କନକ ବ୍ୟୁରୋ: ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା ।  ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ । ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି । 

Advertisment

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫ ଉଦଘାଟିତ ହୋଇଛି । ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ୨ ଦିନ ଧରି କଟକ ଗଡ଼ଗଡିଆ ଘାଟରେ ଏହି ପ୍ରତିଯୋଗିତା କରାଯାଉଛି । ଓଡିଶା, ଛତିଶଗଡ଼, ବିହାର, ପଞ୍ଜାବ, ଦିଲ୍ଲୀ, ଆସାମ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା ଭଳି ରାଜ୍ୟର ଜାତୀୟ ସ୍ତରୀୟ ପୁରୁଷ ଓ ମହିଳା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । 

ଗହଳି ବଢ଼ୁଛି, ବଜାର ଜମୁଛି : କଟକ ବାଲିଯାତ୍ରାରେ ଅସମ୍ଭାଳ ଭିଡ

ଗତକାଲି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହି ବୋଇତ ରେସ୍‌ ଆରମ୍ଭ କରିଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ବୋଇତ ପ୍ରତିଯୋଗିତା ଉଦଘାଟନୀ ଦିବସରେ ମୁଖ୍ୟ ଆକର୍ଷଣ ଥିଲା ଫ୍ଲାଏ ବୋଟ । ଜଣେ ଯୁବକ ଚିତାକର୍ଷକ ଭାବେ ଏହା ପ୍ରଦର୍ଶନ କରିଥିଲେ ।