Apartments & Market Complex Photograph: (Kanak News)
କନକ ବ୍ୟୁରୋ : ରାଉରକେଲାବାସୀଙ୍କ ପାଇଁ ଖୁସି ଖବର । ସହରର ବାସନ୍ତୀ କଲୋନୀ ଅଞ୍ଚଳରେ ହାଉସିଂ ବୋର୍ଡ ନିର୍ମାଣ କରିବ ବହୁତଳ ଆପାର୍ଟମେଣ୍ଟ ଓ ମାର୍କେଟ କମ୍ପ୍ଲେକ୍ସ । ଭୂମିହୀନ ଏବଂ ଗରିବଙ୍କୁ ଶସ୍ତାରେ ଏ ଘର ଯୋଗାଇ ଦିଆଯିବ । ଯାହାକୁ ନେଇ ସହରବାସୀ ବେସ୍ ଉତ୍ସାହିତ ଅଛନ୍ତି ।
ରାଉରକେଲାରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ନିର୍ମାଣ କରିବ ଆବାସିକ ଘର ଏବଂ ମାର୍କେଟ୍ କଂପ୍ଲେକ୍ସ । ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଏ ନେଇ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି । ପ୍ରକଳ୍ପ ଲାଗି ବାସନ୍ତୀ କଲୋନୀ ନିକଟରେ ଜାଗା ବି ଚିହ୍ନଟ ସରିଛି । ଘର ନିର୍ମାଣ ପରେ ଭୂମିହୀନ ଏବଂ ଗରିବ ଲୋକଙ୍କୁ ଶସ୍ତାରେ ଯୋଗାଇଦେବାକୁ ଲକ୍ଷ୍ୟ ରହିଛି । ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିବା ପରେ ସହରବାସୀ ଖୁସି ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ : ମଞ୍ଜୁରୀ ଅବଧି ପୂରି ବିତିଲାଣି ଦେଢ଼ବର୍ଷ; ନିର୍ଭୟରେ ବିନା ଅନୁମତିରେ ଚାଲିଛି କ୍ରସର୍
ଦୀର୍ଘ ବର୍ଷ ପରେ ହାଉସିଂ ବୋର୍ଡ ଏଭଳି ଆବାସିକ ପ୍ରକଳ୍ପ କରିବାକୁ ଯାଉଛି । ଏପଟେ କିଛି ସ୍ଥାନୀୟ ବ୍ୟବସାୟୀ ପ୍ରକଳ୍ପକୁ ବିରୋଧ କରିଛନ୍ତି । ବ୍ୟବସାୟୀମାନେ ସରକାରୀ ଜାଗାରେ ଦୀର୍ଘ ବର୍ଷରୁ ଜବରଦଖଲରେ ଥିବା ବେଳେ ବିନା ଥଇଥାନରେ ଜାଗା ଛାଡ଼ିବେନି ବୋଲି କହିଛନ୍ତି । ଖେଳ ପଡିଆରେ ହାଉସିଂ ବୋର୍ଡ କିଭଳି ପ୍ରକଳ୍ପ କରୁଛି ସେ ନେଇ ବି ପ୍ରଶ୍ନ ଉଠାଇଛନ୍ତି ।
Follow Us