ପୁଣି ବଡ଼ ଘୋଷଣା କଲେ ସରକାର, ଜାଣନ୍ତୁ ଏବେ କିଏ କିଏ ପାଇବେ ସୁଭଦ୍ରା ଟଙ୍କା...

ବଡ଼କଥା ହେଲା ଯେଉଁମାନେ ପୂର୍ବରୁ ଆବେଦନ କରିପାରିନଥିଲେ କିମ୍ବା କୌଣସି କାରଣରୁ ବାଦ୍ ପଡ଼ିଥିଲେ ସେମାନେ ଏଥର ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । 

subhadra

କନକ ବ୍ୟୁରୋ: ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ । କାଲି ଠାରୁ ଆଉ ଥରେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ମହିଳା । ଆଉ ଏଥର ସରକାର କିଛି ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଯାହାକି ଜାଣିବା ରାଜ୍ୟର ସବୁ ସୁଭଦ୍ରାଙ୍କ ପାଇଁ ଅତ୍ୟନ୍ତ ଜରୁରୀ । 

ଏଥର ସୁଭଦ୍ରା ଯୋଜନାରେ ସାମିଲ ସେଇମାନେ ହେବେ ଯେଉଁମାନଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ହୋଇଥିବ  । ଆଉ ସେମାନେ ସୁଭଦ୍ରା ଟଙ୍କା ପାଇବାର ସମସ୍ତ କ୍ରାଇଟେରିଆ ପାଳନ କରୁଥିବା ନିତାନ୍ତ ଆବଶ୍ୟକ ।

ଅଚାନକ ଜଳସମ୍ପଦ କାର୍ଯ୍ୟାଳୟରେ ପହଂଚିଲେ ମୁଖ୍ୟମନ୍ତ୍ରୀ, ଆହୁରି ପାରଦର୍ଶିତାର ସହ କାମ କରିବାକୁ ଦେଲେ ପରାମର୍ଶ

ବଡ଼କଥା ହେଲା ଯେଉଁମାନେ ପୂର୍ବରୁ ଆବେଦନ କରିପାରିନଥିଲେ କିମ୍ବା କୌଣସି କାରଣରୁ ବାଦ୍ ପଡ଼ିଥିଲେ ସେମାନେ ଏଥର ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । 

ବିଦ୍ୟାଳୟଠୁ ହଷ୍ଟେଲ୍‌ ଦୂରତା ୨କିମି; ୧୬ ବର୍ଷ ହେଲାଣି ସମସ୍ୟା ଭୋଗୁଛନ୍ତି ଛାତ୍ରୀ

ଏପଟେ ପୂର୍ବରୁ ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ ବୋଲି ଘୋଷଣା କରିଥିଲେ ସରକାର । କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଛି କି ? ଯଦି ଆପଣ ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe