କନକ ବ୍ୟୁରୋ: ଚଳିତ ଏସୀୟ ପ୍ରତିଯୋଗିତାରେ ଅର୍ଜୁନ ବାବୁତା ଓ ଏଲାଭେନିଲ ଭାଲାରିଭାନ ୧୦ମିଟର ଏୟାର ରାଇଫଲ୍ ମିଶ୍ରିତ ଯୁଗଳରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଅର୍ଜୁନ ଓ ଏଲାଭେନିଲ ୫୦୫ ସ୍କୋର୍ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରିପବ୍ଲିକ୍ କୋରିଆର କିମ୍ ଓରିମନେ୍ ଉନ୍ଜି (୫୦୧) ଓ ଜାପାନର ନାଓୟା ଓକାଡା ଓ ମିସାକି ନୋବାତା (୪୩୭.୯) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ ଯୋଡ଼ି ଯୋଗ୍ୟତା ରାଉଣ୍ଡରେ ୬୩୨.୯ ସହ ଶୀର୍ଷରେ ରହିଥିଲେ।
ଆହୁରି ପଢ଼ନ୍ତୁ... ସର୍ଭିସେସ୍ ଜିତିଲା ସନ୍ତୋଷ ଟ୍ରଫି
ହେଲେ ଅନ୍ୟ ଏକ ଭାରତୀୟ ଯୋଡ଼ି ରୁଦ୍ରାଂକ୍ଷ ଓ ମେଘନା ସାଜାନର ୬୨୯ ପଏଣ୍ଟ କରିଥିଲେ ମଧ୍ୟ ୪ ଦଳୀୟ ଫାଇନାଲ୍ରେ କେବଳ ପ୍ରତି ଦେଶର ଗୋଟିଏ ଦଳ ସ୍ଥାନ ପାଇବା ନିୟମ ଥିବାରୁ ଏମାନେ ଆଗକୁ ବଢ଼ି ପାରି ନଥିଲେ। କନିଷ୍ଠ ବର୍ଗରେ ଶମ୍ଭାବୀ ଶ୍ରାବଣ କ୍ଷୀରସାଗର ଓ ହିଂମାଶୁ ଏସୀୟ ଜୁନିୟର ରେକର୍ଡ ୫୦୨.୪ ସ୍କୋର୍ ସହ ସ୍ବର୍ଣ୍ଣ ପଦକ ଜିତି ଦେଶର ଯୁଗଳ ଖୁସିରେ ଭଗାଦାର ହୋଇଥିଲେ। କାଜାଖସ୍ତାନ ରୌପ୍ୟ ଓ ମାଳଦୀପ କାଂସ୍ୟ ପାଇଥିଲା। ଭାରତ ଏ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ୯ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୬ ପଦକ ପାଇ ସାରିଲାଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/asia-shooting-2026-02-08-18-30-21.jpg)