କେବିସି-୧୭’ସେଟ୍ ରେ ଭାବୁକ ହେଲେ ବିଗ୍ ବି : କହିଲେ "ଏହି ମଞ୍ଚ କେବଳ ଏକ ଖେଳ ପାଇଁ ନୁହେଁ, ଏହା ମୋ ପାଇଁ ଏକ ମନ୍ଦିର

Advertisment

ଦର୍ଶକଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ଶୋ’ ସହ ତାଙ୍କର ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ କହିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା

ଦର୍ଶକଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ଶୋ’ ସହ ତାଙ୍କର ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ କହିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା

kbc

Photograph: (kanaknews)

କନକ ବ୍ୟୁରୋ : ଭାରତୀୟ ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ କୁଇଜ୍ ଶୋ’ ‘କୌନ ବନେଗା କରୋଡପତି’ (KBC) ଏବଂ ଏହାର ସଞ୍ଚାଳକ ମହାନାୟକ ଅମିତାଭ ବଚ୍ଚନଙ୍କ ସମ୍ପର୍କ ଅତି ନିବିଡ଼ ।  ବର୍ତ୍ତମାନ ଚାଲିଥିବା KBC ସିଜନ୍ ୧୭ର ଏକ ସ୍ପେଶାଲ ଏପିସୋଡ୍‌ରେ ବିଗ୍ ବି ବହୁତ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଶୋ’ର ଏକ ପର୍ଯ୍ୟାୟରେ ନିଜର ଦୀର୍ଘ ୨୬ ବର୍ଷର ଯାତ୍ରାକୁ ମନେ ପକାଇ ସେ କହିଛନ୍ତି ଯେ, ସେ ତାଙ୍କ ଜୀବନର ପ୍ରାୟ ‘ଏକ ତୃତୀୟାଂଶ ଅଂଶ’ ଏହି ସେଟ୍‌ରେ ହିଁ ଅତିବାହିତ କରିଛନ୍ତି।
KBC ୧୭ର ସେଟ୍‌ରେ ଅମିତାଭ ବଚ୍ଚନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ସବୁବେଳେ ହସଖୁସି ଏବଂ ଦମ୍‌ଦାର ସ୍ୱରରେ କଥା ହେଉଥିବା ବିଗ୍ ବି ଙ୍କ କଣ୍ଠ ସେଦିନ କାହିଁକି କେଜାଣି ଟିକେ ଥରୁଥିଲା ।

ପୁଅକୁ ଚିଠି ଲେଖି ଜୀବନ ହାରିଲେ ବାପା ; ପଢ଼ିଲେ ଆପଣ ବି କାନ୍ଦି ପକାଇବେ

ଦର୍ଶକଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ଶୋ’ ସହ ତାଙ୍କର ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ କହିବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । ସେ କହିଥିଲେ, "ଏହି ମଞ୍ଚ କେବଳ ଏକ ଖେଳ ପାଇଁ ନୁହେଁ, ଏହା ମୋ ପାଇଁ ଏକ ମନ୍ଦିର ପରି । ଏଠାରେ ମୁଁ ହଜାର ହଜାର ଲୋକଙ୍କ ସଂଘର୍ଷ, ସଫଳତା ଏବଂ ସେମାନଙ୍କର ସ୍ୱପ୍ନକୁ ଅତି ନିକଟରୁ ଦେଖିଛି ।"
ଅମିତାଭ ବଚ୍ଚନ ୨୦୦୦ ମସିହାରେ ପ୍ରଥମ କରି KBC ସହିତ ଯୋଡ଼ି ହୋଇଥିଲେ। ବର୍ତ୍ତମାନ ୨୦୨୬ ମସିହାରେ ଏହି ସଫଳ ଯାତ୍ରାକୁ ୨୬ ବର୍ଷ ପୂରିଛି। ଅମିତାଭଙ୍କୁ ଏବେ ୮୩ ବର୍ଷ ବୟସ । ସେ ନିଜର ଭାବୁକ ସମ୍ବୋଧନରେ କହିଛନ୍ତି, "ଯଦି ମୁଁ ମୋର ବୟସକୁ ଦେଖେ, ତେବେ ମୋ ଜୀବନର ପ୍ରାୟ ଏକ ତୃତୀୟାଂଶ ଅଂଶ ଏହି ‘କୌନ ବନେଗା କରୋଡପତି’ ସେଟ୍‌ରେ କଟିଛି ।

 ଏଠାକାର କାନ୍ଥ, ଏହି ଆଲୋକ, ଏହି ଚେୟାର ଏବଂ ସର୍ବୋପରି ଆପଣମାନଙ୍କର ତାଳିମାଡ଼ ମୋତେ ବଞ୍ଚିବାର ଏକ ନୂଆ ଶକ୍ତି ଦେଇଛି।"
ବିଗ୍ ବି କହିଛନ୍ତି ଯେ, KBC ହିଁ ତାଙ୍କୁ ଲୋକଙ୍କ ନିକଟତର କରାଇଛି ।  ବଡ଼ ପରଦାରେ ଜଣେ ‘ସୁପରଷ୍ଟାର’ ଭାବରେ ସେ ଯେତିକି ଭଲପାଇବା ପାଇଛନ୍ତି, KBC ର ‘ହଟ୍ ସିଟ୍’ ସାମ୍ନାରେ ବସି ସେ ସାଧାରଣ ଜନତାଙ୍କ ଜଣେ ନିଜର ମଣିଷ ପାଲଟି ଯାଇଛନ୍ତି ।  ସେ କହିଛନ୍ତି, "ହୃଦୟର ଗଭୀରତାରୁ ମୁଁ ସେହି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋର ଭଲ ଏବଂ ଖରାପ ସମୟରେ ମୋ ସହ ଠିଆ ହୋଇଛନ୍ତି ।

ଆପଣମାନଙ୍କ ପ୍ରାର୍ଥନା ଯୋଗୁଁ ହିଁ ମୁଁ ଆଜି ମଧ୍ୟ ଏହି ବୟସରେ କାମ କରିବାକୁ ଉତ୍ସାହ ପାଉଛି।" ଏହି ସିଜନ୍‌ରେ ମଧ୍ୟ ଅନେକ ପ୍ରତିଯୋଗୀ ନିଜର ଜୀବନ କାହାଣୀ ଶୁଣାଇଥିଲେ, ଯାହା ଶୁଣି ଅମିତାଭ ନିଜକୁ ରୋକି ପାରିନଥିଲେ। ସେ କହିଥିଲେ ଯେ, ପ୍ରତିଯୋଗୀମାନେ ଯେତେବେଳେ କଷ୍ଟ କରି ଆସି ଏଠାରେ କିଛି ଜିତନ୍ତି, ସେତେବେଳେ ତାଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳେ, ତାହା କୌଣସି ପୁରସ୍କାରଠାରୁ କମ୍ ନୁହେଁ । 

ଅମିତାଭ ବଚ୍ଚନଙ୍କ ଏହି ଇମୋସନାଲ୍ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।  ତାଙ୍କର ପ୍ରଶଂସକମାନେ ଲେଖୁଛନ୍ତି ଯେ, ଅମିତାଭଙ୍କ ବିନା KBC ର କଳ୍ପନା କରାଯାଇପାରିବ ନାହିଁ। ବୟସ ବଢ଼ିବା ସତ୍ତ୍ୱେ ତାଙ୍କର ଉର୍ଜା ଏବଂ ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା । ଶେଷରେ ବିଗ୍ ବି ଭାବୁକ ଆଖିରେ ଦର୍ଶକଙ୍କୁ ଅଭିବାଦନ ଜଣାଇ କହିଥିଲେ, "ଯେପର୍ଯ୍ୟନ୍ତ ନିଶ୍ୱାସ ଚାଲିଛି ଏବଂ ଆପଣମାନଙ୍କ ଭଲପାଇବା ରହିଛି, ମୁଁ ଏହିପରି ଭାବରେ ଆପଣଙ୍କ ସହ ଯୋଡ଼ି ହୋଇ ରହିବାକୁ ଚେଷ୍ଟା କରିବି ।" ଅମିତାଭଙ୍କ ଏହି କଥା କେବଳ ତାଙ୍କ ସହଯୋଗୀଙ୍କୁ ନୁହେଁ, ବରଂ ଷ୍ଟୁଡିଓରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମଧ୍ୟ ଭାବୁକ କରିଦେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe