କନକ ବ୍ୟୁରୋ: ଶନିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ଦିନରେ ଭାରତର ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍ରେ ଆମେରିକା (ୟୁଏସଏ) ସହ ହେବ । ତେବେ ଏହି ମ୍ୟାଚ୍ରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି । ଶୁକ୍ରବାରଠାରୁ ତାଙ୍କୁ ଜ୍ବର ହେଉଥିବାରୁ ତାଙ୍କୁ ବିଶ୍ରାମ ଦେଇ ମହମ୍ମଦ ସିରାଜଙ୍କୁ ଖେଳାଯିବାର ସମ୍ଭାବନା ରହିଛି । ଶୁକ୍ରବାର ଭାରତୀୟ ଦଳ ଅଭ୍ୟାସ କରିଥିଲେ ବି ବୁମ୍ରା ବିଶ୍ରାମ ନେଇଥିଲେ । ଗତକାଲି ଆଣ୍ଠୁରେ ଯନ୍ତ୍ରଣା କାରଣରୁ ହର୍ଷିତ ରାଣାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଫେବ୍ରୁଆରି ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ବୋଲିଂ କରୁଥିବା ସମୟରେ ହର୍ଷିତଙ୍କ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା ଓ ଏହି କାରଣରୁ ସେ ପଡ଼ିଆ ଛାଡ଼ିଥିଲେ। ବିସିସିଆଇର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ସମଗ୍ର ବିଶ୍ବକପରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଆହୁରି ପଢ଼ନ୍ତୁ... ଆଜିଠୁ ଟି-୨୦ ବିଶ୍ବକପ : ସକାଳ ୧୧ ଟାରେ ପାକିସ୍ତାନ-ନେଦରଲ୍ୟାଣ୍ଡ ଟକ୍କର
ହର୍ଷିତଙ୍କ ବିଦାୟ ଓ ବୁମରାଙ୍କ ବିଶ୍ରାମ ପରେ ଭାରତୀୟ ଦଳରେ ଏବେ ୧୩ ଜଣ ଫିଟ୍ ଖେଳାଳି ଅଛନ୍ତି। ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଏବେ ବି ବେଙ୍ଗାଲୁରୁସ୍ଥିତ ବିସିସିଆଇର ଉତ୍କର୍ଷ କେନ୍ଦ୍ରରେ ଅଛନ୍ତି ଓ ଫିଟନେସ୍ ମଂଜୁରୀ ପାଇବାକୁ ଅପେକ୍ଷା କରିଛନ୍ତି। ତେବେ ଜ୍ବର ଉପସମ ହେଲେ ଭାରତର ଦ୍ବିତୀୟ ମ୍ୟାଚ ବେଳକୁ ବୁମ୍ରା ଫିଟ୍ ହୋଇ ଦଳକୁ ଫେରିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/bumrah-2026-02-07-11-28-08.jpg)