କନକ ବ୍ୟୁରୋ: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ସୂଚାଉଛି ଯେ NDA ଏକ ବଡ଼ ବିଜୟ ମୁହାଁ ହେଉଛି । ଆଜି ନିର୍ଣ୍ଣୟ ହେବ ଯେ କିଏ ବିହାର ସିଂହାସନ ପାଇବ । NDA ଏବଂ ମହାଗଠବନ୍ଧନ ଦୁଇଟି ପୋଲରେ ଅଛନ୍ତି, ଏବଂ ନୀତିଶ ଏବଂ ତେଜସ୍ୱୀଙ୍କ ମଧ୍ୟରେ ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ରାଜ୍ୟର ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଦିଆଯାଇଥିବା ଭୋଟ ଗଣତି 46ଟି ମତଦାନ କେନ୍ଦ୍ରରେ ଚାଲିଛି । ନୀତିଶ କୁମାର ଉତ୍ସାହର ସହିତ ବିଜୟ ଘୋଷଣା କରିଛନ୍ତି, ଯେତେବେଳେ ତେଜସ୍ୱୀ ଯାଦବ ମଧ୍ୟ ନଭେମ୍ବର ୧୮ରେ ଶପଥ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Advertisment

ଆହୁରି ପଢ଼ନ୍ତୁ... Election Result With Kanak News : ବିହାରରେ କାହାର ସରକାର ? ନୂଆପଡ଼ାରେ କିଏ ମାରୁଛି ବାଜି ?

ସେପଟେ ବିହାରର ଟ୍ରେଣ୍ଡ କହୁଛି ଏନଡିଏ ୧୯୦ରୁ ଅଧିକ ସିଟରେ ଆଗୁଆ ରହିଛି । ଆଉ ମହାଗଠବନ୍ଧନ ୫୦ ସିଟରେ ଲିଡ୍ କରୁଛି । ବହୁମତ ୧୨୨ ଥିବା ବେଳେ ଏହାକୁ ଟପି ଯାଇଛି ଏନଡିଏ । ଏବେ ଅସଲ ଲଢ଼େଇ ଚାଲିଛି ବିଜେପି ଆଉ ଜେଡିୟୁ ମଧ୍ୟରେ । ଏନଡିଏରେ ଏବେ କିଏ ବଡ଼ ଭାଇ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିହାରରେ ଜେଡିୟୁ ୮୧ ଆସନରେ ଆଗୁଆ ଥିବା ବେଳେ ବିଜେପି ୭୮ ଆସନରେ ଆଗୁଆ ରହିଛି । 

ଆଜି  ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍‌ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ଫଳାଫଳ କାହା ସପକ୍ଷରେ ଯାଉଛି ତାହା ସ୍ପଷ୍ଟ ହୋଇଯିବ । ତେବେ ବିହାର ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ୬୬. ୯୧% ମତଦାନ ହୋଇଛି । ଯେଉଁ ଅଧିକ ଭୋଟିଂ ହୋଇଛି ତାହା କାହା ସପକ୍ଷରେ ଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ୨୪୩ ଆସନକୁ ନେଇ ଗଠିତ ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ରହିଛି ୧୨୨ ।  ବିହାର ଫଳାଫଳକୁ ନେଇ ୯ଟି ବୁଥ୍‌ ବାହୁଡ଼ା ମତ ଏନ୍‌ଡିଏର ବଡ଼ ବିଜୟ ହେବ ବୋଲି ଆକଳନ କରିଛନ୍ତି ।