କନକ ବ୍ୟୁରୋ : ପୁରୀକୁ ସଡ଼କ ପଥରେ ଯିବା ଏବେ ଆହୁରି ହେବ ସହଜ । ଖୁବଶୀଘ୍ର ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ କରିବାକୁ ସରକାର ଯୋଜନା କରୁଛନ୍ତି । ପିଜିବିଲିଟକୁ ଦେଖି ନିଷ୍ପତ୍ତି ନିଆଯିବ । ଏଭଳି ହେଲେ ଭୁବନେଶ୍ୱରରୁ ପୁରୀ ଏକଘଣ୍ଟାରୁ କମ ସମୟ ମଧ୍ୟପେ ପହଞ୍ଚି ହେବ ।

Advertisment

ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର । ମାତ୍ର ୪୦ ମିନିଟ୍‌ରେ ଭକ୍ତ ପହଞ୍ଚିଯିବେ ଭୁବନେଶ୍ୱରରୁ ପୁରୀ । ଏନେଇ ଚିନ୍ତା କରୁଛନ୍ତି ସରକାର । ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍‌ କରିବାକୁ ଚାଲିଛି ଯୋଜନା । ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବି ହୋଇଛି । ରାଜ୍ୟର ଦାବି ଥିଲା ଭୁବନେଶ୍ୱର ପୁରୀ ରାସ୍ତାକୁ ୮ ଲେନ କରିବା ପାଇଁ । କେନ୍ଦ୍ରମନ୍ତ୍ରୀ ମଧ୍ୟ ସେ ରାସ୍ତାକୁ ୮ ଲେନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଜିବିଲିଟିକୁ ଦେଖି ରାସ୍ତାକୁ ୮ ଲେନ୍‌ କରାଯିବ ନଚେତ୍ ୬ ଲେନ୍‌ କରି ଆକ୍ସେସ କଣ୍ଟ୍ରୋଲ କରି ୨ ଲେନ୍‌ ସର୍ଭିସ ରୋଡ୍‌ କରିବାକୁ ଯୋଜନା କରାଯାଉଛି । ଛୋଟ ଗାଡ଼ି ପାଇଁ ସର୍ଭିସ ରୋଡ୍‌ କରିବାକୁ ଯୋଜନା କରିଛନ୍ତି ସରକାର । ସେପରି ହେଲେ ପୁରୀ ଯିବାକୁ ୪୦ ମିନିଟ୍‌ ସମୟ ଲାଗିବ । ତର୍ଜମା ଚାଲିଛି, ସ୍ପଷ୍ଟତା ଆସିଲେ ସେ ବାବଦରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ୮ ଲେନ ବିଶିଷ୍ଟ ରାସ୍ତା ପାଇଁ ଯୋଜନା ହେଇଛି ।

ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଶନିବାର ଦିନ ପୂର୍ବୋଦୟ ସମ୍ମିଳନୀରେ ରାଜ୍ୟପାଳ କହିଥିଲେ ରାଜ୍ୟରେ ସଡକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ସଡ଼କ ଭିତ୍ତିଭୂମିକୁ ସଜାଡ଼ିବାକୁ କେନ୍ଦ୍ର ୫୦ ହଜାର କୋଟି ଟଙ୍କା ମଞ୍ଜୁର କରିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓଡ଼ିଶା ପାଇଁ ହଜାରେ କୋଟି ଟଙ୍କାର କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଏବେ କେନ୍ଦ୍ରର ସବୁଜ ସଙ୍କେତ ପରେ ଫୋକସରେ ରହିଛି ଭୁବନେଶ୍ୱର-ପୁରୀ ଓ ପିପିଲି-କୋଣାର୍କ ରାସ୍ତ । ପିପିଲି-କୋଣାର୍କ ରାସ୍ତାକୁ ୪ ଲେନ କରିବାକୁ ଡିପିଆର ପ୍ରସ୍ତୁତି ପାଇଁ ଟେଣ୍ଡର ବି ଆହ୍ୱାନ ସରିଛି ।

କେବଳ ଭୁବନେଶ୍ୱର-ପୁରୀ କି ପିପିଲି-କୋଣାର୍କ ନୁହେଁ ରାଜ୍ୟ ରାଜପଥ ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣକୁ ଯୋଡିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବ । ରାଜ୍ୟରେ ୪ ହଜାର କୋଟି ଟଙ୍କାର ପ୍ରମୁଖ ରାସ୍ତା ନିର୍ମାଣ ପାଇଁ ଦାବି ବି ଉପସ୍ଥାପନ ହେବ ।