କନକ ବ୍ୟୁରୋ : ବିଶ୍ୱକପ୍ ବିଜେତା ପୂର୍ବତନ ଭାରତୀୟ କ୍ରିକେଟର୍ ମଦନ ଲାଲ ପାକିସ୍ତାନର ୟୁ-ଟର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବାଂଲାଦେଶକୁ ସମର୍ଥନ କରି ଭାରତ ସହ ଚଳିତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଖେଳିବ ନାହିଁ ବୋଲି ପାକସ୍ତାନ ସରକାର ଘୋଷଣା କରିଥିଲେ । କିନ୍ତୁ ଆଇସିସି ଚାପ ଆଗରେ ମୁଣ୍ଡ ନୂଆଇଁବା ସହିତ ବାଲାଂଦେଶ ଓ ଶ୍ରୀଲଙ୍କାର ଅନୁରୋଧ ପରେ ଏବେ ମତ ବଦଳାଇଛି । ଫଳରେ ଫେବ୍ରୁଆରି ୧୫ ତାରିଖରେ କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ ନେଇ କ୍ରିକେଟ୍ପ୍ରେମୀଙ୍କ ଉତ୍ସାହ ଉଦ୍ଧୀପନା ବଢ଼ିଯାଇଛି ।
ପାକିିସ୍ତାନର ନିଷ୍ପତ୍ତିକୁ ସ୍ୱାଗତ କରି ମଦନ ଲାଲ କହିଛନ୍ତି ‘ଏହି ମ୍ୟାଚ୍ ହୋଇନଥିଲେ ବିଶ୍ୱକପ୍ ତାହାର ଆକର୍ଷଣ ହରାଇଥାନ୍ତା । ଉଭୟ ବିପୁଳ ଆର୍ଥିକ କ୍ଷତି ସହିଥାନ୍ତେ । ବିଶ୍ୱକପ୍ ବି ମୃତପ୍ରାୟ ହୋଇଯାଇଥାନ୍ତା ବୋଲି କହିଥିଲେ ଏହି ପୂର୍ବତନ ଅଲ୍ରାଉଣ୍ଡର୍ । ବିରାଟ କୋହଲିଙ୍କ ବାଲ୍ୟ ପ୍ରଶିକ୍ଷକ ରାଜକୁମାର ଶର୍ମା ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ‘ନାଟକବାଜୀ’ କହିଛନ୍ତି । ନିକଟ ଅତୀତରେ ଭାରତ ବିପକ୍ଷରେ ବିଜୟୀ ହୋଇପାରୁନଥିବାରୁ ପାକିିସ୍ତାନ ଉପରେ ନିଶ୍ଚିତ ଚାପ ରହିବ ବୋଲି କହିଛନ୍ତି ମଦନ ଲାଲ ।
ଅଧିକ ପଢ଼ନ୍ତୁ : ପାକିସ୍ତାନ-ଭାରତ ମ୍ୟାଚ୍କୁ ସାମରିକ ବିବାଦ ମୁହାଁ କରିବାକୁ ଅପଚେଷ୍ଟା: ସାମ୍ବାଦିକ ସମ୍ମିଳନୀରେ ମୁନିରଙ୍କ ଗୁଣଗାନ ସହ ଧମକ ଦେଲେ ଆମେ ଭୟଭୀତ ନୁହଁ
ସୂଚନାଯୋଗ୍ୟ, ଆଇସିିସି ପ୍ରତିନିଧି ମଣ୍ଡଳ, ପିସିବି ମୁଖ୍ୟ ମୋହସିନ ନକ୍ଭୀ ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟରେ ବସିଥିବା ବୈଠକରେ ହିଁ ଗତିରୋଧ ଦୂର ହୋଇଥିଲା । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ନକ୍ଭୀଙ୍କୁ ପତ୍ର ଲେଖି ମ୍ୟାଚ୍ ଖେଳିବାକୁ ଅନୁରୋଧ କରିଥିଲା । ଖେଳିବା ଲାଗି ପିସିବି ଏହି ଅବସରରେ ପାଞ୍ଚଟି ସର୍ତ୍ତ ରଖିଥିଲେ ମଧ୍ୟ ଆଇସିସି କୌଣସି ଗୋଟିକରେ ରାଜି ହୋଇ ନଥିଲା । ଚାରିଆଡ଼ୁ ଚାପ ପଡ଼ିବା ପରେ ନକ୍ଭୀ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଜ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପରେ ଛାଡ଼ି ଦେଇଥିଲେ । ପରେ ସରିଫଙ୍କ ସହ ଶ୍ରୀଲଙ୍କା ରାଷ୍ଟ୍ରପ୍ରତି ଅନୁରା କୁମାର ଦିସାନାୟକ କଥା ହୋଇ ପୂର୍ବ ସଂପର୍କ ଦୃଷ୍ଟିରୁ କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ସବୁଜ ସଙ୍କେତ ଦେବାକୁ ଅନୁରୋଧ କରିଥିଲେ । ସରିଫ ଏହା ପରେ ମାନି ଯାଇଥିଲେ ।
ସେହିଭଳି ବିଶ୍ୱକପ୍ରୁ ବିନା କାରଣରେ ଓହରି ଯାଇଥିଲେ ମଧ୍ୟ କ୍ରିକେଟ୍ର ହିତ ଦୃଷ୍ଟିରୁ ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି । ଆର୍ଥିକ ଜରିମାନା କିମ୍ବା ପ୍ରତିବନ୍ଧକ ମଧ୍ୟ ଲାଗିବନି । ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଗ ଗୁପ୍ତା ଏହି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ପିସିବି ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ଥିଲା, ପାକିସ୍ତାନ ସହ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଭାରତକୁ କହିବା, ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବା ଏବଂ ବର୍ଷ ଶେଷ ଆଡ଼କୁ ବାଂଲାଦେଶ ଗସ୍ତ କରିବାକୁ ଭାରତକୁ ରାଜି କରିବା, ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା । ତା’ ସହିତ ୨୦୨୮ରୁ ୨୦୩୧ ଚକ୍ର ଭିତରେ ବାଂଲାଦେଶକୁ ଏକ ଆଇସିସିି ପ୍ରତିଯୋଗିତା ଆୟୋଜନ କରିବାର ଅଧିକାର ପ୍ରଦାନ କରିବା । ବାଂଲାଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇସିସି ନିଷ୍ପତ୍ତି ନେଇସାରିଥିବା ଗୁପ୍ତା କହିବା ପରେ ପିସିବିର ଏଭଳି ଦାବିର କୌଣସି ମୂଲ୍ୟ ନଥିଲା । ତେବେ ବାଂଲାଦେଶକୁ ଅତିରିକ୍ତ ଗୋଟିଏ ଆଇସିସି ପ୍ରତିଯୋଗିତା ଆୟୋଜନ ଅଧିକାର ପ୍ରଦାନ କରିବା କଥା ବିଚାର କରାଯିବ ବୋଲି ସଂକେତ ଦେଇଛି ଆଇସିସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/madan-lal-2026-02-10-14-46-17.jpg)