ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରାଚାଲାଣରେ ବଡ଼ ଖୁଲାସା ; କଲ୍‌ ରେକର୍ଡରେ ପୁଲିସ-ତହସିଲ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

Advertisment

ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚାଲାଣର ଖୋଲୁଛି ବଡ଼ ଗୁମର । ପୁଲିସ ଓ ତହସିଲଦାରଙ୍କ ସହାୟତାରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ବୋଲି ଜଣେ ସ୍ଥାନୀୟ ବାଲି ମାଫିଆଙ୍କ କଲ୍ ରେକର୍ଡରୁ ଧରା ପଡିଛି ।  ଆଉ ଏଥିରେ ତାଳସାରୀ ମେରାଇନ ପୁଲିସ ପ୍ରତ୍ୟେକ ଗାଡି ପିଛା ୧୦ ହଜାର ଟଙ୍କା ନେଉଥିବା କଥା କହିଛନ୍ତି । କନକ ନ୍ୟୁଜ୍ ହାତରେ ଲାଗିଛି ଏହି କଲ୍ ରେକର୍ଡ ।

ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚାଲାଣର ଖୋଲୁଛି ବଡ଼ ଗୁମର । ପୁଲିସ ଓ ତହସିଲଦାରଙ୍କ ସହାୟତାରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ବୋଲି ଜଣେ ସ୍ଥାନୀୟ ବାଲି ମାଫିଆଙ୍କ କଲ୍ ରେକର୍ଡରୁ ଧରା ପଡିଛି ।  ଆଉ ଏଥିରେ ତାଳସାରୀ ମେରାଇନ ପୁଲିସ ପ୍ରତ୍ୟେକ ଗାଡି ପିଛା ୧୦ ହଜାର ଟଙ୍କା ନେଉଥିବା କଥା କହିଛନ୍ତି । କନକ ନ୍ୟୁଜ୍ ହାତରେ ଲାଗିଛି ଏହି କଲ୍ ରେକର୍ଡ ।

Sand Case

Sand Case Photograph: (Kanak News)

କନକ ବ୍ୟୁରୋ : ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚାଲାଣର ଖୋଲୁଛି ବଡ଼ ଗୁମର । ପୁଲିସ ଓ ତହସିଲଦାରଙ୍କ ସହାୟତାରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ବୋଲି ଜଣେ ସ୍ଥାନୀୟ ବାଲି ମାଫିଆଙ୍କ କଲ୍ ରେକର୍ଡରୁ ଧରା ପଡିଛି ।  ଆଉ ଏଥିରେ ତାଳସାରୀ ମେରାଇନ ପୁଲିସ ପ୍ରତ୍ୟେକ ଗାଡି ପିଛା ୧୦ ହଜାର ଟଙ୍କା ନେଉଥିବା କଥା କହିଛନ୍ତି । କନକ ନ୍ୟୁଜ୍ ହାତରେ ଲାଗିଛି ଏହି କଲ୍ ରେକର୍ଡ । ଏଵେ ଓଡିଶା ଗାଡି ପଶ୍ଚିମବଙ୍ଗ ଯିବାକୁ ହେଲେ ସେଠାକାର ବିଡିଓଙ୍କ ଠାରୁ ଅନୁମତି ବାବଦରେ ୨୫ ହଜାର ଟଙ୍କା ଦେବାକୁ ପଡୁଛି ବୋଲି ବାଲି ବ୍ୟବସାୟୀ ଜଣକ କହୁଥିବା ଶୁଣିବାକୁ ମିଳିଛି ।

ଖାଲି ସେତିକି ନୁହେଁ ଓଡିଶାରୁ କେଉଁ କେଉଁ ଗାଡି ଏବଂ କାହାର ଗାଡି ପଶ୍ଚିମବଙ୍ଗକୁ ଯାଉଛି ତାହା ମଧ୍ୟ ଏହି ଫୋନ କଲରେ ଅଛି । ବାଲି ଚୋରାଚାଲଣ ନେଇ କନକ ନ୍ୟୁଜ୍ ବାରମ୍ବାର ଖବର ପ୍ରସାରଣ କରିଆସୁଛି । ଆସ୍ତେ ଆସ୍ତେ ବାଲି ମାଫିଆ ସହ କେଉଁ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଛି ତା ଗୁମର ଖୋଲୁଛି । ଦିନରାତି ବେଧଡ଼କ ଭାବେ ପଡ଼ୋଶୀ ପଶ୍ଚିମବଙ୍ଗକୁ ବାଲି ଚାଲାଣ ଚାଲି ଥିଲାବେଳେ ଖଣି ବିଭାଗ ସେପରି କିଛି ଆଖିଦୃଶିଆ କାର୍ୟ୍ୟାନୁଷ୍ଠାନ ନେଇ ନାହିଁ। ତେବେ ଏହି କଲ ରେକର୍ଡରେ ତାଳସାରୀ ସାମୁଦ୍ରିକ ଥାନା ସମ୍ପୃକ୍ତି ଥିବା ନେଇ ଜଣା ପଡିବା ପରେ ଏଵେ ଖଣି ଅଧିକାରୀଙ୍କ ଉପରେ ଆହୁରି ଅଧିକ ସନ୍ଦେହ ବଢ଼ାଇଛି ।

ଅଧିକ ପଢନ୍ତୁ : ଭୋଗରାଇ ସୀମାରେ ଚୋରା ବାଲି ଚାଲାଣ ଅଭିଯୋଗ ; ପଶ୍ଚିମବଙ୍ଗକୁ ରାତିଦିନ ଡମ୍ପର ଯାତାୟାତ

ଏମିତିକି ତାଳସାରୀ ମେରାଇନ ପୋଲିସ, ଖଣି ବିଭାଗ ଓ ବାଲି ମାଫିଆଙ୍କ ମିଲି ଭଗତରେ ଚାଲିଛି କି ପଶ୍ଚିମବଙ୍ଗକୁ ବାଲି ଚାଲାଣ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଜାଣିବା ଜରୁରୀ ହୋଇପଡ଼ିଛି । ଏ ଫୋନ କଲ୍‌ ବାବଦରେ ଆମ ପ୍ରତିନିଧି ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକଙ୍କୁ ପଚାରିଥିବାବେଳେ ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି । ସେପଟେ ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe