କନକ ବ୍ୟୁରୋ : ନଦୀକୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । ଗତକାଲି ଠାରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା ଗୋବରୀ ନଦୀ କୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା। ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି । ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।
ମହାକାଳପଡ଼ାରେ କୁମ୍ଭୀର ଆତଙ୍କ, ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର, ଅଗ୍ନିଶମ ବିଭାଗ ଉଦ୍ଧାର କଲା ମୃତଦେହ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା ଗୋବରୀ ନଦୀ କୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା।
/kanak/media/media_files/2025/09/20/16-2025-09-20-09-17-39.jpg)