କନକ ବ୍ୟୁରୋ : ନୂଆବର୍ଷକୁ ସାରା ବିଶ୍ୱର ଲୋକ ଧୁମଧାମରେ ସ୍ୱାଗତ କରିଛନ୍ତି । ଦିଲ୍ଲୀ-ମୁମ୍ୱାଇ, କନ୍ୟାକୁମାରୀରୁ-ଉତ୍ତରାଖଣ୍ଡ, ଓଡ଼ିଶାରୁ- ଗୋଆ ଯାଏଁ ସବୁଠି ଧୁମଧାମରେ ନିଜ ନିଜ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ରାତି ୧୨ଟା ଛୁଇଁବା ପରେ ଆତସବାଜୀରେ କମ୍ପିଥିଲା ଅଞ୍ଚଳ। ଲୋକ ବାଣ ଫୁଟାଇ ୨୦୨୬କୁ ସ୍ୱାଗତ କରିଛନ୍ତି । ମଲ, ହୋଟେଲ, କ୍ଲବ, ପବ, ରେଷ୍ଟୁରାଣ୍ଟରେ ଜମିଥିଲା ଜିରୋ ନାଇଟ ସେଲିବ୍ରେସନ । ଖାଦ୍ୟ, ପେୟ ସାଙ୍ଗକୁ ନାଚଗୀତର ମଜା ନେଇ ଲୋକେ ନୂଆବର୍ଷକୁ ଉତ୍ସବ ଭଳି ପାଳନ କରିଛନ୍ତି । ଏହା କେବଳ ତାରିଖ ବଦଳିନାହିଁ । ନୂଆବର୍ଷ ସମସ୍ତଙ୍କ ପାଇଁ ଆଶାର ନୂଆକିରଣ । ୨୦୨୫ରେ ପାଇଥିବା ଦୁଃଖ, ବିଫଳତାକୁ ଭୁଲି ନୂଆ ଭାବେ ଜୀବନକୁ ଆରମ୍ଭ କରିବାର ଏକ ସୁଯୋଗ, ଏକ ଅବସର ।
ନୂଆବର୍ଷକୁ ସ୍ବାଗତ : ବିଶ୍ବବ୍ୟାପୀ ସବୁଠି ଉଲ୍ଲାସ
ସେପଟେ ବର୍ଷ ଶେଷରେ ଜମିଲା ଆମିଷ ମାଡ଼। କୋଟି କୋଟି ଟଙ୍କାର ଆମିଷ ଖାଇଗଲେ ରାଜଧାନୀବାସୀ । ଡିସେମ୍ୱର ୩୧ ଆମିଷ ବାର ବୁଧବାର ପଡ଼ିଥିବାରୁ ଆମିଷପ୍ରେମୀଙ୍କୁ ବେଶ ସୁହାଇଥିଲା । ନୂଆବର୍ଷ ଆମିଷ ବାର ହୋଇନଥିବାରୁ ବିଦାୟୀ ବର୍ଷରେ ମନପୁରା ଆମିଷ ଖାଇଛନ୍ତି ଭୁବନେଶ୍ୱର ବାସିନ୍ଦା । ମାଛ, ମାଂସର ସ୍ୱାଦ ନେବାକୁ ରାଜଧାନୀବାସୀ ବର୍ଷ ଶେଷରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ରାଜଧାନୀରେ ୨୦୨୫ ଶେଷ ଦିନରେ ୭ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ଆମିଷ ବିକ୍ରି ହୋଇଛି । ବଜାରରୁ ମିଳିଥିବା ସୂଚନା ଅନୁସାରେ ମାଂସ, ଚିକେନ, ଅଣ୍ଡା ଅପେକ୍ଷା ମାଛ ଅଧିକ ବିକ୍ରି ହୋଇଛି । ମାଛ ଗୋଟିଏ ଦିନରେ ୧୨୦ ଟନ୍ ବିକ୍ରି ହୋଇ ରେକର୍ଡ କରିଛି । ସେହିପରି ମାସ ୫୨ ଟନରୁ ଅଧିକ, ଚିକେନ ୧୯୫ ଟନ୍ ଓ ଅଣ୍ଟା ୪ ହଜାର କାର୍ଟୁନି ବିକ୍ରି ହୋଇଛି ।
ଡିଏସକେ - ଖାଇଗଲେ କୋଟି କୋଟି ଟଙ୍କାର ଆମିଷ
ରାଜଧାନୀରେ ଖାସି ମାଂସ କେଜି - ୮୫୦ ଟଙ୍କା
ଖାସି ମାଂସ ବିକ୍ରି - ୫୨.୫ ଟନ୍
ମୋଟ ୨ କୋଟି ୫୨ ଲକ୍ଷ ଟଙ୍କା
--
ଚିକେନ କିଲୋ - ୨୨୦-୨୪୦ ଟଙ୍କା
ଚିକେନ ବିକ୍ରି - ୧୯୫ ଟନ୍
ମୋଟ ୨ କୋଟି ୩୫ ଲକ୍ଷ ୯୫ ହଜାର ଟଙ୍କା
---
ମାଛ କିଲୋ - ୧୫୦- ୨୦୦୦ ଟଙ୍କା
ମାଛ ବିକ୍ରି - ୧୨୦ ଟନ୍
ମୋଟ - ୧ କୋଟି ୫୭ ଲକ୍ଷ ୯୨ ହଜାର
--
ଅଣ୍ଡା ବିକ୍ରି - ୪ ହଜାର କାର୍ଟୁନ
ମୋଟ - ୫୫ ଲକ୍ଷ ୪୪ ହଜାର ଟଙ୍କା
ଭୁବନେଶ୍ୱରର ସମୁଦାୟ ଆମିଷ ବିକ୍ରି - ୭ କୋଟି ୧ ଲକ୍ଷ ୩୧ ହଜାର
--
ରାଜଧାନୀରେ ମାଛ ଦାମ
ରୋହି କେଜି- ୨୦୦- ୨୪୦ ଟଙ୍କା
ଭାକୁର କିଲୋ - ୨୦୦-୪୦୦
ଜଳଙ୍ଗ କିଲୋ- ୧୫୦- ୧୬୦
ମିରକଡି କିଲୋ - ୨୨୦-୨୪୦
ମଉରାଡି କିଲୋ - ୨୦୦-୨୫୦
ଖଙ୍ଗା କୋଲି - ୪୦୦- ୫୦୦
ଇଲିସି- ୧୦୦୦-୨୦୦୦
ଚିଙ୍ଗୁଡ଼ି- ୨୫୦-୪୦୦
ଜିଅନ୍ତା କଙ୍କଡ଼ା କିଲୋ - ୪୦୦-୬୦୦
ମଲା କଙ୍କଡ଼ା କିଲୋ - ୨୫୦
ଲୁଣି କଙ୍କଡ଼ା କିଲୋ- ୩୦୦
ଜିଅନ୍ତା ରୋହି କିଲୋ - ୨୪୦-୨୬୦
ମାଗୁର କିଲୋ - ୧୫୦
ଟାଇଗର ଚିଙ୍ଗୁଡ଼ି- ୭୦୦-୧୦୦୦
ପାମ୍ପଲେଟ୍ କିଲୋ - ୧୦୦୦-୧୫୦୦
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/01/nonveg-2026-01-01-06-23-28.jpg)