କଂଗ୍ରେସକୁ ବଡ଼ ଝଟକା, ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଲେ ୩ କଂଗ୍ରେସ ବିଧାୟକ

Advertisment

କେନ୍ଦ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେଇଥିବା ଅନ୍ୟ ଦୁଇ ନେତା ହେଲେ କଂଗ୍ରେସର ପୂର୍ବତନ ସଚିବ ପାର୍ଶା ବବ୍ କାଲିଟା ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ କାଙ୍ଗକାନ୍ ନାଥ। ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ

କେନ୍ଦ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେଇଥିବା ଅନ୍ୟ ଦୁଇ ନେତା ହେଲେ କଂଗ୍ରେସର ପୂର୍ବତନ ସଚିବ ପାର୍ଶା ବବ୍ କାଲିଟା ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ କାଙ୍ଗକାନ୍ ନାଥ। ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ

05bbs_34_05032026_111

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ରାଜ୍ୟ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ପୂର୍ବତନ ଆସାମ କଂଗ୍ରେସ ସଭାପତି ଭୂପେନ ବୋରାଙ୍କ ପରେ ତିନି ଜଣ କଂଗ୍ରେସ ବିଧାୟକ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ କମଳାକ୍ଷ ଦେ ପୁରକାୟସ୍ଥ, ଶଶିକାନ୍ତ ଦାସ ଓ ବସନ୍ତ ଦାସ ଅଛନ୍ତି। ଅନ୍ୟ ଦୁଇଜଣ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ଦିଲୀପ ସାଇକିଆ ସମସ୍ତଙ୍କୁ ଦଳରେ ସାମିଲ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେଇଥିବା ଅନ୍ୟ ଦୁଇ ନେତା ହେଲେ କଂଗ୍ରେସର ପୂର୍ବତନ ସଚିବ ପାର୍ଶା ବବ୍ କାଲିଟା ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ କାଙ୍ଗକାନ୍ ନାଥ। ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଗତ ଦୁଇ ବର୍ଷ ହେଲା ବିଧାୟକମାନେ ବିଧାନସଭାରେ ତାଙ୍କ ସରକାରକୁ ସମର୍ଥନ କରିଆସୁଥିଲେ। ଆଜି ସେମାନେ ବିଧିବଦ୍ଧ ଭାବେ ତାଙ୍କ ଦଳରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ଟିକେଟ ମିଳିବ କି ନାହିଁ ବୋଲି ବିଶ୍ବଶର୍ମାଙ୍କୁ କରାଯାଇଥିବା ପ୍ରଶ୍ନରେ ସେ କହିଥିଲେ, ଏହି ପ୍ରସଙ୍ଗ ଏବେ ପର୍ୟ୍ୟନ୍ତ ଆଲୋଚନା ହୋଇନାହିଁ। ତେବେ ଦଳର ରାଜ୍ୟ ନିର୍ବାଚନ କମିଟି ଏସମ୍ପର୍କରେ ବିଚାର କରିବ। ସେମାନଙ୍କ ନାଁ ପାନେଲରେ ରହିବ କିନ୍ତୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ଟିକେଟ ବଣ୍ଟନ ନେଇ ଶେଷ ନିଷ୍ପତ୍ତି ନେବ। ସେମାନେ ବିଜେପିରେ ନିଃସର୍ତ୍ତରେ ଯୋଗ ଦେଇଛନ୍ତି। ଜିତିବା ସମ୍ଭାବନା ରହିଥିବା ଲୋକଙ୍କୁ ଟିକେଟ ଦିଆଯିବ। ପୁରକାୟସ୍ଥ କରିମଗଞ୍ଜ (ଉତ୍ତର), ଶଶିକାନ୍ତ ରାହା ଓ ବସନ୍ତ ମଙ୍ଗଳଦୋଇ (ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି। ସେମାନେ ଗତ ଲୋକସଭା ନିର୍ବାଚନରେ ବିଜେପିକୁ ଖୋଲାଖୋଲି ସମର୍ଥନ କରିଥିଲେ ବୋଲି ବିଶ୍ବଶର୍ମା କହିଛନ୍ତି। ଗତମାସ କଂଗ୍ରେସର ଦୁଇ ଜଣ ବିଧାୟକ ଅବଦୁଲ ରସିଦ ମଣ୍ଡଳ ଓ ଶେର୍ମାନ ଅଲି ଅହମଦ ରାଇଜୋର ଦଳରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ଏହାର ୪୨ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe