ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ : ୧୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

Advertisment

୧୪ କୋଟି ଟଙ୍କା ଠକେଇ କରିଥିଲେ । ସେହି ଠକେଇ ଟଙ୍କାରେ ଡିଜେ ସେଟ କିଣି ଡିଜେ ବଜାଇ ଦୂର ପର୍ଯ୍ୟନ୍ତ ସାଉଣ୍ତ କରି ଯାଉଥିଲେ  । ୧୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର  ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳଙ୍କୁ ଉଠାଇ ଆଣିଛି ଅର୍ଥନୈତିକ ଅପରାଧ ଶାଖା

୧୪ କୋଟି ଟଙ୍କା ଠକେଇ କରିଥିଲେ । ସେହି ଠକେଇ ଟଙ୍କାରେ ଡିଜେ ସେଟ କିଣି ଡିଜେ ବଜାଇ ଦୂର ପର୍ଯ୍ୟନ୍ତ ସାଉଣ୍ତ କରି ଯାଉଥିଲେ  । ୧୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର  ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳଙ୍କୁ ଉଠାଇ ଆଣିଛି ଅର୍ଥନୈତିକ ଅପରାଧ ଶାଖା

dj

Photograph: (kanaknews)

କନକବ୍ୟୁରୋ : ୧୪ କୋଟି ଟଙ୍କା ଠକେଇ କରିଥିଲେ। ସେହି ଠକେଇ ଟଙ୍କାରେ ଡିଜେ ସେଟ କିଣି ଡିଜେ ବଜାଇ ଦୂର ପର୍ଯ୍ୟନ୍ତ ସାଉଣ୍ତ କରି ଯାଉଥିଲେ  । ୧୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର  ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳଙ୍କୁ ଉଠାଇ ଆଣିଛି ଅର୍ଥନୈତିକ ଅପରାଧ ଶାଖା । ତାଙ୍କ ନିକଟରୁ ୧୦ଟି ଦାମି ଗାଡ଼ି,  ଏକାଧିକ ଡିଜେ ଗାଡି, ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି ।  ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା  ।

ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ,  ମାଲକାନଗିରି ୨୨ମାଓବାଦୀଙ୍କ ଆତ୍ମସମର୍ପଣ

ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିଯୁକ୍ତ ରାମ ନାରାୟଣ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିଲେ। ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣାପଡିଥିଲା ।  ଏନେଇ ଅଭିଯୋଗ ହେବା ପରେ ଭୁବନେଶ୍ବର ନିଳାଦ୍ରି ବିହାର ଓ ଭଦ୍ରକରେ ଚଢ଼ାଇ କରିଥିଲା ଅର୍ଥନୈତିକ ଅପରାଧ ଶାଖାର । ଭଦ୍ରକର ପୂରୁଣା ବଜାର ସ୍ଥିତ ରାମ ନାରାୟଣଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସମସ୍ତ ପ୍ରମାଣ ପାଇବା ପରେ EOW ରାମ ନାରାୟଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।  ଏପରିକି ତଦନ୍ତ ବେଳେ ତାଳଚେର,  ଭଦ୍ରକ ଓ ବୈଶିଙ୍ଗା ଥାନାରେ ରାମ ନାୟାରଣ ନାଁରେ ୪ ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe