କଟକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା, ଭଙ୍ଗା ହେବ ସମସ୍ତ ବିପଦ ସଙ୍କୁଳ କୋଠା

ନଭେମ୍ବର ୮ ତାରିଖରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ ।  

cuttack

କନକ ବ୍ୟୁରୋ : କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କି, କଟକରେ ଥିବା ସମସ୍ତ ବିପଦ ସଙ୍କୁଳ କୋଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି କମିଟି କଟକ ମହାନଗର ଅଧିନରେ ଥିବା ସମସ୍ତ ବିପଦ ସଙ୍କୁଳ କୋଠାଗୁଡିକୁ ଚିହ୍ନଟ କରିବ । ଏବେ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦେଇ ତା ପରେ ଭଙ୍ଗାଯିବ ।

କଟକରେ କୋଠା ଭୁଶୁଡିବା ଘଟଣା ; ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି


ସୂଚନା ଥାଉ କି ନଭେମ୍ବର ୮ ତାରିଖରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ ।  

କଟକରେ ପୁରୁଣା କୋଠା ଭୁଶୁଡ଼ିଲା, ଚାଲିଗଲା ୩ଜଣଙ୍କ ଜୀବନ

ସୂଚନା ଅନୁଯାୟୀ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍‌ଡିଂ ଆପ୍ରୁଭାଲ୍ ନଥିଲା । ବେଆଇନ ଭାବେ କରାଯାଇଥିଲା ୬ ମହଲା କୋଠା । ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କଟକରେ ରହିଛି ମାଳମାଳ ଅସୁରକ୍ଷିତ ବିଲ୍‌ଡିଂ । ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ । ଏସବୁ ବିଲ୍‌ଡିଂ ୮ଟି ସରକାରୀ ସଂସ୍ଥା ଏବଂ ୨ ଜଣ ବ୍ୟକ୍ତି ବିଶେଷଙ୍କ ନାଁରେ ରହିଛି । ସେସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ବି ଦିଆଯାଇଥିଲା । ମାତ୍ର ଏଯାଏଁ ହୋଇନି କୌଣସି ଆକ୍ସନ । ପ୍ରଶ୍ନ ଉଠୁଛି ଯଦି ବିପଦସଙ୍କୁଳ ଅବସ୍ଥାରେ ଥିବା ଏ ୨୨୧ ବିଲ୍‌ଡିଂରେ କିଛି ଅଘଟଣ ଘଟେ, ତେବେ ଦାୟୀ ରହିବେ କିଏ? ଆଉ କିଛି ଅଘଟଣ ଘଟିବା ପୂର୍ବରୁ କି ପଦକ୍ଷେପ ନେବ ପ୍ରଶାସନ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe