କଳିଙ୍ଗରେ ହେବ ପ୍ରଥମ ଜାତୀୟ ଇନ୍‌ଡୋର ଦୌଡ଼କୁଦ

Advertisment

ସୁପର-୮ରେ ଭାରତ ଶକ୍ତିଶାଳୀ ଦଳଙ୍କ ସାମନା କରିବାକୁ ଯାଉଥିବାବେଳେ ଏହି ଦୁର୍ବଳତା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ଦଳର ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍‌ ଡୋଏସେଟ୍‌ ସତର୍କ କରାଇଦେଇଛନ୍ତି । ଦଳର ଏହି ଦୁର୍ବଳତାକୁ ସ୍ବୀକାର କରି ସେ କହିଛନ୍ତି ଯେ ଭାରତୀୟ ଦଳରେ ଅନେକ ବାମହାତୀ ବ୍ୟାଟର୍‌ ଅଛନ୍ତି ।

Indoor Stadium

କନକ ବ୍ୟୁରୋ: ପ୍ରଥମ ଥର ଲାଗି ହେବାକୁ ଥିବା ଜାତୀୟ ଇନ୍‌ଡୋର୍‌ ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ମଧ୍ୟରେ ଥିବା ଇନ୍‌ଡୋର୍‌ ଷ୍ଟାଡିୟମ୍‌ଠାରେ ଆୟୋଜିତ ହେବ । ଏହି ପ୍ରତିଯୋଗିତା ଆସନ୍ତାମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ହେବ । ଏଥିରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା ପ୍ରତିଯୋଗୀ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରିବେ । ଏହି ୪ ବର୍ଗର ପ୍ରତିଯୋଗୀ ୬୦, ୪୦୦, ୮୦୦, ୩୦୦୦ ମିଟର ଦୌଡ଼ ଏବଂ ଲଙ୍ଗ୍‌ଜମ୍ପ୍‌, ହାଇଜମ୍ପ୍‌ ଓ ସଟ୍‌ପୁଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ ।

ଏହା ବି ପଢ଼ନ୍ତୁ: ହିଟମ୍ୟାନଙ୍କ ଭଳି ହୋଇଥିଲା ଧୋନୀଙ୍କ ଅବସ୍ଥା : କ୍ୟାପଟେନ୍ ପଦ ଛାଡ଼ିନଥିଲେ,ହଟାଯାଇଥିଲା

ଏହା ବାଦ୍‌ ପୁରୁଷ ଓ ମହିଳାରେ ୧୫୦୦ ମିଟର ଦୌଡ଼, ଟ୍ରିପଲ୍‌ଜମ୍ପ୍ ଓ ପୋଲ୍‌ଭୋଲ୍ଟ ଖେଳାଯିବ । ଏହି ଷ୍ଟାଡିୟମ୍‌ରେ ଅଭ୍ୟାସ କରି ଭାରତୀୟ ଖେଳାଳି ଚଳିତ ମାସରେ ଚୀନ୍‌ରେ ହୋଇଥିବା ଏସୀୟ ଇନ୍‌ଡୋର୍‌ ମିଟ୍‌ରେ ଭାଗନେବାକୁ ଯାଇଥିଲେ । ସୂଚନାଯୋଗ୍ୟ ଯେ ଏହି ଷ୍ଟାଡିୟମ୍‌ ୨୦୨୮ ବିଶ୍ବ ଇନ୍‌ଡୋର୍‌ ପ୍ରତିଯୋଗିତା ଦୌଡ଼ରେ ରହିଛି । ନିକଟରେ ବିଶ୍ବ ଦୌଡ଼କୁଦ ଓ ଭାରତୀୟ ଦୌଡ଼କୁଦ ମହାସଂଘର ପ୍ରତିନିଧିମାନେ ଏହି ଷ୍ଟାଡିୟମ୍‌ର ଭିତ୍ତିଭୂମି ତଦାରାଖ କରିଥିଲେ । ଏଥିସହ କ୍ରୀଡ଼ାମନ୍ତ୍ରୀ ଏବଂ କ୍ରୀଡ଼ାବିଭାଗର ଅନ୍ୟଅଧିକାରୀମାନଙ୍କ ସହ ଆ‌ଲୋଚନା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe