କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏସଆଇଆରକୁ ନେଇ ବିରୋଧୀ ସରକାରଙ୍କ ସହ ନିର୍ବାଚନ ଆୟୋଗଙ୍କୁ ଘେରିଥିବା ବେଳେ ବିହାରରେ ହିଂସା ଚରମସୀମାରେ ପହଂଚିଛି । ଏହାକୁ ନେଇ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଉଛନ୍ତି ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱାନ । ଏହାକୁ ନେଇ ବିହାର ବିଜେପିର ନେତୃତ୍ୱଙ୍କ ସହ କେନ୍ଦ୍ର ବିଜେପିର ନେତୃତ୍ୱମାନେ ଚିରାଗଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି । କାରଣ ଗଣମାଧ୍ୟମରେ ଚିରାଗ  କେବଳ ନୀତିଶ ନୁହେଁ ବରଂ ପୂରା ବିହାର ସରକାରକୁ ଟାର୍ଗେଟ୍ କରୁଛନ୍ତି । ଏହାକୁ ନେଇ ବିଜେପି ନେତୃତ୍ୱ ଚିରାଗଙ୍କୁ ଚୁପ୍ ରହିବାକୁ ଚେତାବନୀ ଦେଇଛନ୍ତି ।

Advertisment

ସୂଚନା ଥାଉକି ଏସବୁ ନୀତିଶ କୁମାରଙ୍କ ଜେଡିୟୁ ନେତାଙ୍କ ଅସନ୍ତୁଷ୍ଟ କାରଣରୁ ହୋଇଛି । କାରଣ ଚିରାଗ ବାରମ୍ବାର ନୀତିଶ କୁମାରଙ୍କ ସହ ପୂରା ସରକାରକୁ ଟାର୍ଗେଟ୍ କରୁଛନ୍ତି । ଏହାକୁ ନେଇ ଚିରାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜେଡିୟୁ ନେତାମାନେ ବିଜେପି ପାଖରେ ଅଭିଯୋଗ କରିଥିଲେ । ବିଜେପି ଅଭିଯୋଗ ପାଇବା ପରେ ଚିରାଗଙ୍କୁ ସହଯୋଗୀ ଦଳର ସ୍ୱାର୍ଥ ପ୍ରତି ନଜର ଦେବାକୁ କହିଛି । 

ସୂତ୍ର ସୂଚନା ମୁତାବକ ବିହାର ନିର୍ବାଚନକୁ ନଜରରେ ରଖି ଚିରାଗଙ୍କ ବୟାନକୁ ବିଜେପି ଗମ୍ଭୀରତାର ସହନେଇଛି । କୁହାଯାଉଛି କି, ବିଜେପି ନେତୃତ୍ୱ ଖୁବଶୀଘ୍ର ଚିରାଗଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିପାରନ୍ତି । 

ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବାରମ୍ବାର ବିହାର ଗସ୍ତ କରୁଛନ୍ତି । ସେ ଜନତାଙ୍କୁ କହୁଛନ୍ତି କି, ବିହାରରେ ଏନଡିଏ ମଜବୁତ ଓ ଏକାଠି ରହିଛି । ହେଲେ ଚିରାଗ ଯେଭଳି ଭାବେ ବିହାର ସରକାରଙ୍କୁ ଟାର୍ଗେଟ୍ କରୁଥିବାରୁ ଏହା ମେଣ୍ଟର ପ୍ରଦର୍ଶନ ଉପରେ ନିଶ୍ଚିତ ପ୍ରଭାବ ପକାଇବା ନେଇ ଆଶା ସୃଷ୍ଟି ହୋଇଛି ।