କନକବ୍ୟୁରୋ : ୧୪ କୋଟି ଟଙ୍କା ଠକେଇ କରିଥିଲେ। ସେହି ଠକେଇ ଟଙ୍କାରେ ଡିଜେ ସେଟ କିଣି ଡିଜେ ବଜାଇ ଦୂର ପର୍ଯ୍ୟନ୍ତ ସାଉଣ୍ତ କରି ଯାଉଥିଲେ । ୧୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳଙ୍କୁ ଉଠାଇ ଆଣିଛି ଅର୍ଥନୈତିକ ଅପରାଧ ଶାଖା । ତାଙ୍କ ନିକଟରୁ ୧୦ଟି ଦାମି ଗାଡ଼ି, ଏକାଧିକ ଡିଜେ ଗାଡି, ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା ।
ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ, ମାଲକାନଗିରି ୨୨ମାଓବାଦୀଙ୍କ ଆତ୍ମସମର୍ପଣ
ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିଯୁକ୍ତ ରାମ ନାରାୟଣ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିଲେ। ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣାପଡିଥିଲା । ଏନେଇ ଅଭିଯୋଗ ହେବା ପରେ ଭୁବନେଶ୍ବର ନିଳାଦ୍ରି ବିହାର ଓ ଭଦ୍ରକରେ ଚଢ଼ାଇ କରିଥିଲା ଅର୍ଥନୈତିକ ଅପରାଧ ଶାଖାର । ଭଦ୍ରକର ପୂରୁଣା ବଜାର ସ୍ଥିତ ରାମ ନାରାୟଣଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସମସ୍ତ ପ୍ରମାଣ ପାଇବା ପରେ EOW ରାମ ନାରାୟଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏପରିକି ତଦନ୍ତ ବେଳେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ରାମ ନାୟାରଣ ନାଁରେ ୪ ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/23/dj-2025-12-23-14-27-08.jpg)