କନକ ବ୍ୟୁରୋ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟି-୨୦ ବିଶ୍ବକପରେ । ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ୧୭୯ ରନ୍ର ଟାର୍ଗେଟକୁ ହାସଲ କରିଛି ଜିମ୍ବାୱେ । ଏଥି ସହ ଗ୍ରୁପ୍ ବିରେ ଶୀର୍ଷରେ ରହି ଅପରାଜିତ ଭାବେ ସୁପର-୮ରେ ପହଞ୍ଚିଛି ଏହି ଆଫ୍ରିକୀୟ ଦଳ ।
ବ୍ରାୟନ୍ ବେନେଟ୍ଙ୍କ ଅର୍ଦ୍ଧଶତକ ଏବଂ ସିକନ୍ଦର ରାଜାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଜିମ୍ବାୱେ ୬ ଉଇକେଟରେ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏହି ଜୟ ସହିତ ଆଫ୍ରିକୀୟ ଦଳଟି ଟି୨୦ ବିଶ୍ୱକପ୍ର ସୁପର-୮ପର୍ଯ୍ୟାୟକୁ ଅପରାଜିତ ଭାବେ ପ୍ରବେଶ କରିଛି । ଏତେ ବଡ଼ ଲକ୍ଷ୍ୟ ପିଛା କରିବା ସମୟରେ ଜିମ୍ବାୱେ ସନ୍ତୁଳିତ ଓ ଶକ୍ତିଶାଳୀ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ବେନେଟ୍ ୪୮ ବଲରେ ଅପରାଜିତ ୬୩ ରନ କରିଥିଲେ । ଏବଂ ରାଜା ୨୬ ବଲରେ ୪୫ ରନ୍ କରିଥିଲେ । ଦଳଟି ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଆସନ୍ତୁ ନଜର ପକାଇବା ଜିମ୍ବାୱେର ଏହି ଟୁର୍ଣ୍ଣାମେଣ୍ଟର ଯାତ୍ରା ଉପରେ ।
ଅଧିକ ପଢନ୍ତୁ : ପୂର୍ବାଞ୍ଚଳ ଦଳରେ ସୁଶ୍ରୀ, ମାଧୁରୀ, ତନ୍ମୟୀ
- ଅପରାଜେୟ ଜିମ୍ବାୱେ
- ଅଷ୍ଟ୍ରେଲିଆ ପରେ ଶ୍ରୀଲଙ୍କା
- ଆଜି ଜିମ୍ବାୱେ ୬ ଉଇକେଟରେ ସହଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି
- ଟି୨୦ ବିଶ୍ୱକପ୍ର ସୁପର-୮ ପର୍ୟ୍ୟାୟକୁ ଅପରାଜିତ ଭାବେ ପ୍ରବେଶ କରିଛି
- ଜିମ୍ବାୱେ ବ୍ରାୟନ୍ ବେନେଟ୍ଙ୍କ, ସିକନ୍ଦର ରାଜା ବିସ୍ଫୋରକ ବ୍ୟାଟିଂ କରିଛନ୍ତି
- ବ୍ରାୟନ୍ ବେନେଟ୍ ୪୮ ବଲରେ ଅପରାଜିତ ୬୩ ରନ କରିଥିଲେ
- ସିକନ୍ଦର ରାଜା ୨୬ ବଲରେ ୪୫ ରନ୍ କରିଥିଲେ
- ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା ଆଫ୍ରିକୀୟ ଟିମ୍
- ପୂର୍ବରୁ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୮/୭ ରନ୍ କରିଥିଲା
- ଛୋଟ ଦଳ ଜିମ୍ବାୱେ ଗ୍ରୁପ୍ ବିରେ ଶୀର୍ଷରେ ରହିଛି
- ନବେ ଦଶକରେ ଥିବା ଗୌରବ ପୁଣି ଫେରିପାଇଛି ଜିମ୍ବାୱେ
- ମାର୍ଚ୍ଚ ୮ ତାରିଖରେ ଓମାନକୁ ସହଜରେ ହରାଇଥିଲା ଜିମ୍ବାୱେ
- ୧୦୩ ରନର ଲକ୍ଷ୍ୟକୁ ୧୩.୩ ଓଭରରେ ହାସଲ କରିଥିଲା ଜିମ୍ବାୱେ
- ମାତ୍ର ଦୁଇ ୱିକେଟ ହରାଇ ଗ୍ରୁପ୍-ବିର ପ୍ରଥମ ମ୍ୟାଚ ଜିତିଥିଲା
- ମାର୍ଚ୍ଚ ୧୯ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିଲା ଜିମ୍ବାୱେ
- କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଜିମ୍ବାୱେ
- ୨ ୱିକେଟ ହରାଇ ୧୬୯ ରନ କରିଥିଲା ଏହି ଆଫ୍ରିକୀୟ ଦଳ
- ୧୭୦ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଯାଇଥିଲା
- ୧୯.୨ ଓଭରରେ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ
ଆଜି ଦଳ ଜିମ୍ବାୱେ ଶ୍ରୀଲଙ୍କାକୁ ହରାଇ ଗ୍ରୁପ୍-୮ରେ ପ୍ରବେଶ କରିଛି - ଜିମ୍ବାୱେ ଗ୍ରୁପ୍-୮ରେ ପ୍ରଥମ ମ୍ୟାଚ ଫର୍ମରେ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ
- ୨୬ ତାରିଖରେ ଭାରତ ବିପକ୍ଷରେ ଗ୍ରୁପ୍-୮ରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଜିମ୍ବାୱେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/6-2026-02-20-08-23-45.jpg)