କନକ ବ୍ୟୁରୋ: ଧର୍ମର ମାସ କାର୍ତ୍ତିକ । ଏହି ମାସରେ ଗାଁ ଗାଁରେ ହେଉଥିଲା ଭାଗବତ ଚର୍ଚ୍ଚା । କୋଠଘର, ମଣ୍ଡପ ହେଉ ଅବା ଭାଗବତ ଟୁଙ୍ଗି ଘରେ ଏକାଠି ହେଉଥିଲେ ଲୋକେ । ଆଉ କରୁଥିଲେ ନାନା ପ୍ରକାର ଆଧ୍ୟାତ୍ମିକ ଆଲୋଚନା । ହେଲେ ଧୀରେଧୀରେ ତାହା ଲୁଚିଗଲାଣି ।
ପୂଣ୍ୟର ମାସ କାର୍ତ୍ତିକ । ମାସ ସାରା ଘରେ ଘରେ ହୁଏ ପୁରାଣ ଚର୍ଚ୍ଚା । ଗାଁ ଗହଳିରେ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣ ହେଉ କି ମଣ୍ଡପ, ଭାଗବତ ଟୁଙ୍ଗିରେ ଏକାଠି ହୁଅନ୍ତି ଲୋକେ। ଭାଗବତ ପାରାୟଣ ସହ ହରିନାମ ସଂକୀର୍ତ୍ତନରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ । ଏବେ ବଦଳିଛି ସମୟ । ବଦଳିଛି ପରମ୍ପରା । ଆଉ ଗାଁରେ ଦେଖିବାକୁ ମିଳୁନି ଭାଗବତ ଟୁଙ୍ଗି ।
ଆହୁରି ପଢନ୍ତୁ... ରାସନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ବଢ଼ିଲା ଇ-କେୱାଇସି ଅପଡେଟ୍ ଅବଧି
ଗଞ୍ଜାମର ଆସିକା, ଧରାକୋଟ ସମେତ ପ୍ରାୟ ସମସ୍ତ ଗାଁରେ କାର୍ତ୍ତିକ ମାସରେ ପୁରାଣ ପାଠ ସହ ଭଗବତ ଉଖୁଡ଼ା ପୂଜାର ଭିନ୍ନ ପରମ୍ପରା ଥିଲା । ବିଳମ୍ବିତ ରାତିଯାଏଁ ପୁରାଣ ପଣ୍ଡା ଭାଗବତ ପଢ଼ି, ବୁଝାଉଥିଲେ । ଏବେ ଯଦିଓ ସେସବୁ କିଛି ନାହିଁ, କିନ୍ତୁ କିଛି କିଛି ସ୍ଥାନରେ ବୟସ୍କମାନେ ପୁରାଣ ଚର୍ଚ୍ଚା କରୁଛନ୍ତି । ଯୁବ ପିଢି ଏପରି ଆଧ୍ୟାତ୍ମିକତା କଥା ବସ୍ତୁ କି ପୁରାଣରେ ରୁଚି ରଖୁନଥିବାରୁ ଦୁଃଖ ପ୍ରକାଶ କରନ୍ତି ବରିଷ୍ଠ ।
ଭାଗବତ ଟୁଙ୍ଗିର ପୁନଃରୁଦ୍ଧାର ପାଇଁ ୨୫ ହଜାର ଏବଂ ମାଇକ୍ ସେଟ୍ ପାଇଁ ୧୦ ହଜାର ଟଙ୍କାର ଅନୁଦାନ ବ୍ୟବସ୍ଥା କରିଥିଲେ ପୂର୍ବ ସରକାର । ବିଧାୟକ ପାଣ୍ଠିରୁ ମଧ୍ୟ ଅର୍ଥରାଶି ଦେଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/bhagabat-tungi-2025-11-02-18-50-57.jpg)