କନକ ବ୍ୟୁରୋ: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାକିସ୍ତାନର ମ୍ୟାଚ୍‌ ବର୍ଜନ ସମାଧନ ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)ର ଅଧ୍ୟକ୍ଷ ଅମିନ ଉଲ୍‌ ଇସ୍‌ଲାମ ଲାହୋରରେ ପହଞ୍ଚିଛନ୍ତି। ଦୁଇ ଚିରପ୍ରତିଦ୍ବଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ୧୫ ତାରିଖରେ ଖେଳାଯିବାକୁ ଥିବା ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ କିଭଳି ବାତିଲ ନ ହୁଏ ସେଥିଲାଗି ଆଇସିସି ଚେଷ୍ଟା ଚଲାଇଛି। କୌଣସି ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଇ ଖେଳକୁ ଗୁରୁତ୍ବ ଦେଇ ପିସିବି ସହ ଆଲୋଚନା ଜାରି ରଖିଛି।

Advertisment

ଆହୁରି ପଢ଼ନ୍ତୁ...ଏସୀୟ ସୁଟିଂ: ବିଶ୍ବ ରେକର୍ଡ ସହ ଅର୍ଜୁନ-ଏଲାଭେନିଲଙ୍କୁ ସ୍ବର୍ଣ୍ଣ

ଅନ୍ୟପକ୍ଷରେ ସୁରକ୍ଷା କାରଣ ଦର୍ଶାଇ ଭାରତ ନ ଆସିବାକୁ ମନା କରି ବିଶ୍ବକପ୍‌ରୁ ବିତାଡ଼ିତ ହୋଇଥିବା ବିସିବି ବି ବର୍ଜନ ନିଷ୍ପତ୍ତିର ସମାଧାନ ଲାଗି ଆଗ୍ରହ ଦେଖାଇଛି। ପିସିବି ଓ ଆଇସିସି ମଧ୍ୟରେ ଲାହୋରରେ ହେବାକୁ ଥିବା ଭର୍ଚୁଆଲ୍‌ ବୈଠକ ପୂର୍ବରୁ ବିସିବି ଅଧ୍ୟକ୍ଷ ସେଠାରେ ପହଞ୍ଚି ଯାଇଛନ୍ତି। ଲାହୋରରେ ପୂର୍ବତନ ବାଂଲାଦେଶ ଟେଷ୍ଟ୍‌ କ୍ରିକେଟର୍‌ ତଥା ଅଧ୍ୟକ୍ଷ ଅମିନ ପହଞ୍ଚି ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ଭିଙ୍କୁ ଭେଟିଛନ୍ତି।