ବିହାର ନିର୍ବାଚନ ଫଳାଫଳରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଲା ବିଜେପି,  ଏନଡିଏ ବିଜୟ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଆଗରେ ରହିଛନ୍ତି ନୀତୀଶ କୁମାର । ରେସରେ ରହିଛନ୍ତି ବିଜୟ ସିହ୍ନା, ସମ୍ରାଟ ଚୌଧୁରୀ, ରେଣୁକା ଚୌଧୁରୀଙ୍କ ଭଳି ହେଭିୱେଟ୍

Nitish kumar

Nitish kumar Photograph: (KanakNews)

କନକ ବ୍ୟୁରୋ:  ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି । ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଏନଡିଏ ମୋଟ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟ ହାସଲ କରିଛନ୍ତି । ଏସବୁ ମଧ୍ୟରେ ଏବେ ପ୍ରଶ୍ନ ଉଠୁଛି: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହେବେ କି? ନୀତୀଶ କୁମାରଙ୍କୁ ଏକ ପୃଥକ ଦାୟିତ୍ୱ ଦିଆଯିବ କି? ଏନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ତଥାପି ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ନୀତିଶ କୁମାର । ନୀତିଶଙ୍କ ସହ ଅନ୍ୟ କିଛି ଚେହେରାଙ୍କ ଉପରେ ପକାନ୍ତୁ ନଜର । 
ନୀତୀଶ କୁମାର
-ନୀତୀଶ କୁମାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ
-ନିର୍ବାଚନ ପୂର୍ବରୁ ତାଙ୍କୁ ଏନଡିଏର ଚେହେରା ଘୋଷଣା କରାଯାଇଥିଲା
-୨୦୨୦ରେ ତୃତୀୟ ବୃହତ ଦଳ ହେବା ସତ୍ତ୍ୱେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା
-ଏଥର ମଧ୍ୟ ସହଯୋଗୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରେ ବିଜେପି 
-ନୀତୀଶ କୁମାରଙ୍କର ୧୫ ବର୍ଷରୁ ଅଧିକ ଅଭିଜ୍ଞତା ଅଛି
-ବିଜେପି ତୁଳନାରେ ଜେଡିୟୁ ଏକ ଛୋଟ ଦଳ ହେବା ତାଙ୍କ ପ୍ରଭାବକୁ ହ୍ରାସ କରିପାରେ

ନୀତିଶଙ୍କୁ ଛାଡି ବିହାରରେ ସରକାର କରିବ କି ବିଜେପି, ଜେଡିୟୁକୁ ବାଦ୍ ଦେଇ ଏନଡିଏ ୧୨୪ ଆସନରେ ଆଗୁଆ

ବିଜୟ କୁମାର ସିହ୍ନା 
-ବିଜୟ କୁମାର ସିହ୍ନା ବର୍ତ୍ତମାନ ବିହାରର ଉପମୁଖ୍ୟମନ୍ତ୍ରୀ
-ପୂର୍ବରୁ ବିଧାନସଭା ବାଚସ୍ପତି ପଦବୀରେ ରହିସାରିଛନ୍ତି 
-ଲଖିସରାଇରୁ ଜିତି ଏକ ଦୃଢ଼ ଚେହେରା ଭାବରେ ଉଭା ହୋଇଛନ୍ତି
-ଅଭିଜ୍ଞତା ଏବଂ ସାଂଗଠନିକ ଶକ୍ତିକୁ ଦୃଷ୍ଟିରେ ଦେଖିଲେ ସେ ମଧ୍ୟ ଦାବିଦାର

ସମ୍ରାଟ ଚୌଧୁରୀ
-ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି 
-ଏନଡିଏରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି
-ଦଳ ଓବିସି ନେତାଙ୍କୁ ବାଛିଲେ, ସେ ପ୍ରଥମ ପସନ୍ଦ ହୋଇପାରିବେ
-ଜଣେ ଯୁବ ଏବଂ ଆକ୍ରମଣାତ୍ମକ ନେତା ଭାବରେ ପରିଚିତ
-ପୂର୍ବରୁ ଦଳର ରାଜ୍ୟ ସଭାପତି ଭାବେ ତୁଲାଇଛନ୍ତି ଦାୟିତ୍ବ

ରେଣୁ ଦେବୀ 
-ମହିଳା ଏବଂ ଅତ୍ୟନ୍ତ ପଛୁଆ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି
-ଦିଲ୍ଲୀ ମଡ଼େଲରେ ରେଣୁ ଦେବୀଙ୍କୁ ଆଗକୁ ଆଣିପାରେ ଦଳ
-ବିହାରର ଉପମୁଖ୍ୟମନ୍ତ୍ରୀ ଭାବରେ ପୂର୍ବରୁ କାର୍ଯ୍ୟ 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe