କନକ ବ୍ୟୁରୋ : ବିମାନ ବନ୍ଦରରେ ସବୁଠୁ ବଡ଼ ରେଡ୍‌। ରାଜଧାନୀରେ ଏନସିବି ଟିମର ସବୁଠୁ ବଡ଼ ଚଢ଼ାଉ। ରାତି ତମାମ ଏୟାରପୋର୍ଟରେ ଏନସିବି  ନାଇଟ୍‌ ଅପରେସନ୍‌। ଚଢ଼ାଉରେ ୩୦ ରୁ ଅଧିକ ଅଫିସର ନିୟୋଜିତ। ଅଚାନକ ଏନସିବିର ୩୦ରୁ ଅଧିକ କର୍ମଚାରୀ ଆରମ୍ଭ କରିଥିଲେ ଚଢ଼ାଉ। ଏକ ବଡ଼ ଧରଣର ନିଶା କାରବାର ରୋକିବାକୁ ଏନସିବି ଏହି ରାତି ଅଧିଆ ଅପରେସନ କରିଥିଲା। ଅପରେସନରେ ଥିଲେ ବଛା ବଛା ଅଫିସର ଓ ଡଗ ସ୍ୱାର୍ଡ। ସନ୍ଧାନୀ କୁକୁର ସାହାଯ୍ୟରେ ବିମାନବନ୍ଦର ଭିତରେ ରାତିରୁ ସକାଳ ଯାଏଁ ହୋଇଥିଲା ଛାନଭିନ। ରାତି ୩ରୁ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ଅପରେସନ। ଦେଶ ବାହାରୁ ଆସିଥିବା ଫ୍ଲାଇଟରେ କିଛି ନିଶା ଦ୍ରବ୍ୟ ଆସିଥିବା ସନ୍ଦେହରେ ଚଢ଼ାଉ କରିଥିଲା ଏନସିବି । ବିଶେଷକରି ଦେଶ ବାହାରୁ ବଡ଼ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷ ଓ ରିସିଭରଙ୍କୁ ଧରିବା ପାଇଁ ରାଜଧାନୀର ବିଭିନ୍ନ ହୋଟେଲରେ ବଡ଼ ଧରଣର ରେଡ଼ ଏବେବି ଜାରି ରହିଛି । ତେଵେ ବର୍ତ୍ତମାନ ସୁଦ୍ଧା ଏନସିବିକୁ କଣ ସବୁ ହସ୍ତଗତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ଥିବାରୁ ଗଣମାଧ୍ୟମକୁ ଦୂରରେ ରଖାଯାଇଛି । 

Advertisment