ବିସିସିଆଇ ପକ୍ଷରୁ ବିରାଟ, ରୋହିତଙ୍କ ଗ୍ରେଡ୍‌ ହ୍ରାସ

Advertisment

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲଙ୍କୁ ବି-ଗ୍ରେଡ୍‌ରେ ରଖାଯାଇଛି।

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲଙ୍କୁ ବି-ଗ୍ରେଡ୍‌ରେ ରଖାଯାଇଛି।

roko

roko Photograph: (Kanak News)

କନକ ବ୍ୟୁରୋ: ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଭାରତୀୟ ଦଳର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ ବର୍ଗରୁ ଖସାଇ ବି ବର୍ଗକୁ ଅଣାଯାଇଛି । ଏହା ସହିତ ଏ+ ଗ୍ରେଡ୍‌କୁ ସଂପୂର୍ଣ୍ଣଭାବେ ଲୋପ କରିଦିଆଯାଇଛି। ଉଭୟ ବିରାଟ ଓ ରୋହିତ ଏବେ କ୍ରିକେଟର କେବଳ ଗୋଟିଏ ଫର୍ମାଟରେ ଖେଳୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାହ୍ୟାରେ ଅବନତି କରାଯାଇଛି । ସେହିପରି ଏ-ଗ୍ରେଡ୍‌ରେ କେବଳ ତିନି ଜଣ ଖେଳାଳି ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ୍‌ ବୁମରା ଅଛନ୍ତି । 

ଆହୁରି ପଢ଼ନ୍ତୁ... ବୁମ୍‌ରାଙ୍କୁ ଜ୍ବର, ଖେଳିବେନି ଆମେରିକା ବିପକ୍ଷ ମ୍ୟାଚ୍‌

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲଙ୍କୁ ବି-ଗ୍ରେଡ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ଖେଳାଳିଙ୍କ ମଧ୍ୟରୁ ହରମନପ୍ରିତ କୌର, ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ସ ଓ ଦିପ୍ତି ଶର୍ମାଙ୍କୁ ଗ୍ରେଡ-ଏରେ ରଖାଯାଇଛି। ସେହିପରି ରେଣୁକା ଠାକୁର, ଶେଫାଳି ବର୍ମା, ସ୍ନେହ ରାଣା ଓ ଋଚା ଘୋଷଙ୍କୁ ଗ୍ରେଡ୍-ବିରେ ରଖାଯାଇଛି।

ଗତ ମାସରେ ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା। ଏବେ ବିସିସିଆଇ ତାହାକୁ ଗ୍ରହଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe