କନକ ବ୍ୟୁରୋ : ସାମ୍ବାଦିକଙ୍କୁ ସୁପ୍ରିମକୋର୍ଟ ଦେଲେ ଗିରଫଦାରିରୁ ସୁରକ୍ଷା । ସୁପ୍ରିମକୋର୍ଟ ସାମ୍ବାଦିକ ଅଭିସାର ଶର୍ମାଙ୍କୁ ରାଜଦ୍ରୋହ ମାମଲାରେ ଚାରି ସପ୍ତାହର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ କେ.ଭି. ବିଶ୍ୱନାଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ ଶର୍ମାଙ୍କୁ ମାମଲାରେ ଏତଲା ରଦ୍ଦ କରିବା ପାଇଁ ଗୌହାଟୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି । ଆସାମର ଏକ ଘଟଣା ସମ୍ପର୍କିତ ଏହି ମାମଲାରେ ଶର୍ମାଙ୍କ ବିରୋଧରେ ରାଜଦ୍ରୋହ ଅଭିଯୋଗ ଆଣିଥିଲା ପୁଲିସ । କୋର୍ଟ କହିଛନ୍ତି , ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟରେ ଶର୍ମାଙ୍କୁ ଗିରଫ କରାଯିବ ନାହିଁ, କିନ୍ତୁ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ପଡ଼ିବ । ଏହାସହ ସୁପ୍ରିମକୋର୍ଟ ଆସାମ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଏହି ନିଷ୍ପତ୍ତି ସାମ୍ବାଦିକତା ଓ ମୁକ୍ତ ମତ ପ୍ରକାଶ ସମ୍ପର୍କିତ ଆଲୋଚନାକୁ ଆହୁରି ଜୋରଦାର କରିଛି ।