ମହାମେଣ୍ଟରେ ଛିଣ୍ଡୁନି ଆସନ ଅଡୁଆ

ବିହାରରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଜାରି ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ଏହି ନାମାଙ୍କନ ଚାଲିବ । ହେଲେ ଏପର୍ଯ୍ୟନ୍ତ କିନ୍ତୁ ମହାମେଣ୍ଟରେ ଆସନ ବଣ୍ଟନ ଅଡୁଆ ଛିଣ୍ଡିନାହିଁ।  ମହାମେଣ୍ଟର ବିଭିନ୍ନ ଅଂଶୀଦାର ଦଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ଟି ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି

bihar election

bihar election Photograph: (kanak news)

କନକ ବ୍ୟୁରୋ: ବିହାରରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଜାରି ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ଏହି ନାମାଙ୍କନ ଚାଲିବ । ହେଲେ ଏପର୍ଯ୍ୟନ୍ତ କିନ୍ତୁ ମହାମେଣ୍ଟରେ ଆସନ ବଣ୍ଟନ ଅଡୁଆ ଛିଣ୍ଡିନାହିଁ ।  ମହାମେଣ୍ଟର ବିଭିନ୍ନ ଅଂଶୀଦାର ଦଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ଟି ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ତେବେ ଏହି ଘଟଣା ଏବେ ବିହାର ରାଜନୀତିକୁ ଆହୁରି ଅଧିକ ରୋଚକ କରିଥିବାବେଳେ, ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ କିଏ କାହା ସହ ଲଢ଼ିବ ସେନେଇ ସ୍ଥିତି ସ୍ପଷ୍ଟ ହେବ ।

ଟିକେଟ୍ ମିଳିଲାନି ବୋଲି...ଭୋ ଭୋ ହେଇ କାନ୍ଦିଲେ, ରାସ୍ତାରେ ଗଡ଼ିଲେ ନେତା

ସେପଟେ ଏ.ଆଇ.ଏମ୍.ଆଇ.ଏମ. ନେତା ଓ୍ୱବୈସୀ ୨୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏସବୁ ଦୃଷ୍ଟିରୁ ଏନଡିଏ ଭଲ ସ୍ଥିତରେ ଅଛି। ଆସନ ବଣ୍ଟନ ସହ ପ୍ରାର୍ଥୀ ମନୋନୟନରେ ଆଗରେ ରହିଛି ଏନଡିଏ । ଏନଡିର ଦୁଇ ବୃହତ ଅଂଶୀଦାର ବିଜେପି ଏବଂ ଜେଡିୟୁ ସମାନ ସମାନ ୧୦୧-୧୦୧ ଆସନରେ ଲଢୁଛନ୍ତି। ପ୍ରଚାରରେ ମଧ୍ୟ ଆଗରେ ରହିଛି ଏନଡିଏ । ଅମିତ ଶାହ ବିହାରରେ ୩ ଦିନ ରହି ଏନଡିଏକୁ ବଳ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦୀ ୧୨ଟି ସଭାରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।  

  • ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଜାରି
  • ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ
  • ଏଆଇଏମ୍ଆଇଏମପକ୍ଷରୁ ୨୫ ପ୍ରାର୍ଥୀ ଘୋଷଣା
  • ମହାମେଣ୍ଟରେ ଛିଣ୍ଡୁନି ଆସନ ବଣ୍ଟନ ଅଡୁଆ
  • ପ୍ରଚାରରେ ଆଗୁଆ ରହିଛି ଏନଡିଏ  
  • ୨୩ରୁ ମୋଦୀ ବିହାରରେ ପ୍ରଚାର କରିବେ
  • ପ୍ରଥମ ପର୍ଯ୍ୟାୟରେ ମୋଦୀ ୧୨ ସଭାରେ ଯୋଗଦେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe