କନକ ବ୍ୟୁରୋ : ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ମୁମ୍ବାଇର ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ଆସିଛି ଏନସିବି ଟିମ୍ । ଗତ ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଗିରଫ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ତାକୁ କୋର୍ଟରେ ହାଜତ କରାଯିବ। ଭୁବନେଶ୍ୱରରୁ ଧରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏହାପରେ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ ଗୁମର ଖୋଲିପାରେ । ଦୀର୍ଘ ଦିନ ଧରି ଗଞ୍ଜେଇ ଓଡିଶାରୁ ମୁମ୍ବାଇ ଯାଉଥିବା ଅଭିଯୋଗ ହୋଇଆସୁଥିଲା ।
ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ ; ଖୋଲିପାରେ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ ଗୁମର
ଭୁବନେଶ୍ୱରରେ ମୁମ୍ବାଇ ଏନସିବି ଟିମର ଖୋଳତାଡ଼ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ମୁମ୍ବାଇର ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ଆସିଛି ଏନସିବି ଟିମ୍ । ଗତ ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଗିରଫ ହୋଇଛି ।
/kanak/media/media_files/2024/11/03/vYYt2fNNSHRmCsCwbu8w.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)