ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ ସଫଳତା ; ୭ ନମ୍ବର ଆତଙ୍କୀ ଗିରଫ

ଗିରଫ ଆତଙ୍କୀ ନାଁ ସୋଏବ ଓ ସେ ଦିଲ୍ଲୀ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ଉମର ନବୀର ଘନିଷ୍ଠ ସହଯୋଗୀ । ବିସ୍ଫୋରଣ ପାଇଁ ଉମରକୁ ସାହାଯ୍ୟ କରିବା ସହ କାର ଯୋଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Delhi blast

Delhi blast Photograph: (Kanak NEWS)

କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ ସଫଳତା । ଫରିଦାବାଦରୁ ଅନ୍ୟତମ ମୋଷ୍ଟୱାଣ୍ଟେଡ ଆତଙ୍କୀକୁ ଗିରଫ କରିଛି ଏନଆଇଏ । ଗିରଫ ଆତଙ୍କୀ ନାଁ ସୋଏବ ଓ ସେ ଦିଲ୍ଲୀ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ଉମର ନବୀର ଘନିଷ୍ଠ ସହଯୋଗୀ । ବିସ୍ଫୋରଣ ପାଇଁ ଉମରକୁ ସାହାଯ୍ୟ କରିବା ସହ କାର ଯୋଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୂର୍ବରୁ ଗିରଫ ୬ଜଣ ଆତଙ୍କୀ ଡାକ୍ତରଙ୍କୁ ଜେରା ସମୟରେ ସୋଏବ ନାଁ ସାମ୍ନାକୁ ଆସିଥିଲା । ତେବେ ଏହାକୁ ମିଶାଇ ମାମଲାରେ ୭ଜଣ ଆତଙ୍କୀକୁ ଗିରଫ କରାଯାଇଛି ।

ଅଭିଯୁକ୍ତ ଡାକ୍ତର ମୁଜାମିଲଙ୍କୁ ସ୍ଥାନ ଚିହ୍ନଟ ପାଇଁ ଅଲ-ଫାଲାହକୁ ଆଣିଲା ଏନଆଇଏ । ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ମୁଜାମିଲ୍ ଶକିଲ୍କୁ ଅନୁସନ୍ଧାନ ପାଇଁ ଫରିଦାବାଦର ଅଲ-ଫାଲାହ ମେଡିକାଲ କଲେଜ କ୍ୟାମ୍ପସକୁ ଆଣିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡାକ୍ତର ମୁଜାମିଲ୍‌ ତିନି ମାସ ମଧ୍ୟରେ ସୋହନାରୁ ପ୍ରାୟ ୧,୬୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ କିଣିଥିବା ଅଭିଯୋଗ ହୋଇଛି । ଏହି ବିସ୍ଫୋରକ ସାମଗ୍ରୀକୁ କେଉଁଠାରୁ କିଣାଯାଇଥିଲା, ତାହା ଚିହ୍ନଟ କରିବାକୁ ମୁଜାମିଲ୍‌କୁ ସୋହନାର ଧାନ ମଣ୍ଡିକୁ ନିଆଯାଇଥିଲା । 

ଆହୁରି ପଢ଼ନ୍ତୁ : ଆଜି ଜାତୀୟ ଦୁଗ୍ଧ ଦିବସ : ଜାଣନ୍ତୁ ଏହି ଦିବସର କଣ ରହିଛି ମହତ୍ତ୍ବ..

ତଦନ୍ତକାରୀ ଦଳ ମୁଜାମିଲ୍‌ର କ୍ୟାବିନ୍ ଏବଂ ରହୁଥିବା କୋଠରୀ ସମେତ ଆତଙ୍କୀ ଡାକ୍ତର ଯେଉଁ ଯେଉଁ ସ୍ଥାନକୁ ଯାଉଥିଲା ସବୁ ସ୍ଥାନକୁ ଏନଆଇଏ ଦଳ ଯାଇଥିଲା । ଆତଙ୍କୀ ଗୋଷ୍ଠୀ ଧୌଜ ଏବଂ ଫତେହପୁର ଟାଗାରେ ଭଡା ଘରେ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ, ଡେଟୋନେଟର ଏବଂ ଅନ୍ୟାନ୍ୟ ଜିନିଷ ଗଚ୍ଛିତ କରି ଆତଙ୍କବାଦୀ ଲଜିଷ୍ଟିକ୍ସ ବେସ୍ ଭାବରେ ବ୍ୟବହାର କରୁଥିଲେ। ତଦନ୍ତକାରୀମାନେ ତାଙ୍କର ଏନକ୍ରିପ୍ଟ ହୋଇଥିବା ଚାଟ୍ ଏବଂ ଆର୍ଥିକ କାରବାରକୁ ତଦନ୍ତ କରୁଛନ୍ତି, ଯାହା ବିଦେଶୀ ହ୍ୟାଣ୍ଡଲର୍ମାନଙ୍କ ସହିତ ତାଙ୍କର ସମ୍ଭାବ୍ୟ ସଂଯୋଗକୁ ସୂଚାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe