ହିଜାବ ବିବାଦରେ ବିହାର ମୁଖ୍ୟମନ୍ତ୍ରୀ : ନୀତୀଶ ମାଗନ୍ତୁ କ୍ଷମା, ବଢ଼ିଲାଣି ଦାବି

Advertisment

ପୁଣିଥରେ ସମାଲୋଚନା ଘେରରେ ବିହାର ମୁଖ୍ୟମନ୍ତ୍ରୀ ।ଏଥରକ ବିବାଦ ଅଧିକ ଘନେଇଛି କାରଣ ଘଟଣା ଜଣେ ମୁସଲିମ ଛାତ୍ରୀଙ୍କ ସହ ସମ୍ବନ୍ଧିତ ।କାର୍ଯ୍ୟକ୍ରମରେ ଜୋରଜବରଦସ୍ତ ଛାତ୍ରୀଙ୍କ ହିଜାବ ଖୋଲିବା ଘଟଣାକୁ ନେଇ ବିବାଦରେ ନୀତୀଶ କୁମାର

ପୁଣିଥରେ ସମାଲୋଚନା ଘେରରେ ବିହାର ମୁଖ୍ୟମନ୍ତ୍ରୀ ।ଏଥରକ ବିବାଦ ଅଧିକ ଘନେଇଛି କାରଣ ଘଟଣା ଜଣେ ମୁସଲିମ ଛାତ୍ରୀଙ୍କ ସହ ସମ୍ବନ୍ଧିତ ।କାର୍ଯ୍ୟକ୍ରମରେ ଜୋରଜବରଦସ୍ତ ଛାତ୍ରୀଙ୍କ ହିଜାବ ଖୋଲିବା ଘଟଣାକୁ ନେଇ ବିବାଦରେ ନୀତୀଶ କୁମାର

New Project (26)

 କନକବ୍ୟୁରୋ : ପୁଣିଥରେ ସମାଲୋଚନା ଘେରରେ ବିହାର ମୁଖ୍ୟମନ୍ତ୍ରୀ ।ଏଥରକ ବିବାଦ ଅଧିକ ଘନେଇଛି କାରଣ ଘଟଣା ଜଣେ ମୁସଲିମ ଛାତ୍ରୀଙ୍କ ସହ ସମ୍ବନ୍ଧିତ ।କାର୍ଯ୍ୟକ୍ରମରେ ଜୋରଜବରଦସ୍ତ ଛାତ୍ରୀଙ୍କ ହିଜାବ ଖୋଲିବା ଘଟଣାକୁ ନେଇ ବିବାଦରେ ନୀତୀଶ କୁମାର  , କେବେ ଅଧିକାରୀଙ୍କ ମୁଣ୍ଡରେ ଫୁଲ କୁଣ୍ଡ ଥୋଇଥିଲେ । କେବେ ଜାତୀୟ ସଂଗୀତ ଗାନ ସମୟରେ ବଡ ପାଟିରେ ହସିଥିଲେ ଓ  ଗପିଥିଲେ । ଆଉ କେବେ ବିଧାନସଭାରେ ଅଜବଗଜବ ମୁଖ ଭଙ୍ଗୀ କରିଥିଲେ ।

ଅଧିକ ପଢନ୍ତୁ.... ନିର୍ବାଚନ କମିସନଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଚିଠା ଭୋଟର ତାଲିକା ଜାରି

ସାର୍ବଜନୀନ ସ୍ଥାନରେ ନୀତୀଶ କୁମାରଙ୍କ ଏଭଳି ଆଚରଣ ବେଶ ଚର୍ଚ୍ଚା ସାଉଁଟିଥିଲା । ଏଥରକ ହିଜାବ ଘଟଣା ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ବିବାଦରେ ପକାଇଛି । ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରୀଙ୍କ ହିଜାବକୁ ମୁଖ୍ୟମନ୍ତ୍ରୀ ଜୋରଜବରଦସ୍ତ ଖୋଲିବା ଘଟଣା, ବର୍ତ୍ତମାନ ନୂଆ ବିବାଦ ଛିଡା କରିଛି । ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିସ୍ତେଜ ହୋଇପଡିଥିବା ବିରୋଧୀଙ୍କୁ ଖୋରାକ ଯୋଗାଇଛି ହିଜାବ ବିବାଦ ।  ସେପଟେ ଘଟଣାକୁ ନେଇ ବିବାଦ ଥମିବା ନା ନେଉଥିବାବେଳେ ସଫେଇ ରଖିଛି ଜେଡିୟୁ । ନୀତୀଶ ପିଲାମାନଙ୍କୁ ଭଲ ପାଆନ୍ତି ଓ ଏହାର ଏକ ନିଦର୍ଶନ ବୋଲି କହି ଦଳ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛି ।  କେବଳ ରାଜନେତା, ମୁସଲିମ ଧର୍ମଗୁରୁ ନୁହେଁ ଅଭିନେତ୍ରୀ ଜାଏରା ୱାସିମ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe