ରାଜଧାନୀ ଛାତିରେ ଲୁଟେରାଙ୍କ ରାଜ୍, ସିସିଟିଭିରେ କଏଦ ସମସ୍ତ  କାରନାମା

ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରୁଥିଲା ଚୋର । ଲୁଟେରାର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ମାଳମାଳ ସିସିଟିଭି ଖଞ୍ଜା ହୋଇଥିଲେ ବି ଖାତିର କରୁନାହାନ୍ତି ମୁଖାପିନ୍ଧା ଲୁଟେରା ।

BBSR Loot_Soubhagya

କନକ ବ୍ୟୁରୋ: ରାଜଧାନୀର ହାଇସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ । କମିସନରେଟ୍‌ ପୁଲିସର ପାଖ ଗଳିରେ ଚୋର ପଶି କଳାକନା ବୁଲାଇବାକୁ ବି ଡରୁନାହାନ୍ତି । ବିଲ୍ଡିଂ, ଆପର୍ଟମେଣ୍ଟ ଓ ଘର ପରେ ଏବେ ଗଳି ଗଳିରେ ଥିବା ମନ୍ଦିର ଉପରେ ଲୁଟେରାଙ୍କ ଆଖି ପଡ଼ିଛି । ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରୁଥିଲା ଚୋର । ଲୁଟେରାର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ରାଜଧାନୀର ସବୁଠୁ ସୁରକ୍ଷିତ ଜାଗା ବୋଲାଉଥିବା ଲୋକସେବା ଭବନରୁ କେଇ ମିଟର ଦୂରରେ ଆତଙ୍କରାଜ ଖେଳାଇଛନ୍ତି ଲୁଟେରାମାନେ । ପାଖରେ ଟ୍ରାଫିକ ଥାନା, ମାଳମାଳ ସିସିଟିଭି ଖଞ୍ଜା ହୋଇଥିଲେ ବି ଖାତିର କରୁନାହାନ୍ତି ମୁଖାପିନ୍ଧା ଲୁଟେରା ।    

ରାଜଧାନୀର ଗଳିକନ୍ଦି, ଛକ ଛକରେ ପେଟ୍ରୋଲ ପୋଡ଼ି ଘନ ଘନ ପାଟ୍ରୋଲିଂ କରୁଛି କମିସନରେଟ୍ ପୁଲିସ । ଏପରିକି ସହରର ପ୍ରମୁଖ ରାସ୍ତାରେ ନାକାବନ୍ଦୀ କରି ଚେକିଂ ବି ଚାଲୁଛି । ହେଲେ ସ୍ମାର୍ଟସିଟି ଶୋଇ ପଡ଼ିବା ପରେ ପୁଲିସ ଆଖିରେ ଧୂଳି ଦେଇ ଲୁଟ୍‌ କରିବାକୁ ବେଫିକର ହୋଇ ସାହାସ କରୁଛନ୍ତି ଚୋର । ଭୁବନେଶ୍ୱର ଏଜି ଛକ ନିକଟ ସୂଚନା କେନ୍ଦ୍ରର ଜଗନ୍ନାଥ ମନ୍ଦିରରୁ ଲୁଟ୍ ଉଦ୍ୟମ ଘଟଣା ସହରର ସୁରକ୍ଷା ବ୍ୟବସ୍ଥା ବଡ଼ ପ୍ରଶ୍ନ ଛିଡ଼ା କରିଛି । ଯଦି ଖୋଦ୍‌ ରାଜଧାନୀରେ ଅବସ୍ଥା ଏମିତି, ତେବେ ରାଜ୍ୟର ଗାଁ ଗହଳି ବା ଉପାନ୍ତ ଅଞ୍ଚଳର ଅବସ୍ତା କିଭଳି ଥିବ ତାହା ଅନୁମାନ କରିହେଉଛି । 

ଏହା ବି ପଢ଼ନ୍ତୁ: ଉପକୂଳରୁ ଉପାନ୍ତ ଜାଲ ବିଛାଇଛନ୍ତି ସାଇବର ଠକ : ଟାର୍ଗେଟ୍‌ରେ ଥିଲେ ବଡ଼ବଡ଼ିଆ

ଖାଲି ଲୁଟ୍‌ ଘଟଣା ନୁହେଁ, କିଛି ମାସ ହେବ ରାଜଧାନୀରେ ଅପରାଧର ପାରା ଉପରମୁହାଁ ହେବାରେ ଲାଗିଛି । ଚୋରି ଡକାୟତି, ହତ୍ୟା, ଦୁଷ୍କର୍ମ ଭଳି ଘଟଣା ଭୁବନେଶ୍ୱରବାସୀଙ୍କୁ ଭୟଭୀତ କରାଇଛି । କେଉଁଠି ନା କେଉଁଠି ସୁରକ୍ଷାରେ ଢିଲା ହେଉଥିବା ଜଳଜଳ କରି ଦିଶୁଛି । ବୁଦ୍ଧିଜୀବୀଙ୍କ କହିବା କଥା ସହରର ଛକ ଛକରେ ଖାଲି ଚେକିଂ କରିଦେଲେ ହେବନି, ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇ ଫାଇନ ଆଦାୟ ପାଇଁ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଦେଲେ ହେବନି  ବରଂ, ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ନିୟମିତ ପାଟ୍ରୋଲିଂ ଜୋରଦାର କରିବା ଦରକାର । ଭୁବନେଶ୍ୱରବାସୀଙ୍କୁ ସତର୍କ କରିବା ସହ ସଚେତନ ରହିବାକୁ ବୁଝାଇବା ପୁଲିସର ପ୍ରାଥମିକତା ହେବା ଆବଶ୍ୟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe