ଆଉ ଦେଖିବାକୁ ମିଳୁନି ଭାଗବତ ଟୁଙ୍ଗି, ହେଲେ ଏହି ଗାଁ ବଞ୍ଚାଇ ରଖିଛି ପରମ୍ପରା

ଗାଁ ଗହଳିରେ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣ ହେଉ କି ମଣ୍ଡପ, ଭାଗବତ ଟୁଙ୍ଗିରେ ଏକାଠି ହୁଅନ୍ତି ଲୋକେ। ଭାଗବତ ପାରାୟଣ ସହ ହରିନାମ ସଂକୀର୍ତ୍ତନରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ । ଏବେ ବଦଳିଛି ସମୟ । ବଦଳିଛି ପରମ୍ପରା । ଆଉ ଗାଁରେ ଦେଖିବାକୁ ମିଳୁନି ଭାଗବତ ଟୁଙ୍ଗି ।

Bhagabat Tungi

Bhagabat Tungi Photograph: (Kanak News)

କନକ ବ୍ୟୁରୋ: ଧର୍ମର ମାସ କାର୍ତ୍ତିକ । ଏହି ମାସରେ ଗାଁ ଗାଁରେ ହେଉଥିଲା ଭାଗବତ ଚର୍ଚ୍ଚା । କୋଠଘର, ମଣ୍ଡପ ହେଉ ଅବା ଭାଗବତ ଟୁଙ୍ଗି ଘରେ ଏକାଠି ହେଉଥିଲେ ଲୋକେ । ଆଉ କରୁଥିଲେ ନାନା ପ୍ରକାର ଆଧ୍ୟାତ୍ମିକ ଆଲୋଚନା । ହେଲେ ଧୀରେଧୀରେ ତାହା ଲୁଚିଗଲାଣି ।

ପୂଣ୍ୟର ମାସ କାର୍ତ୍ତିକ । ମାସ ସାରା ଘରେ ଘରେ ହୁଏ ପୁରାଣ ଚର୍ଚ୍ଚା । ଗାଁ ଗହଳିରେ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣ ହେଉ କି ମଣ୍ଡପ, ଭାଗବତ ଟୁଙ୍ଗିରେ ଏକାଠି ହୁଅନ୍ତି ଲୋକେ। ଭାଗବତ ପାରାୟଣ ସହ ହରିନାମ ସଂକୀର୍ତ୍ତନରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ । ଏବେ ବଦଳିଛି ସମୟ । ବଦଳିଛି ପରମ୍ପରା । ଆଉ ଗାଁରେ ଦେଖିବାକୁ ମିଳୁନି ଭାଗବତ ଟୁଙ୍ଗି ।

ଆହୁରି ପଢନ୍ତୁ... ରାସନ୍‌କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ବଢ଼ିଲା ଇ-କେୱାଇସି ଅପଡେଟ୍ ଅବଧି

 ଗଞ୍ଜାମର ଆସିକା, ଧରାକୋଟ ସମେତ ପ୍ରାୟ ସମସ୍ତ ଗାଁରେ କାର୍ତ୍ତିକ ମାସରେ ପୁରାଣ ପାଠ ସହ ଭଗବତ ଉଖୁଡ଼ା ପୂଜାର ଭିନ୍ନ ପରମ୍ପରା ଥିଲା  । ବିଳମ୍ବିତ ରାତିଯାଏଁ ପୁରାଣ ପଣ୍ଡା ଭାଗବତ ପଢ଼ି, ବୁଝାଉଥିଲେ । ଏବେ ଯଦିଓ ସେସବୁ କିଛି ନାହିଁ, କିନ୍ତୁ କିଛି କିଛି ସ୍ଥାନରେ ବୟସ୍କମାନେ ପୁରାଣ ଚର୍ଚ୍ଚା କରୁଛନ୍ତି । ଯୁବ ପିଢି ଏପରି ଆଧ୍ୟାତ୍ମିକତା କଥା ବସ୍ତୁ କି ପୁରାଣରେ ରୁଚି ରଖୁନଥିବାରୁ ଦୁଃଖ ପ୍ରକାଶ କରନ୍ତି ବରିଷ୍ଠ ।

ଭାଗବତ ଟୁଙ୍ଗିର ପୁନଃରୁଦ୍ଧାର ପାଇଁ ୨୫ ହଜାର ଏବଂ ମାଇକ୍‌ ସେଟ୍‌ ପାଇଁ ୧୦ ହଜାର ଟଙ୍କାର ଅନୁଦାନ ବ୍ୟବସ୍ଥା କରିଥିଲେ ପୂର୍ବ ସରକାର । ବିଧାୟକ ପାଣ୍ଠିରୁ ମଧ୍ୟ ଅର୍ଥରାଶି ଦେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe