pk bsp bihar politics Photograph: (KANAK NEWS)
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ରେଜଲ୍ଟ ଯଦିଓ ୨୦୧୦ ଭଳି ରହିଛି, ହେଲେ ଏହାର ରାଜନୈତିକ ପଟ୍ଟକଥା କିନ୍ତୁ ଏଥର ପୂରାପୂରି ଅଲଗା । ବିହାରର ଜନତା ଏଥର ପୁଣିଥରେ ଏନଡିଏ ସପକ୍ଷରେ ଭୋଟ୍ ଦେଇଛନ୍ତି, ଆଉ ୨୦୨ ସିଟରେ ଏନଡିଏର ପ୍ରାର୍ଥୀଙ୍କୁ ଜିତାଇଛନ୍ତି । ଅନ୍ୟପଟେ ମହାମେଣ୍ଟ କେବଳ ୩୫ ସିଟରେ ଆଣ୍ଠେଇବା ସହିତ ମାଟି କାମୁଡ଼ିଛି । ହେଲେ ଏଭଳି ରେଜଲ୍ଟ ପରେ କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳଙ୍କ କହିବା କଥା ହେଲା,"ଏଭଳି ରେଜଲ୍ଟ ଅବିଶ୍ୱସନୀୟ ଅଟେ, କିଛି ଦଳର ଷ୍ଟ୍ରାଇକ୍ ରେଟ୍ ୯୦%...ଏମିତି କେବେ ବି ହେଇନଥିଲା ।"
ବିହାର ରେଜଲ୍ଟ ପଛର ଏହି ବଡ଼ ବ୍ୟବଧାନ ପଛରେ କେବଳ ଏନଡିଏର ଲୋକପ୍ରିୟତା ବଢ଼ିବା ନୁହେଁ ବରଂ ତିନୋଟି ଦଳକୁ ମଧ୍ୟ ଦାୟୀ କରାଯାଉଛି । ଜନସୁରାଜ ପାର୍ଟି, ବିଏସପି ଆଉ ଏଆଇଏମଆଇଏମ୍ ଦଳ ବିହାରରେ ଏହି ଅବିଶ୍ୱସନୀୟ ରେଜଲ୍ଟ ପଛର ଅସଲ କାରଣ ବୋଲି ଚର୍ଚ୍ଚା ହେଉଛି ।
ପିକେ ଦେଖାଇଲେ ଜଲଓ୍ୱା
ନିଜର ପ୍ରଥମ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ୩.୪ ପ୍ରତିଶତ ଭୋଟ୍ ସେୟାର ସହ ବିହାରରେ ବିକଳ୍ପର ସୁଯୋଗ ସୃଷ୍ଟି କରିଛି ଜନ ସୁରାଜ ପାର୍ଟି ।
- ନିର୍ବାଚନରେ ଜନସୁରାଜ ପାର୍ଟିର ପ୍ରଦର୍ଶନ
- ଗୋଟିଏ ସିଟରେ ଦ୍ୱିତୀୟ ସ୍ଥାନରେ
- ୧୨୯ ସିଟରେ ତୃତୀୟ ସ୍ଥାନରେ
- ୭୩ ସିଟରେ ଚତୁର୍ଥ ସ୍ଥାନରେ ଜନସୁରାଜ ପାର୍ଟିର ପ୍ରାର୍ଥୀ
ସବୁଠୁ ବଡ଼ କଥା ହେଲା ବିହାରର ୩୩ ସିଟରେ ଜନସୁରାଜ ପାର୍ଟିକୁ ମିଳିଥିବା ଭୋଟ ବିଜୟର ବ୍ୟବଧାନଠାରୁ ଅଧିକ ରହିଛି । ଏହା ଭିତରୁ ଏନଡିଏ ୧୮ଟି ସିଟରେ ବିଜୟ ହାସଲ କରିଥିବାବେଳେ, ମହାମେଣ୍ଟ ୧୩ଟି ସିଟରେ ବିଜୟ ହାସଲ କରିଛି । ଅର୍ଥାତ ପିକେ ହିଁ ବିହାର ରାଜନୀତିରେ ଏହି ବଡ଼ ଧରଣର ଗଡ଼ବଡ଼ କରିଦେଇଛନ୍ତି ।
ଆହୁରି ପଢ଼ନ୍ତୁ : କେବଳ ଘୋଷଣାରେ ରହିଗଲା କି ଶୀତଳ ଭଣ୍ଡାର? ଜାନୁଆରୀରେ ଆସିଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗେଇ ପାରିନି
ବିଏସପି ଏବଂ ଔବୈସୀ ଫ୍ୟାକ୍ଟର
ଗଲା କିଛି ବର୍ଷ ଧରି ଇଣ୍ଡିଆ ମେଣ୍ଟ ବିଏସପିକୁ ବିଜେପିର ବି ଟିମ୍ ବୋଲି କହିଆସୁଛି । ଆଉ ବିହାର ନିର୍ବାଚନର ରେଜଲ୍ଟ ମଧ୍ୟ ସେହି ଦିଗକୁ ଦେଖାଉଛି । ବିଏସପି ବିହାରର ୧୮୧ ସିଟରେ ନିର୍ବାଚନ ଲଢ଼ିଥିବାବେଳେ, ଗୋଟିଏ ସିଟରେ ବାଜି ମାରିଛି ଏବଂ ଗୋଟିଏ ସିଟରେ ଦ୍ୱିତୀୟ ସ୍ଥାନରେ ରହିଚି । ହେଲେ ଏମିତି ୨୦ଟି ସିଟ୍ ରହିଛି ଯେଉଁଠି ବିଜୟର ବ୍ୟବଧାନଠୁ ବିଏସପି ପ୍ରାର୍ଥୀଙ୍କୁ ମିଳିଛି ଅଧିକ ଭୋଟ୍ ।
ଆହୁରି ପଢ଼ନ୍ତୁ : ୫୮ରେ ପୁଣି ବିବାହ କଲେ ଏହି ଅଭିନେତା .....
ସେହିପରି ମୁସଲିମ୍ ବହୁଳ ଅଞ୍ଚଳରେ ଏଆଇଏମଆଇଏମ ମଧ୍ୟ ନିଜର ଜଲଓ୍ୱା ଦେଖାଇଛି । ୯ଟି ସିଟରେ ଏଆଇଏମଆଇଏମକୁ ମିଳିଥିବା ଭୋଟ୍ ବିଜୟ ବ୍ୟବଧାନଠୁ ଅଧିକ ରହିଛି । ତେଣୁ ବିହାର ଜନାଦେଶକୁ ନେଇ ଆଶ୍ଚର୍ଯ୍ୟ ହେଉଥିବା ଲୋକ, ଏହି ତିନି ଦଳର ରେଜଲ୍ଟ ଉପରେ ନିଶ୍ଚୟ ନଜର ପକାଇବା କଥା ।
Follow Us