୩୦ ବର୍ଷ ପରେ ପେଟର ଚର୍ବି  କାହିଁକି ବଢ଼େ? ଜାଣନ୍ତୁ ଏହାର ପ୍ରକୃତ କାରଣ ଏବଂ ସମାଧାନ

Advertisment

୩୦ ବର୍ଷ ପରେ ବେଲି ଫ୍ୟାଟ୍ ବଢ଼ିବାର ପ୍ରକୃତ କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ଆସନ୍ତୁ ଜାଣିବା

୩୦ ବର୍ଷ ପରେ ବେଲି ଫ୍ୟାଟ୍ ବଢ଼ିବାର ପ୍ରକୃତ କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ଆସନ୍ତୁ ଜାଣିବା

Belly fat

Belly fat Photograph: (KanakNews)

କନକ ବ୍ୟୁରୋ:  ସାଧାରଣତଃ ଦେଖାଯାଏ ଯେ, ୩୦ ବର୍ଷ ବୟସ ପାର ହେବା ମାତ୍ରେ ମଣିଷର ଓଜନ ବଢ଼ିବାକୁ ଲାଗେ ଏବଂ ବିଶେଷ କରି ପେଟ ପାଖରେ ଚର୍ବି ଜମା ହେବା ଆରମ୍ଭ ହୁଏ । ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନେ ପୂର୍ବ ପରି ଖାଉଛନ୍ତି, ତଥାପି ସେମାନଙ୍କ ପେଟ ବାହାରି ଯାଉଛି।   ତାଲିମପ୍ରାପ୍ତ ବିଶେଷଜ୍ଞ ଡାକ୍ତରଙ୍କ ଅନୁଯାୟୀ, ଏହା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏହା ପଛରେ ଆମ ଶରୀରର ଜୈବିକ ଏବଂ ହରମୋନ୍ ପରିବର୍ତ୍ତନ ଦାୟୀ ।
 ୩୦ ବର୍ଷ ପରେ ବେଲି ଫ୍ୟାଟ୍ ବଢ଼ିବାର ପ୍ରକୃତ କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ଆସନ୍ତୁ ଜାଣିବା

 ଅଧିକ ପଢନ୍ତୁ : ଚର୍ମରେ ଲଗାତାର କୁଣ୍ଡେଇ ହେବା କିଡନୀ ରୋଗର ସଙ୍କେତ ହୋଇପାରେ, ତୁରନ୍ତ ସତର୍କ ହୁଅନ୍ତୁ

ମେଟାବୋଲିଜିମ୍ ପ୍ରକ୍ରିୟା ମନ୍ଥର ହେବା:
୩୦ ବର୍ଷ ବୟସ ପରେ ଆମ ଶରୀରର ମେଟାବୋଲିଜିମ୍ (Metabolism) ହାର କମିବାକୁ ଲାଗେ । ଏହାର ଅର୍ଥ ହେଉଛି ଆମ ଶରୀର ଖାଦ୍ୟକୁ ଶକ୍ତିରେ ପରିଣତ କରିବାର କ୍ଷମତା ପୂର୍ବ ଅପେକ୍ଷା କମ୍ କରିଦିଏ । ଯେତେବେଳେ ମେଟାବୋଲିଜିମ୍ ଧୀର ହୁଏ, ଆମେ ଯାହା ବି ଖାଉ, ଶରୀର ସେହି କ୍ୟାଲୋରୀକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିପାରେ ନାହିଁ। ଫଳରେ ଅବଶିଷ୍ଟ କ୍ୟାଲୋରୀ ଶରୀରରେ ଚର୍ବି ଆକାରରେ, ବିଶେଷ କରି ପେଟ ଅଞ୍ଚଳରେ ଜମା ହୁଏ।
 

ହରମୋନ୍‌ରେ ପରିବର୍ତ୍ତନ:
ପୁରୁଷ ଓ ମହିଳା ଉଭୟଙ୍କ ଶରୀରରେ ୩୦ ପରେ ହରମୋନ୍ ପରିବର୍ତ୍ତନ ହୁଏ । ପୁରୁଷଙ୍କଠାରେ 'ଟେଷ୍ଟୋଷ୍ଟେରନ'  ହରମୋନର ସ୍ତର କମିବାକୁ ଲାଗେ, ଯାହା ମାଂସପେଶୀ ଗଠନରେ ସାହାଯ୍ୟ କରିଥାଏ। ଏହାର ସ୍ତର କମିଲେ ଚର୍ବି ବଢ଼ିଥାଏ। ସେହିପରି ମହିଳାଙ୍କ କ୍ଷେତ୍ରରେ 'ଏଷ୍ଟ୍ରୋଜେନ୍'   ଏବଂ 'ପ୍ରୋଜେଷ୍ଟେରନ୍' ହରମୋନର ଅସନ୍ତୁଳନ ଯୋଗୁଁ ଓଜନ ବଢ଼ିଥାଏ।
 

ମାଂସପେଶୀର ହ୍ରାସ 
ବୟସ ବଢ଼ିବା ସହିତ ଶରୀରରୁ ସ୍ୱାଭାବିକ ଭାବେ ମାଂସପେଶୀ କମିବାକୁ ଲାଗେ, ଯାହାକୁ 'ସାର୍କୋପେନିଆ' କୁହାଯାଏ। ମାଂସପେଶୀ ଶରୀରରେ ଅଧିକ କ୍ୟାଲୋରୀ  ବର୍ଣ୍ଣ କରାଇବାରେ ସାହାଯ୍ୟ କରେ। ଯେତେବେଳେ ମାଂସପେଶୀ କମିଯାଏ, ଶରୀରର ଚର୍ବି କମିବାର କ୍ଷମତା ମଧ୍ୟ କମିଯାଏ ଏବଂ ଶରୀରରେ ମେଦବହୁଳତା ବୃଦ୍ଧି ପାଏ
 

ମାନସିକ ଚାପ ଓ କର୍ଟିସୋଲ୍:
୩୦ ବର୍ଷ ବୟସ ହେବା ବେଳକୁ ଚାକିରି, ପରିବାର ଏବଂ ଭବିଷ୍ୟତକୁ ନେଇ ମାନସିକ ଚାପ ବହୁତ ବଢ଼ିଯାଇଥାଏ। ଡାକ୍ତରଙ୍କ ଅନୁଯାୟୀ, ଅଧିକ ଷ୍ଟ୍ରେସ୍ ନେବା ଦ୍ୱାରା ଶରୀରରେ 'କର୍ଟିସୋଲ୍' (Cortisol) ନାମକ ଏକ ହରମୋନ୍ ସୃଷ୍ଟି ହୁଏ । ଏହି ହରମୋନ୍ ଶରୀରକୁ ସିଧାସଳଖ ସଙ୍କେତ ଦିଏ ଯେ ସେ ପେଟ ପାଖରେ ଚର୍ବି ସଞ୍ଚୟ କରି ରଖୁ।
 

ନିଦ୍ରା ଅଭାବ:
ଏହି ବୟସରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଲୋକମାନେ ପର୍ଯ୍ୟାପ୍ତ ନିଦ୍ରା ଗ୍ରହଣ କରିପାରନ୍ତି ନାହିଁ। କମ୍ ଶୋଇବା ଦ୍ୱାରା ଶରୀରରେ ଭୋକ ବଢ଼ାଉଥିବା ହରମୋନ୍ 'ଘ୍ରେଲିନ୍' (Ghrelin) ବୃଦ୍ଧି ପାଏ, ଯାହା ଦ୍ୱାରା ଆମେ ଅଧିକ କ୍ୟାଲୋରୀ ଯୁକ୍ତ ଓ ମିଠା ଖାଦ୍ୟ ଖାଇବାକୁ ଇଚ୍ଛା କରୁ।
ଏଥିରୁ ବର୍ତ୍ତିବାର ଉପାୟ ଡାକ୍ତରଙ୍କ ପରାମର୍ଶ

ପ୍ରୋଟିନ୍ ଯୁକ୍ତ ଖାଦ୍ୟ: 

ଖାଦ୍ୟରେ ପ୍ରୋଟିନର ମାତ୍ରା ବଢ଼ାନ୍ତୁ। ଏହା ମାଂସପେଶୀ ଗଠନ କରିବାରେ ଏବଂ ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିବ ।
•    ୱେଟ୍ ଟ୍ରେନିଂ: କେବଳ ଚାଲିବା କିମ୍ବା କାର୍ଡିଓ କଲେ ହେବ ନାହିଁ। ମାଂସପେଶୀକୁ ମଜବୁତ ରଖିବା ପାଇଁ ହାଲୁକା ଓଜନ ଉଠାଇବା ବ୍ୟାୟାମ କରନ୍ତୁ ।
•    ଚିନି ଓ ପ୍ରୋସେସ୍ଡ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ: ମିଠା ଏବଂ ବାହାରର ଛଣାଛଣି ଖାଦ୍ୟ ପେଟର ଚର୍ବିର ମୁଖ୍ୟ ଶତ୍ରୁ ।
•    ୭-୮ ଘଣ୍ଟା ଶୁଅନ୍ତୁ: ଶରୀରକୁ ସୁସ୍ଥ ରଖିବା ପାଇଁ ଗଭୀର ନିଦ୍ରା ଅତ୍ୟନ୍ତ ଜରୁରୀ ।
•    ଜଳପାନ: ପ୍ରଚୁର ପାଣି ପିଅନ୍ତୁ, ଯାହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବ ।


 
୩୦ ପରେ ପେଟର ଚର୍ବି ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇପାରେ, କିନ୍ତୁ ଏହା ଅପରିବର୍ତ୍ତନୀୟ ନୁହେଁ। ଯଦି ଆପଣ ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ସାମାନ୍ୟ ପରିବର୍ତ୍ତନ କରିବେ, ତେବେ ଆପଣ ମଧୁମେହ, ରକ୍ତଚାପ ଏବଂ ହୃଦରୋଗ ପରି ଭୟଙ୍କର ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ମନେରଖନ୍ତୁ, ସୁସ୍ଥ ଶରୀର ହିଁ ଆପଣଙ୍କର ସବୁଠାରୁ ବଡ଼ ସମ୍ପତ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe