁ ମିଳିନି । ବିହାରରେ ମୋଦୀ ମ୍ୟାଜିକ୍ କାମ କରିବା ସହିତ ଲିଭିଛି ଲାଲୁଙ୍କ ଲଣ୍ଠନ । ୨୪୩ ଆସନ ଭିତରୁ ଆରଜେଡି କେବଳ ୨୫ ଆସନ ଜିତିଥିବାବେଳେ, ମହାମେଣ୍ଟ ଜିତିଛି କେବଳ ୩୫ ଆସନ । ତେବେ ଆରଜେଡିର ଏହି ପରାଜୟ ଲାଲୁଙ୍କ ପରିବାରକୁ କିନ୍ତୁ ଆହୁରି ଅଧିକ ଭାଙ୍ଗିଦେଇଛି । ପୂର୍ବରୁ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଘରଠୁ ଅଲଗା ହେଇଥିବାବେଳେ, ଏବେ ଝିଅ ରୋହିଣୀ ମଧ୍ୟ ନିଜ ପରିବାରଠୁ ସମ୍ପର୍କ କାଟିଛନ୍ତି ।
୨୦୧୭ରୁ ଭାଇ-ଭାଇ ଭିତରେ କଳି
ଲାଲୁଙ୍କ ପରେ ତାଙ୍କ ଦଳର ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଇ ଆସୁଥିଲା । ଆଉ ଏତିକି ବେଳେ ୨୦୧୭ରେ ଯେତେବେଳେ ଲାଲୁ ଚାରା ଘୋଟାଲା କେସରେ ଜେଲ୍ ଗଲେ, ସେତେବେଳେ ଆରଜେଡିର ସବୁ ଦାୟିତ୍ୱ ସାନପୁଅ ତେଜସ୍ୱୀ ଯାଦବଙ୍କୁ ଦେଇଥିଲେ । ଯାହାକି ଦୁଇ ଭାଇଙ୍କ ଭିତରେ ପ୍ରଥମ କରି ଫାଟ ସୃଷ୍ଟି କରିଥିଲା । ସେହି ସମୟରେ ତେଜପ୍ରତାପ ଯାଦବ, ତେଜସ୍ୱୀଙ୍କ ଉପରେ ଖପ୍ପା ହେବା ସହିତ ଲାଲୁଙ୍କ ଅସଲି ଉତ୍ତରାଧିକାରୀ ବୋଲି ନିଜକୁ କହିଥିଲେ । ଆଉ ଦୁଇ ଭାଇଙ୍କ ଭିତରେ ଥିବା ଏହି ଶୀତଳ ଯୁଦ୍ଧ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି ।
ଆହୁରି ପଢ଼ନ୍ତୁ : ରସିକିଆ ରିକ୍ସାବାଲାର ୩ହଜାର ଗର୍ଲଫ୍ରେଣ୍ଡ, ଟାର୍ଗେଟ୍ ହାଇପ୍ରୋଫାଇଲ ଯୁବତୀ
ତା ପରେ ପରେ ପାରିବାରିକ କଳହକୁ ନେଇ ଲାଲୁ ଯାଦବଙ୍କ ପରିବାର ଚର୍ଚ୍ଚାରେ ରହିଥିଲା । ଖାସ୍ କରି ବାହାଘରର ମାତ୍ର ୫ ମାସ ପରେ ତେଜପ୍ରତାପ ଯାଦବ ନିଜ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା । ତେବେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଆରଜେଡିରୁ ଇସ୍ତଫା ଦେଇଥିଲେ , ଆଉ ଲାଲୁ ରାବିଡୀ ମୋର୍ଚ୍ଚା ତିଆରି କରି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲେ । ଯାହାକି ସିଧା ସିଧା ତେଜସ୍ୱୀଙ୍କ ବିରୋଧରେ ଯୁଦ୍ଧ ଘୋଷଣାଠୁ କମ୍ ନଥିଲା ।
ତେଜପ୍ରତାପଙ୍କ ସହ ସମ୍ପର୍କ କାଟିଲେ ଲାଲୁ
ନିର୍ବାଚନରେ ତେଜପ୍ରତାପ ନିଜ ବାପାଙ୍କ ଦଳ ଆରଜେଡି ବିରୋଧରେ ଯୁଦ୍ଧ କରିବା ପରେ, ଅନେକ ସମୟରେ ଦଳର କଥାକୁ ନେଇ ଟାର୍ଗେଟ୍ କରିବାକୁ ମଧ୍ୟ ପଛାଉନଥିଲେ । ଖାସ୍ କରି ତେଜସ୍ୱୀ ଯାଦବ ଆଉ ସଞ୍ଜୟ ଯାଦବଙ୍କ ବଢ଼ୁଥିବା ସମ୍ପର୍କ ତେଜପ୍ରତାପଙ୍କ ପାଇଁ କାଳ ହେଇଥିଲା । ସେଥିପାଇଁ ଅନେକ ସମୟରେ ସଞ୍ଜୟ ଯାଦବଙ୍କୁ ଜୟଚନ୍ଦ କହିଥିଲେ ତେଜପ୍ରତାପ । ପରେ ପରେ ୨୦୨୫ରେ ଯେତେବେଳେ ସେ ଫେସବୁକ୍ ପୋଷ୍ଟ କରି ନିଜ ରିଲେସନସିପକୁ ପବ୍ଲିକ୍ କରିଥିଲେ । ସେତେବେଳେ ବଡ଼ ପୁଅ ତେଜପ୍ରତାପ ସହିତ ସବୁ ସମ୍ପର୍କ କାଟିଥିଲେ ଲାଲୁ ଯାଦବ । ଆଉ ତା ପରଠୁ ତେଜପ୍ରତାପ ନିଜ ଦଳ ପାଇଁ ପ୍ରଚାର କରିଥିଲେ, ଆଉ ୨୦୨୫ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ ।
ଆହୁରି ପଢ଼ନ୍ତୁ : ଥଣ୍ଡାରେ ଥରୁଛି ସାରା ରାଜ୍ୟ, ଜାଡ଼ ମାଡ଼ରେ ଜଡ଼ସଡ଼ ଜନଜୀବନ
୨୦୨୫ ବିଧାନସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଏବେ ଲାଲୁଙ୍କ ପରିବାର ପୁଣି ଭାଙ୍ଗିଛି । ଲାଲୁଙ୍କ କିଡନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ, ଲାଲୁଙ୍କ ସହ ସମ୍ପର୍କ କାଟିବା ସହିତ ସଞ୍ଜୟ ଯାଦବ ଆଉ ରମିଜ ନେମତଙ୍କ ଉପରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ରାଜନୀତି ଛାଡ଼ିବା ନେଇ ଘୋଷଣା କରିବା ସହିତ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କ ସହ ସବୁ ସମ୍ପର୍କକୁ କାଟିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/16/lalu-family-2025-11-16-10-01-58.jpeg)