Photograph: (KANAKNEWS)
କନକବ୍ୟୁରୋ : ରାତି ୧୨ ଟା ଠାରୁ ଫୋନରେ ଘନ ଘନ ଆସିବାରେ ଲାଗିଛି ନୂଆ ବର୍ଷର ଶୁଭେଚ୍ଛା ଆଉ ଅନେକ ଅଫର୍ ମେସେଜ୍ । ହେଲେ ହ୍ବାଟ୍ସଆପରେ ସବୁ ନ୍ୟୁ ଇଅର ମେସେଜ୍ ପ୍ରକୃତରେ ବାର୍ତ୍ତା ହୋଇନପାରେ । ସବୁ ମେସେଜ୍ ଶୁଭକାମନାର ମେସେଜ୍ ହୋଇନଥାଏ । ଆଜିକାଲି ନୂଆ ବର୍ଷ ଆଳରେ ମେସେଜ୍ ପଠାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଠକ। ଆଖି ପିଛୁଳାକେ କରିଦେବେ ଆକାଉଣ୍ଟ ଖାଲି । ତେଣୁ ଏନେଇ ଏକ ସ୍ବତନ୍ତ୍ର ସର୍କୁଲାର ଜାରି କରି ଲୋକଙ୍କୁ ସଚେତନ କରିଛି ହାଇଦ୍ରାବାଦ୍ ପୁଲିସ ଏବଂ ତେଲେଙ୍ଗାନା ସାଇବର ସିକ୍ୟୁରିଟି ବ୍ୟୁରୋ ।
ସାଇବର କ୍ରାଇମ୍ ଅଧିକାରୀଙ୍କ ମୁତାବକ, ହାପି ନ୍ୟୁ ଇଅର ମେସେଜ୍ ହ୍ବାଟ୍ସଆପରେ ଡିଜିଟାଲ କାର୍ଡ ସହ ଆସୁଛି । କିମ୍ବା ଏହା ହାପି ନ୍ୟୁଇଅର ରିୱାର୍ଡ ନାଁରେ ଆସିପାରେ । ଏଥିରେ ଫେଷ୍ଟିଭାଲ ଶୁଭକାମନାର ଟୋନ୍ ବି ଥିବ । ସାଦାସିଧା ଲୋକ ଏଥିରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରିବା ମାତେ ମେସେଜରେ ରିୱାର୍ଡ କ୍ଲେମ୍ କରିବାକୁ ଏକ ଅପ୍ସନ ଆସିବ । ଏହାପରେ ଜରୁରୀ ତଥ୍ୟ ଏପରିକି ବ୍ୟାଙ୍କ ର ପୁରା ଡାଟା ବି ଉଲ୍ଲେଖ କରିବାକୁ ଅପ୍ସନ ଆସିବ । ଆଉ ଏତକ କରିଦେବା ପରେ ସାଇେବର ଲୁଟେରା ତାଙ୍କ କାମ କରିବା ଆରମ୍ଭ କରିଦିଅନ୍ତି ।
ସାଇବର ସ୍କାମର୍ସ ଏଭଳି ଖତରନାକ ଆପ୍ସ ଗୁଡ଼ିକୁ ଇନଷ୍ଟଲ କରିପାରନ୍ତି । ଏହାପରେ ଆପଣଙ୍କ ମୋବାଇଲକୁ ଟେକ ଓଭର୍ କରିବାକୁ ଚେଷ୍ଟା କରିବେ । ଆପଣଙ୍କର ସବୁ ଡିଟେଲ୍ସ ଜାଣି ଆପଣଙ୍କ ବ୍ୟାଙ୍କ ପାସ୍ ୱାର୍ଡକୁ ବି ହ୍ୟାକ କରିନେବେ ।
ନୂଆବର୍ଷକୁ ଅଡୁଆ କଲା ଗୁରୁବାର : ବର୍ଷ ଶେଷ ଦିନରେ ଆମିଷ ବାର ବୁଧବାର ହୋଇଥିବାରୁ ମାଛ ମାଂସର ରେକର୍ଡ ବିକ୍ରି
ତେଣୁ ଆପଣଙ୍କ ଫୋନରେ ଯଦି ଏଭଳି କିଛି ନୂଆ ବର୍ଷର ଶୁଭେଚ୍ଛା କାର୍ଡ କିମ୍ବା ଅଫର ଲିଙ୍କ ଆସେ କେବେବି ତା ଉପରେ କ୍ଲିକ କରନ୍ତୁ ନାହିଁ । ଯଦି ଏଭଳି କିଛି ଲିଙ୍କ ଆସେ ପ୍ରଥମେ ନିଜ ମୋବାଇଲକୁ ବନ୍ଦ କରି ଇଣ୍ଟରନେଟ୍ ଏବଂ ୱାଇଫାଇ ସବୁ ବନ୍ଦ କରନ୍ତୁ । ଏହାପରେ ତୁରନ୍ତ ସଞ୍ଚାର ସାଥୀ ପୋର୍ଟାଲକୁ ଯାଇ ଅଭିଯୋଗ ଦାଏର କରନ୍ତୁ । ନଚେତ୍ ଆପଣଙ୍କ ଅଜଣାତରେ ରେ ଆପଣଙ୍କ ସବୁ ତଥ୍ୟ ହ୍ୟାକ୍ ହେବା ସହ ଆକାଉଣ୍ଟ ବି ଖାଲି ହୋଇଯାଇଥିବ ।
ଖାଲି ନୂଆ ବର୍ଷ ନୁହେଁ ସାଇବର ଲୁଟେରା ପ୍ରତିଟି ଉତ୍ସବକୁ ଟାର୍ଗେଟ କରିଥାନ୍ତି। ଏବେ ତସରକାର ଯେଉଁ ଯୋଜନା ଆରମ୍ଭ କରୁଛନ୍ତି ତାକୁ ବି ଢାଲ କଲେଣି । ନିକଟରେ ଆପଣ ଖବର ଶୁଣିଥିବେ । ଓଡ଼ିଶା ସରକାର ମହିଳାମାନଙ୍କ ପାଇଁ ଯେଉଁ ସୁଭଦ୍ରା ଯୋଜନା ଆରମ୍ଭ କଲେ ତାକୁ ବି ଟାର୍ଗେଟ କରିଥିଲେ ସାଇବର ଲୁଟେରା । ଏବଂ ଯେତେବେଳେ କେ-ୱାଇସି ଅପଡେଟ୍ କରିବାକୁ ସରକାର ନିୟମ କରିବା ପରେ ଲୋକଙ୍କ ମୋବାଇଲରେ ମେସେଜ୍ ବି ଆସିଥିଲା। ହେଲେ ପ୍ରଥମରୁ ଏଭଳି କିଛି ଖବର ପୁଲିସ ପାଖରେ ପହଞ୍ଚିବା ପରେ ସମସ୍ତେ ଆଲର୍ଟ ହୋଇଥିଲେ ।
Follow Us