bela patra Photograph: (KanakNews)
କନକ ବ୍ୟୁରୋ : ସନାତନ ଧର୍ମରେ ବେଲପତ୍ରକୁ ଦେବାଧିଦେବ ମହାଦେବଙ୍କ ଅତି ପ୍ରିୟ ବୋଲି କୁହାଯାଏ । ତେଣୁ ପ୍ରତି ସୋମବାର,ସଂକ୍ରାନ୍ତି କିମ୍ବା ମହାଶିବରାତ୍ରି ଅବସରରେ ବେଲପତ୍ରକୁ ଆଗ ଖୋଜା ପଡ଼େ । ସାଧାରଣତଃ ବେଲପତ୍ର ପୂଜା,ପର୍ବରେ ବ୍ୟବହାର କରାଯାଏ କିନ୍ତୁ ଏହି ପତ୍ର ଅନେକ ରୋଗ ପାଇଁ ବି ରାମବାଣ ପରି କାମ କରେ । ଆୟୁର୍ବେଦ ଅନୁସାରେ , ପ୍ରତିଦିନ ସକାଳୁ ଖାଲି ପେଟରେ ୨ ରୁ ୩ ଟି ବେଲପତ୍ର ଚୋବାଇ ଖାଇଲେ ପେଟ ସମ୍ଭନ୍ଧୀୟ ରୋଗ ଦୂର ହୁଏ । ଶରୀରରେ ଡିଟକ୍ସ , ହଜମ,ଡାଏବେଟିସ୍ ଏବଂ ଇମ୍ୟୁନିଟି ବୁଷ୍ଟର୍ ଭଳି କାମ କରେ ବେଲପତ୍ର । ପୋଷକ ତତ୍ତ୍ବରେ ଭରପୂର ଏହି ପତ୍ରରେ ଭିଟାମିନ୍ ଏ,ସି,ବି ଏବଂ ବି୬ ଭରପୂର ମାତ୍ରାରେ ଥାଏ । ପ୍ରତିଦିନ ସକାଳୁ ବେଲପତ୍ର ଚୋବାଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିବା ସହ ନାନାଦି ରୋଗରୁ ମୁକ୍ତି ମଧ୍ୟ ମିଳେ । ପୂର୍ବରୁ ବାପା , ଜେଜେବାପା ବାରି,ବଗିଚାକୁ ଗଲେ ବେଲ ପତ୍ର ତୋଳି ଆଣୁଥିଲେ । ବେଳେ ବେଳେ ପୂଜା ପାଇଁ ତ ଆଉ କେତେବେଳେ ଚୋବାଇ ଖାଇବା ପାଇଁ । ବର୍ତ୍ତମାନ ପ୍ରତିଟି ରୋଗ ପାଇଁ ଔଷଧ ମିଳୁଥିଲେ ହେଁ ଗାଁ ମାନଙ୍କରେ ଆଜି ବି ପାଚନ ପ୍ରକ୍ରିୟାରେ ଅସୁବିଧା ହେଲେ ବେଲପତ୍ରକୁ ଚୋବାଇ ଖିଆଯାଏ ।
ଆଗକୁ ପଢ଼ନ୍ତୁ : ୧୭ ମହଲା,ଘର ଉପରେ ହେଲିପ୍ୟାଡ୍,୩୧୧୬ କୋଟି ଟଙ୍କାର ଅଟ୍ଟାଳିକା ….ମୁକେଶ ଅମ୍ବାନୀଙ୍କୁ ଟକ୍କର ଦିଅନ୍ତି ଭାଇ ଅନିଲ୍
ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ବେଲପତ୍ରକୁ ଲାଭକାରୀ ବୋଲି କୁହାଯାଇଛି । ପ୍ରତିଦିନ ସକାଳୁ ବେଲପତ୍ର ଖାଇଲେ ପେଟ ସଫା ହୁଏ ଏବଂ ପାଚନକ୍ରିୟା ମଜବୁତ ହୁଏ । ଏଥିରେ ଥିବା ଫାଇବର୍ ଏବଂ ଡିଟକ୍ସିଫାଇଙ୍ଗ୍ ତତ୍ତ୍ବ ପେଟ ସଫା ରଖିବାରେ ସାହାଯ୍ୟ କରେ । କୋଷ୍ଠକାଠିନ୍ୟ,ଏସିଡିଟି ଏବଂ ଗ୍ୟାସ୍ ପାଇଁ ବେଲପତ୍ର ମହୌଷଧି ସମାନ । ଏଥିରେ ଥିବା ହାଇପୋଗ୍ଲାଇସେମିକ୍ ଗୁଣ ଶରୀରରେ ବ୍ଲଡ୍ ସୁଗାର୍ ସ୍ତରକୁ କଣ୍ଟ୍ରୋଲ୍ କରିବାରେ ସହାୟକ ହୁଏ । ପ୍ରତିଦିନ ବେଲପତ୍ର ଖାଇବା ଦ୍ବାରା ଶରୀରରେ ଇନସୁଲିନ୍ କ୍ଷମତା ଉନ୍ନତ ହୁଏ ଏବଂ ବ୍ଲଡ୍ ଗ୍ଲୁକୋଜ ସ୍ତର କାବୁରେ ରୁହେ । ଏଥିରେ ଥିବା ପୋଟାସିୟମ ଏବଂ ଫାଇଟୋକେମିକାଲ୍ ରକ୍ତ ସଞ୍ଚାଳନକୁ ସନ୍ତୁଳିତ ରଖିଥାଏ । ଷ୍ଟ୍ରେସ୍ ହରମୋନ୍ ବା କାର୍ଟିସୋଲକୁ କମାଇ ହୃଦୟ କାର୍ଯ୍ୟକ୍ଷମତାକୁ ଏହା ଉନ୍ନତ କରିଥାଏ । ଏହା କୋଲେଷ୍ଟ୍ରୋଲକୁ କମ୍ କରି ହୃଦୟ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯାହାଦ୍ବାରା ହୃଦୟ ସମ୍ଭନ୍ଧୀୟ ରୋଗର ବିପଦ କମ୍ ହୁଏ ।
ପ୍ରତିଦିନ ବେଲପତ୍ର ଖାଇବା ଦ୍ବାରା ଶରୀରରେ ଏନର୍ଜି ବୃଦ୍ଧି ହୁଏ । ଏହା ଲିଭରକୁ ଡିଟକ୍ସ କରି ଶରୀରରେ ମେଟାବଲିଜମକୁ ବୃଦ୍ଧି କରେ । କେବଳ ପତ୍ର ନୁହେଁ ବେଲ ଖାଇଲେ ମଧ୍ୟ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ୍ସ ଭାଇରାଲ୍ ଇନଫେକ୍ସନ,କାଶ,ଛିଙ୍କ ଏବଂ ଋତୁକାଳୀନ ଜ୍ବରକୁ ଭଲ କରିବାର ସାମର୍ଥ୍ୟ ରଖେ । ବେଲ ପତ୍ରକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ଆପଣ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିପାରିବେ । ଗରମ ଦିନରେ ଏହାକୁ ଦହି କିମ୍ବା ଘୋଳ ଦହି ସହ ମିଶାଇ ଖାଇଲେ ଶରୀର ଥଣ୍ଡା ରୁହେ । ଏହା ଏସିଡିଟି କମ୍ କରିବା ସହ ପେଟ ଜଳାପୋଡ଼ା ଏବଂ ଭାରିପଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
Follow Us