ଅପରାଜୟ ଜିମ୍ବାୱେ : ଶ୍ରୀଲଙ୍କାକୁ ହରାଇ ସୁପର-୮ରେ ପ୍ରବେଶ

Advertisment

ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ  ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ୧୭୯ ରନ୍‌ର ଟାର୍ଗେଟକୁ ହାସଲ କରିଛି ଜିମ୍ବାୱେ ।

ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ  ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ୧୭୯ ରନ୍‌ର ଟାର୍ଗେଟକୁ ହାସଲ କରିଛି ଜିମ୍ବାୱେ ।

6

Photograph: (kanaknews)

କନକ ବ୍ୟୁରୋ :  କ୍ରିକେଟ ଏକ ଅନିଶ୍ଚିତତାର ଖେଳ ।  ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟି-୨୦ ବିଶ୍ବକପରେ । ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ  ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ୧୭୯ ରନ୍‌ର ଟାର୍ଗେଟକୁ ହାସଲ କରିଛି ଜିମ୍ବାୱେ । ଏଥି ସହ ଗ୍ରୁପ୍ ବିରେ ଶୀର୍ଷରେ ରହି ଅପରାଜିତ ଭାବେ ସୁପର-୮ରେ ପହଞ୍ଚିଛି ଏହି ଆଫ୍ରିକୀୟ ଦଳ ।

ବ୍ରାୟନ୍ ବେନେଟ୍‌ଙ୍କ ଅର୍ଦ୍ଧଶତକ ଏବଂ ସିକନ୍ଦର ରାଜାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଜିମ୍ବାୱେ ୬ ଉଇକେଟରେ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏହି ଜୟ ସହିତ ଆଫ୍ରିକୀୟ ଦଳଟି ଟି୨୦ ବିଶ୍ୱକପ୍‌ର ସୁପର-୮ପର୍ଯ୍ୟାୟକୁ  ଅପରାଜିତ ଭାବେ ପ୍ରବେଶ କରିଛି । ଏତେ ବଡ଼ ଲକ୍ଷ୍ୟ ପିଛା କରିବା ସମୟରେ ଜିମ୍ବାୱେ ସନ୍ତୁଳିତ ଓ ଶକ୍ତିଶାଳୀ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ବେନେଟ୍ ୪୮ ବଲରେ ଅପରାଜିତ ୬୩ ରନ କରିଥିଲେ । ଏବଂ ରାଜା ୨୬ ବଲରେ ୪୫ ରନ୍ କରିଥିଲେ । ଦଳଟି ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଆସନ୍ତୁ ନଜର ପକାଇବା ଜିମ୍ବାୱେର ଏହି ଟୁର୍ଣ୍ଣାମେଣ୍ଟର ଯାତ୍ରା ଉପରେ । 

ଅଧିକ ପଢନ୍ତୁ : ପୂର୍ବାଞ୍ଚଳ ଦଳରେ ସୁଶ୍ରୀ, ମାଧୁରୀ, ତନ୍ମୟୀ

  • ଅପରାଜେୟ ଜିମ୍ବାୱେ
  • ଅଷ୍ଟ୍ରେଲିଆ ପରେ ଶ୍ରୀଲଙ୍କା
  • ଆଜି ଜିମ୍ବାୱେ ୬ ଉଇକେଟରେ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି
  • ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ୟ୍ୟାୟକୁ ଅପରାଜିତ ଭାବେ ପ୍ରବେଶ କରିଛି
  • ଜିମ୍ବାୱେ ବ୍ରାୟନ୍ ବେନେଟ୍‌ଙ୍କ, ସିକନ୍ଦର ରାଜା ବିସ୍ଫୋରକ ବ୍ୟାଟିଂ କରିଛନ୍ତି
  • ବ୍ରାୟନ୍ ବେନେଟ୍ ୪୮ ବଲରେ ଅପରାଜିତ ୬୩ ରନ କରିଥିଲେ
  • ସିକନ୍ଦର ରାଜା ୨୬ ବଲରେ ୪୫ ରନ୍ କରିଥିଲେ
  • ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା ଆଫ୍ରିକୀୟ ଟିମ୍
  • ପୂର୍ବରୁ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୮/୭ ରନ୍ କରିଥିଲା
  • ଛୋଟ ଦଳ ଜିମ୍ବାୱେ ଗ୍ରୁପ୍ ବିରେ ଶୀର୍ଷରେ ରହିଛି
  • ନବେ ଦଶକରେ ଥିବା ଗୌରବ ପୁଣି ଫେରିପାଇଛି ଜିମ୍ବାୱେ  
  • ମାର୍ଚ୍ଚ ୮ ତାରିଖରେ ଓମାନକୁ ସହଜରେ ହରାଇଥିଲା ଜିମ୍ବାୱେ
  • ୧୦୩ ରନର ଲକ୍ଷ୍ୟକୁ ୧୩.୩ ଓଭରରେ ହାସଲ କରିଥିଲା ଜିମ୍ବାୱେ
  • ମାତ୍ର ଦୁଇ ୱିକେଟ ହରାଇ ଗ୍ରୁପ୍-ବିର ପ୍ରଥମ ମ୍ୟାଚ ଜିତିଥିଲା 
  • ମାର୍ଚ୍ଚ ୧୯ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିଲା ଜିମ୍ବାୱେ
  • କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଜିମ୍ବାୱେ
  • ୨ ୱିକେଟ ହରାଇ ୧୬୯ ରନ କରିଥିଲା ଏହି ଆଫ୍ରିକୀୟ ଦଳ
  • ୧୭୦ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଯାଇଥିଲା
  • ୧୯.୨ ଓଭରରେ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ
    ଆଜି ଦଳ ଜିମ୍ବାୱେ ଶ୍ରୀଲଙ୍କାକୁ ହରାଇ ଗ୍ରୁପ୍-୮ରେ ପ୍ରବେଶ କରିଛି
  • ଜିମ୍ବାୱେ ଗ୍ରୁପ୍-୮ରେ ପ୍ରଥମ ମ୍ୟାଚ ଫର୍ମରେ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ
  • ୨୬ ତାରିଖରେ ଭାରତ ବିପକ୍ଷରେ ଗ୍ରୁପ୍-୮ରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଜିମ୍ବାୱେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe