ବଣଭୋଜି ଯାଉଥିଲେ ସାବଧାନ, ପ୍ରଦୂଷଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

Advertisment

ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖିଛି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ । ସଠିକ ଭାବେ ଏସଓପି ପାଳନ ହେଉଛି କି ନାହିଁ ତର୍ଜମା କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖିଛି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ । ସଠିକ ଭାବେ ଏସଓପି ପାଳନ ହେଉଛି କି ନାହିଁ ତର୍ଜମା କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Picnic-Spots

Picnic-Spots Photograph: (Google)

କନକ ବ୍ୟୁରୋ;   ବଣଭୋଜି ନାଁରେ ପ୍ରଦୂଷଣ କଲେ ହେବ କର୍ଯ୍ୟାନୁଷ୍ଠାନ । ନଜର ରଖିଛି ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ। ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ଭୁବନେଶ୍ଵର ପ୍ରଦୂଷଣ ମାତ୍ରା ଡେଞ୍ଜର ଲେବୁଲ ଉପରେ ରହିବା ଚିନ୍ତାଜନକ। ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ। ବଣଭୋଜି କରିବାକୁ ଯାଉଥିଲେ ସତର୍କ ରୁହନ୍ତୁ। ଇକୋ ଟୁରିଜିମ ସ୍ଥାନରେ ନଜର ରଖିଛି ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ। ଓଡ଼ିଶାରେ ପ୍ରଦୂଷଣ ବଢୁଛି ।

ଅଧିକ ପଢନ୍ତୁ:  ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ

ଅନୁଗୁଳ, ବାଲେଶ୍ବର, ତାଳଚେର ଭୁବନେଶ୍ଵରରେ AQI ଅଧିକ ରହୁଛି । ଭୁବନେଶ୍ୱର ଅବସ୍ଥା ବିପଦଜନକ। ଲୋକେ ସଚେତନ ହେବା ଆବଶ୍ୟକ। ପଦକ୍ଷେପ ନେବାକୁ ରାଜ୍ୟରେ ପ୍ରଦୂଷଣ ବଢିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏତିକି ପଦକ୍ଷେପ ବି ଯଥେଷ୍ଟ ନୁହେଁ। ଲୋକେ ସତର୍କ ରହିବାକୁ ପଡିବ । ଖୁବଶୀଘ୍ର ଅର୍ବାନ, ଇଣ୍ଡଷ୍ଟ୍ରି, ପରିବହନ ବିଭାଗ, ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ। ଖଣି ଅଞ୍ଚଳରେ ୱାଟର ସ୍ପ୍ରୀଙ୍କଲାର ସଠିକ ଭାବେ କାମ କରୁଛି ନା ନାହିଁ ତଦନ୍ତ ହେବା ଆବଶ୍ୟକ ରହିଛି। ସଠିକ ଭାବେ ଏସ୍‌ଓପି ପାଳନ ହେଉଛି ନା ନାହିଁ ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe