ବ୍ରହ୍ମପୁର ବଡ଼ ମେଡିକାଲକୁ ସଫଳତା;୫ ମାସରେ ୧୦ଟି ଓପନ ହାର୍ଟ ସର୍ଜରି

ଦୀର୍ଘ ୨୫ ବର୍ଷ ହେଲା ଏ ବିଭାଗରେ ଓପନ ହାର୍ଟ ସର୍ଜରି ହେଉନଥିଲା । ମାତ୍ର ଏବେ ଗତ ୫ ମାସ ଭିତରେ ସଫଳତାର ସହ ୧୦ଟି ଓପନ ହାର୍ଟ ସର୍ଜରି ହୋଇସାରିଲାଣି । 

Berhampur

Berhampur Photograph: (kanak news)

କନକ ବ୍ୟୁରୋ : ବ୍ରହ୍ମପୁର ବଡ଼ ମେଡିକାଲ,ଦକ୍ଷିଣ ଓଡ଼ିଶାର ଲୋକଙ୍କ ଏକ ମାତ୍ର ଭରସା ଯୋଗ୍ୟ ଚିକିତ୍ସାଳୟ । ପ୍ରତିଦିନ ଏଠାକୁ ହଜାର ହଜାର ରୋଗୀଙ୍କ ସୁଅ ଛୁଟିଥାଏ । ମାତ୍ର ମେଡିକାଲରେ ଅନେକ ବିଭାଗ କାର୍ଯ୍ୟକ୍ଷମ ହେଉ ନଥିଲା । ଏଇ ଯେମିତି କାଡିଓଲୋଜି ବିଭାଗ । ଦୀର୍ଘ ୨୫ ବର୍ଷ ହେଲା ଏ ବିଭାଗରେ ଓପନ ହାର୍ଟ ସର୍ଜରି ହେଉନଥିଲା । ମାତ୍ର ଏବେ ଗତ ୫ ମାସ ଭିତରେ ସଫଳତାର ସହ ୧୦ଟି ଓପନ ହାର୍ଟ ସର୍ଜରି ହୋଇସାରିଲାଣି । 

ରୋଗୀଙ୍କୁ ମିଳିଲା ନୂଆ ଜୀବନ , ସଫଳ ହେଲା ଓପନ ହାର୍ଟ ସର୍ଜରୀ । ସୁସ୍ଥ ହେବା ପରେ ଭଲରେ କଥାବାର୍ତ୍ତା କରୁଛନ୍ତି ଗଂଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଶାନ୍ତିଲତା ନାୟକ । ପ୍ରଥମେ ମୁଣ୍ଡ ବ୍ୟଥା ହେଉଥିଲା । ଅନେକ ସ୍ଥାନରେ ଦେଖାଇ ଔଷଧ ଖାଇଲେ ବି ଭଲ ହେଉନଥିଲା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଆସିବା ପରେ ଜଣାପଡ଼ିଥିଲା ତାଙ୍କର ହାର୍ଟ୍‌ରେ ସମସ୍ୟା ଅଛି । ତୁରନ୍ତ ମେଡିକାଲ୍ ଟିମ୍ ତାଙ୍କର ଅସ୍ତ୍ରୋପଚାର ପାଇଁ ଲାଗିପଡ଼ିଥିଲେ । ଏବେ ସେ ନୂଆ ଜୀବନ ପାଇଛନ୍ତି ।

ଅଧିକ ପଢ଼ନ୍ତୁ--ଶିକୁଳିରେ ବନ୍ଧାପଡ଼ିଛି ଜୀବନ ; ନାତୁଣୀର ଲାଳନପାଳନ କରୁଛନ୍ତି ଅଜା

ଖାଲି ଏହି ଗୋଟିଏ ଅସ୍ତ୍ରୋପଚାର ନୁହେଁ, ଗତ ୫ ମାସରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ସଫଳତାର ସହ ସରିଲାଣି ୧୦ଟି ଓପନ ହାର୍ଟ ସର୍ଜରୀ । କାଡିଓଲୋଜି ବିଭାଗରେ ଦୀର୍ଘ ୨୫ ବର୍ଷ ତଳେ ହାର୍ଟ ସର୍ଜରି ହେଉଥିଲା । ପରେ ଏହା ଧୀରେ ଧୀରେ ବନ୍ଦ ହୋଇଯାଇଥିଲା । ଏବେ ଗତ ଜୁନ୍ ମାସ ଠାରୁ ବିଭାଗରେ ପୁଣି ଆରମ୍ଭ ହୋଇଛି ଓପନ ହାର୍ଟ ସର୍ଜରି । ସରକାରୀ ମେଡିକାଲରେ ଏଭଳି ଜଟିଳ ଅସ୍ତ୍ରୋପଚାର ମାଗଣାରେ ହେବା ଫଳରେ ବହୁ ଗରିବ ଲୋକ ଉପକୃତ ହୋଇପାରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe