କନକ ବ୍ୟୁରୋ: କଲମ୍ବୋରେ ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଅବସରରେ ବିସିସିଆଇ ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଧ୍ୟରେ ସୃଷ୍ଟି ହୋଇଥିବା ମନାନ୍ତର ଦୂର ହୋଇପାରେ। ଏହି ସଙ୍କେତ ଦେଇଛନ୍ତି ବିସିବି ମୁଖ୍ୟ ଅମିନୁଲ ଇସଲାମ। ବିସିସିଆଇ ସହ ବିଗିଡ଼ିଥିବା ସଂପର୍କକୁ ସଜାଡ଼ିବା ଲାଗି ଉଦ୍ୟମ କରିବା ସହ ପିସିବି ସହ ମଧ୍ୟ ଏହି ଅବସରରେ ବୈଠକ କରିପାରନ୍ତି ସେ। ସବୁକିଛି ଠିକ୍ ରହିଲେ ଏସିଆରେ କ୍ରିକେଟ୍ର ଉଜ୍ଜ୍ବଳ ଭବିଷ୍ୟତ ନେଇ ଏହି ତିନି କ୍ରିକେଟ୍ ପାୱାର ହାଉସ୍ର କ୍ରିକେଟ୍ ସଂଗଠକଙ୍କ ମହାମିଳନ ହୋଇପାରେ।
ଆହୁରି ପଢ଼ନ୍ତୁ... ମହାନ ଫୁଟ୍ବଲ୍ ତାରକା ଲିଓନେଲ ମେସି ଆହତ
ଇସଲାମ ଏଥିନେଇ ଢେର ଆଶାବାଦୀ ଅଛନ୍ତି। ସେହିଭଳି ଲାହୋରଠାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଇସିସି ଦେଇଥିବା ଆଶ୍ବାସନା ଓ ରିହାତି ନେଇ ବୁଝାମଣା ପତ୍ର ମଧ୍ୟ କଲମ୍ବୋରେ ସ୍ବାକ୍ଷର ହୋଇପାରେ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଇସଲାମ। ତେବେ ଏଥିନେଇ ପିସିବି କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି। ସେପଟେ ବିଶ୍ବକପ୍ରୁ ବାଂଲାଦେଶ ଓହରିବା ପାଇଁ ବିସିବି ନିଜ ଖେଳାଳିଙ୍କୁ ଦାୟୀ କରିଥିଲା। ଗୁରୁବାର ଖେଳାଳି ଏହାର ଜବାବ ଦେଇଛନ୍ତି। ବିଶ୍ବକପ୍ ବର୍ଜନ ପାଇଁ ବୋର୍ଡ ଆମକୁ ଦାୟୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହି ଜଣେ ପୂର୍ବତନ ବାଂଲା କ୍ରିକେଟର୍ ଇସଲାମ ଓ ଅନ୍ୟମାନଙ୍କୁ କଟାକ୍ଷ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/bcci-pcb-bcb-2026-02-12-16-40-06.jpg)