ବିହାର ବିଧାନସଭାକୁ ଗଲେ କେତେ ବାହୁବଳୀ ନେତା, ଦେଖନ୍ତୁ କେଉଁ ଦଳରୁ ଜିତିଲା କିଏ ?

ଯଦି ବାହୁବଳୀ ନେତାଙ୍କ ବାବଦରେ କହିବା ତେବେ ପ୍ରଥମେ ଆସିବ ମୋକାମାରୁ ଜେଡିୟୁ ସମର୍ଥନରେ ନିର୍ବାଚିତ ହୋଇଥିବା ଅନନ୍ତ ସିଂଙ୍କ କଥା । ଅନନ୍ତ ସିଂଙ୍କର ଇତିହାସ ହିଁ ଅପରାଧରେ ଗଢ଼ା । ଏହାସହ ଚଳିତ ନିର୍ବାଚନ ବେଳେ ଜନସ୍ୱରାଜ ପାର୍ଟିର ସମର୍ଥକ ତଥା ଆଉ ଜଣେ ବାହୁବଳୀ ଗୋଲାପ ଚନ୍ଦଙ୍କ ହତ୍ୟା କରାଇଥିବା ଅଭିଯୋଗରେ ସେ ଜେଲରେ ଅଛନ୍ତି । ହେଲେ ବି ତାଙ୍କର ପ୍ରଭାବ ଏତେ ଯେ ସେ ଜେଲରେ ଥାଇ ବି ନିର୍ବାଚନ ଜିତିଛନ୍ତି ।

ushama

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିସାରିଛି । ଏନଡିଏ ମେଣ୍ଟ ଆଶାତୀତ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି । ବିରୋଧୀ ମହାଗଠବନ୍ଧନର ସରକାର ଗଠନ କରିବା ଆସା ଧୂଳିସାତ ହୋଇଯାଇଛି । ଏସବୁ ଭିତରେ ଗୋଟିଏ ବଡ଼ କଥା ହେଉଛି, ନିର୍ବାଚନ ପ୍ରଚାର ବେଳେ ଏନଡିଏ ମେଣ୍ଟ ମହାଗଠବନ୍ଧନ ଉପରେ ଜଙ୍ଗଲରାଜର ଅଭିଯୋଗ ଆଣୁଥିଲା । ଏହାର ଜବାବରେ ଏନଡିଏ ମେଣ୍ଟକୁ ଏକ ଅରାଜକ ମେଣ୍ଟ ବୋଲି ବିରୋଧୀ ଅଭିଯୋଗ କରୁଥିଲେ । ହେଲେ ଗତକାଲି ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଛି ଯେ ସେ ଜଙ୍ଗଲ ରାଜ୍ ହେଉ କି ଅରାଜକତା ହେଉ ଏହା କେବଳ ନିର୍ବାଚନୀ ବୟାନ । ବାସ୍ତବରେ ଉଭୟ ଏନଡିଏ ଓ ମହାଗଠବନ୍ଧନ ତରଫରୁ ଏବେ ଗଣ୍ଡା ଗଣ୍ଡା ବାହୁବଳୀ ନେତା କିମ୍ବା ସେମାନଙ୍କ ପରିବାରରୁ କେହି ନା କେହି ନିର୍ବାଚନ ଜିତି ବିଧାନସଭା ଯାଉଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ବିହାର ବିଧାନସଭାକୁ ଏଥର କେତେ ବାହୁବଳୀ ନେତା କିମ୍ବା ତାଙ୍କ ପରିବାରରୁ କେହି ନିର୍ବାଚିତ ହୋଇଛନ୍ତି । 

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୮ ଜଣଙ୍କର ଟିଆଇ ପରେଡ ପାଇଁ ଆବେଦନ କରିଛି ପୁଲିସ୍‌

ଯଦି ବାହୁବଳୀ ନେତାଙ୍କ ବାବଦରେ କହିବା ତେବେ ପ୍ରଥମେ ଆସିବ ମୋକାମାରୁ ଜେଡିୟୁ ସମର୍ଥନରେ ନିର୍ବାଚିତ ହୋଇଥିବା ଅନନ୍ତ ସିଂଙ୍କ କଥା । ଅନନ୍ତ ସିଂଙ୍କର ଇତିହାସ ହିଁ ଅପରାଧରେ ଗଢ଼ା । ଏହାସହ ଚଳିତ ନିର୍ବାଚନ ବେଳେ ଜନସ୍ୱରାଜ ପାର୍ଟିର ସମର୍ଥକ ତଥା ଆଉ ଜଣେ ବାହୁବଳୀ ଗୋଲାପ ଚନ୍ଦଙ୍କ ହତ୍ୟା କରାଇଥିବା ଅଭିଯୋଗରେ ସେ ଜେଲରେ ଅଛନ୍ତି । ହେଲେ ବି ତାଙ୍କର ପ୍ରଭାବ ଏତେ ଯେ ସେ ଜେଲରେ ଥାଇ ବି ନିର୍ବାଚନ ଜିତିଛନ୍ତି । ସେ ପୁଣି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ବାହୁବଳୀ ନେତା  ସୁରଜଭାନ ସିଂଙ୍କ ପତ୍ନୀ ତଥା ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କୁ ୨୮ ହଜାର ଭୋଟରେ ପରାଜିତ କରିଛନ୍ତି ।

ବିଜୟ ପରେ ବିଜେପି ପାର୍ଟି ଅଫିସରେ ପହଂଚିଲେ ଜୟ ଢୋଲକିଆ, କହିଲେ, ବିଜୟ ପଛରେ ରହିଛି ବାପାଙ୍କ ଆଶୀର୍ବାଦ

ସେହିଭଳି ରାଧା ଚରଣ ସେଠ୍ ଜେଡିୟୁ ଟିକେଟରୁ ଲଢ଼ି ଆରଜେଡିର ଦୀପୁ ସିଂଙ୍କୁ ପରାଜିତ କରିଛନ୍ତି । ଆରଜେଡି ଟିକେଟରୁ ଲଢ଼ି ନରେନ୍ଦ୍ର କୁମାର ସିଂ ଜେଡିୟୁର ଦୀପୁ ସିଂଙ୍କୁ ପରାଜିତ କରିଛନ୍ତି । ଏହାସହ ଗ୍ୟାଙ୍ଗଷ୍ଟର ରାଜନେତା ସୁନିଲ ପାଣ୍ଡେଙ୍କ ପୁଅ ବିଶାଲ ପ୍ରଶାନ୍ତ ବିଜେପି ଟିକେଟରୁ ଲଢ଼ି ବିଜୟୀ ହୋଇଛନ୍ତି । ବାହୁବଳୀ ନେତା ଶାହାବୁଦ୍ଦିନଙ୍କ ପୁଅ ଉସାମା ସାହେବ ଆରଜେଡି ଟିକେଟରୁ ଲଢ଼ି ବିଜୟୀ ହୋଇଛନ୍ତି । ସେହିଭଳି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ପ୍ରଭୁନାଥ ସିଂଙ୍କ ଭାଇ କେଦାରନାଥ ସିଂ ବିଜେପି ଟିକେଟରୁ ଲଢ଼ି ବିଜୟୀ ହୋଇଛନ୍ତି । ଗ୍ୟାଙ୍ଗଷ୍ଟର ରାଜନେତା ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ଜେଡିୟୁ ଟିକେଟରୁ ଲଢ଼ି ବିଧାୟକ ହୋଇଛନ୍ତି । ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଅଶୋକ ମାହାତୋଙ୍କ ପତ୍ନୀ ଅନିତା ଆରଜେଡି ସମର୍ଥନରେ ଲଢ଼ି ବିଧାୟକ ହୋଇଛନ୍ତି । ଆରଜେଡିରୁ ରୀତାଲାଲ୍ ରାୟ, କର୍ଣ୍ଣବୀର ସିଂ ମଧ୍ୟ ବିଜୟୀ ହୋଇଛନ୍ତି । ଅନ୍ୟପଟେ ସୁନିଲ ପାଣ୍ଡେଙ୍କ ଭାଇ ଉଲ୍ଲାସ ପାଣ୍ଡେ ଚିରାଗଙ୍କ ଦଳ ସମର୍ଥନରେ ବିଜୟୀ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe