କନକ ବ୍ୟୁରୋ : ଭୁବନେଶ୍ବର ୧ ନମ୍ବର ହାଟରେ ବିବାଦ ସାମ୍ନାକୁ ଆସିବା ପରେ ବିଏମ୍ସିର ପଦକ୍ଷେପ । ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି । ୨୦ଟି ବଡ଼ ହାଟ ପାଇଁ ଏସଓପି ଲାଗୁ ହେବ। ହାଟ କମିଟି ପାଇଁ ହେବ ବିଧିବଦ୍ଧ ନିର୍ବାଚନ । ବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ୍ ବୀମା କରିବ ବିଏମ୍ସି , ହାଟରେ ଏନଫୋର୍ସମେଣ୍ଟକୁ କଡାକଡ଼ି କରାଯିବ । ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ । ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରିପାରିବେନି । ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁରରେ ହୋଲସେଲ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି । ଏ ସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢିବ । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସିଏମଆରଏଫ ଫଣ୍ଡ ସହ ବିଏମସି ନିଜସ୍ବ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ କରାଯାଉଥିବା ବିଏମ୍ସି ମେୟର କହିଛନ୍ତି ।
ଗୋଷ୍ଠୀ କନ୍ଦଳରୁ ବଳି ପଡିଲା ୩୦ରୁ ଅଧିକ ଦୋକାନ । ଭୁବନେଶ୍ବର ୧ ନମ୍ବର ହାଟ ଅଗ୍ନିକାଣ୍ଡ ପଛରେ ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା ହେଉଛି । ଏ ନେଇ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି ଦୁଇ ବ୍ୟବସାୟୀ ଗୋଷ୍ଠୀ । ୨୨ ଅକ୍ଟୋବର, ଅପରାହ୍ଣ ୨ଟା ୩୦ । ହଠାତ୍ ଏକ ନମ୍ବର ପରିବା ହାଟରେ ଲାଗିଲା ନିଆଁ । ଦେଖୁ ଦେଖୁ ଜଳିଗଲା ୩୦ରୁ ଅଧିକ ଦୋକାନ । ପାଉଁଶ ତଳୁ ଦରପୋଡ଼ା ସାମଗ୍ରୀ ସାଉଁଟୁଛନ୍ତି ବ୍ୟବସାୟୀ । ଅନେକ ସାମଗ୍ରୀ ନିଆଁରେ ଜଳିଯାଇଛି । ଯାହା କିଛି ବଞ୍ଚିଥିଲା ତାହା ନିଆଁ ଲିଭାବେଳେ ପାଣିମାଡ଼ରେ ନଷ୍ଟ ହୋଇଯାଇଛି । ନିଆଁ ଲିଭିଛି ସତ, ହେଲେ ବ୍ୟବସାୟୀଙ୍କ ଆଖିରୁ ଲୁହ ଶୁଖିନି ।
ଦିନିକିଆରେ ‘ବିରାଟ’ ଯୁଗ ଶେଷ ! ଆଉଟ୍ ପରେ ଫ୍ୟାନ୍ସଙ୍କୁ ଦେଲେ ଇସାରା
ଗତକାଲି ଗୋଟିଏ ଗୋଷ୍ଠୀର ବୈଠକ ଚାଲିଥିବା ବେଳେ ହାଟରେ ଲାଗିଥିଲା ନିଆଁ । ଆଉ ଏହା ପଛରେ ବିରୋଧୀ ଗୋଷ୍ଠୀର ହାତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ରାଜଧାନୀ ପରିବା ବଜାର ସଭାପତି କବିରାଜ ସ୍ବାଇଁ । ଘଟଣା ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବାରମ୍ବାର ୧ ନମ୍ବର ହାଟ ସ୍ଥାନାନ୍ତର ପାଇଁ ଦାବି ହେଉଥିଲେ ବି ଏଯାଏଁ ସମ୍ଭବ ହୋଇନାହିଁ । ଅଗ୍ନିକାଣ୍ଡ ପରେ ହାଟର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/bhubaneswar-market-fire-2025-10-23-19-27-24.jpg)